OnaKhabar

କାଳିଆ ଯୋଜନାରୁ ବାଦ ପଡିବେ ବଡବଡିଆ, ନେଇଥିଲେ ଫେରାଇବେ

69

ଭୁବନେଶ୍ୱର: କାଳିଆ ଯୋଜନାକୁ ନେଇ ବହୁ କେଳେଙ୍କାରୀ ଘଟିଥିବାର ଦେଖିବାକୁ ମିଳୁଛି | ପ୍ରାପ୍ୟ ଓ ଅପ୍ରାପ୍ୟ ଲୋକ ସମସ୍ତେ ଏହି କାଳିଆ ଯୋଜନାରେ ନିଜ ନାମ ରଖିଥିବାରୁ ଏଥିରେ ପ୍ରବଳ ଅସୁଥିବାର ଦେଖିବାକୁ ମିଳୁଛି | ତେବେ ଏହି ଅସୁବିଧାକୁ ପରିବର୍ତ୍ତନ କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଏକ ଅଭିନବ ଢାଞ୍ଚା କୋଜା ଯାଇଛି | କାଳିଆ ଯୋଜନାରେ ବଡ଼ ବଡ଼ିଆଙ୍କ ଆକାଉଣ୍ଟକୁ ସହାୟତା ରାଶି ଯିବା ପ୍ରସଙ୍ଗରେ ସ୍ପଷ୍ଟୀକରଣ ଦେଇଛନ୍ତି କୃଷି ସଚିବ ସୌରଭ ଗର୍ଗ । ପୁରୁଣା ଚିଠାରେ ୨୦ ଲକ୍ଷ ୪୩ ହଜାର ଜଣଙ୍କ ନାମ ଥିବା ବେଳେ ୧୨ ଲକ୍ଷ ୪୫ ହଜାର କ୍ଷୁଦ୍ର ନାମମାତ୍ର ଚାଷୀଙ୍କ ପାଖକୁ ଟଙ୍କା ଯାଇଥିବା ସଚିବ କହିଛନ୍ତି । ଯଦି ଭୁଲବଶତଃ ବଡ଼ବଡ଼ିଆଙ୍କ ଆକାଉଣ୍ଟକୁ ଟଙ୍କା ଯାଇଥିବ ତାହା ହେଲେ ତାହାକୁ ଫେରସ୍ତ ଅଣାଯିବ ବୋଲି ଶ୍ରୀ ଗର୍ଗ କହିଛନ୍ତି । ସେ ଆହୁରି କହିଛନ୍ତି ଯେ, ଏହି ଯୋଜନା ପାଇଁ ପ୍ରଥମେ ୨୦ ଲକ୍ଷ ୪୩ ହଜାର ଚାଷୀଙ୍କ ଡ୍ରାଫ୍ଟ ତାଲିକା ହୋଇଥିଲା । ଏଥିରେ କିଛି ପ୍ରଭାବଶାଳୀ ବ୍ୟକ୍ତି ରହିଯାଇଥିଲେ ବୋଲି ସୂଚନା ମିଳିଥିଲା | କିନ୍ତୁ ପଞ୍ଚାୟତରେ ଯାଞ୍ଚ ପରେ ୧୨ ଲକ୍ଷ ୪୫ ହଜାର ଚାଷୀଙ୍କୁ ନେଇ ଚୂଡ଼ାନ୍ତ ତାଲିକା ପ୍ରସ୍ତୁତ କରାଯାଇଛି । ଚିହ୍ନଟ ସମସ୍ତ କ୍ଷୁଦ୍ର ନାମମାତ୍ର ଚାଷୀଙ୍କୁ ସହାୟତା ଟଙ୍କା ଦିଆଯାଇଛି । ପୁଙ୍ଖାନୁପୁଙ୍ଖ ଯାଞ୍ଚ କରିବା ପରେ ଏହି ଟଙ୍କା ପଠାଯାଇଛି । ଯଦି ଭୁଲବଶତଃ ବଡ଼ବଡ଼ିଆଙ୍କ ଆକାଉଣ୍ଟକୁ ଟଙ୍କା ଯାଇଥିବା ତାହାକୁ ଫେରସ୍ତ ଅଣାଯିବ ବୋଲି ସେ ଘୋଷଣା କରିଛନ୍ତି । ଏଥିସହ ସେ ଆହୁରି କହିଛନ୍ତି କୌଣସି ବଡ଼ବଡ଼ିଆଙ୍କ ବ୍ୟାଙ୍କ ଖାତାକୁ ଟଙ୍କା ଯାଇ ନାହିଁ । ଯେଉଁ ଚିଠା ଭାଇରାଲ ହୋଇଛି ତାହା ଜାନୁଆରି ପହିଲାର ବୋଲି ସଚିବ ସ୍ପଷ୍ଟି କରଣ ଦେଇଛନ୍ତି । କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ଏପରି ଅନେକ ପ୍ରାପ୍ୟଧିକାରି ଏହି ଯୋଜନାରୁ ବଞ୍ଚିତ ହୋଇଥିବାର ଦେଖିବାକୁ ମିଳୁଛନ୍ତି |