OnaKhabar

ଗୁରୁଙ୍କୁ ହରାଇବାକୁ ନାରାଜ ହୋଇ ରାସ୍ତାକୁ ଓହ୍ଲାଇଲେ ଛାତ୍ରୀ

75

ବାଲେଶ୍ୱର: ରାଜ୍ୟରେ ଏତେ ଦିନ ପରେ ଏକ ଖୁସି ଖବର ଘଟିଥିବାର ଦେଖିବାକୁ ମିଳିଛି | ଯେଉଁଠି ଶିକ୍ଷକମାନେ ଶିକ୍ଷା ଦେବା ବଦଳରେ କିଛି ମାତ୍ରାରେ ହିଂସ୍ର ହୋଇ ଗୋଟେ ପରେ ଗୋଟି ଦୁଷ୍କର୍ମ କରୁଥିବା ବେଳେ ଆଜି କିନ୍ତୁ ତାହା ଘଟି ନାହିଁ | ଜଣେ ଶିକ୍ଷକ ସ୍କୁଲରୁ ବଦଳି ହୋଇଯାଇଥିବାରୁ ଏହାର ପ୍ରତିବାଦରେ ଛାତ୍ରୀମାନେ ରାସ୍ତାକୁ ଓହ୍ଲାଇ ଏହାର ପ୍ରତିବାଦ କରୁଥିବାର ଦେଖିବାକୁ ମିଳୁଛି | ଏପରି ଘଟଣା ଦେଖିବାକୁ ମିଳିଛି ବାଲେଶ୍ୱର ଜିଲ୍ଲା ରେମୁଣାରେ | ଶିକ୍ଷକଙ୍କ ବଦଳି ଆଦେଶ ପ୍ରତ୍ୟାହାର ଦାବିରେ ଶତାଧିକ ଛାତ୍ରୀ ରାସ୍ତାରୋକ କରିଥିବାର ଦେଖିବାକୁ ମିଳୁଛି | ସୂଚନାନୁଯାୟୀ, ସ୍ଥାନୀୟ ବାଳିକା ଉଚ୍ଚ ବିଦ୍ୟାଳୟର ଛାତ୍ରୀମାନେ ସ୍କୁଲ ଗେଟ୍‌ ତାଲା ପକାଇ ରାସ୍ତାରେ ବସିଛନ୍ତି । ସମ୍ପୃକ୍ତ ସ୍କୁଲ୍‌ର ଶିକ୍ଷକ ରାମଚନ୍ଦ୍ର ସ୍ୱାଇଁଙ୍କୁ ଖନ୍ତାପଡ଼ା ବାଳିକା ଉଚ୍ଚ ବିଦ୍ୟାଳୟକୁ ବଦଳି କରାଯାଇଛି । ତେବେ ପରୀକ୍ଷା ପାଖେଇ ଆସୁଥିବାରୁ ଶିକ୍ଷକଙ୍କୁ ଅନ୍ୟତ୍ର ବଦଳି ନ କରିବା ପାଇଁ ଛାତ୍ରୀମାନେ ଦାବି କରିଛନ୍ତି । ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଛାତ୍ରୀମାନଙ୍କୁ ବୁଝାସୁଝା କରୁଥିବାର ଦେଖିବାକୁ ମିଳୁଛି । ତେବେ ଗୁରୁଙ୍କ ପାଇଁ ଛାତ୍ରଛାତ୍ରୀମାନେ ଏପରି ଆନ୍ଦୋଳନକୁ ସମସ୍ତେ ପ୍ରଶଂସା କରୁଥିବାର ଦେଖିବାକୁ ମିଳୁଛନ୍ତି |

https://www.onakhabar.com/biometric-use-school-for-teachers/