OnaKhabar

ଅବ୍ଦୁତ ଲାଗିଲେ ବି ସତ, ଏକା ସାଙ୍ଗରେ ଗର୍ଭବତୀ ହେଲେ ଆଠ ନର୍ସ ସାଙ୍ଗ

88

ଆମେରିକା: ଆମେରିକାର ଇଲିନାର‌୍ୟାସର ଏକ ହସ୍ପିଟାଲରେ ଆଠ ମହିଳା କର୍ମଚାରୀ ଏକା ସାଙ୍ଗରେ ଗର୍ଭବତୀ ହୋଇଥିବାର ସୂଚନା ମିଳିଛି । ୫ ମାସ ମଧ୍ୟରେ ଏହି ମହିଳାମାନେ ତାଙ୍କର ସନ୍ତାନଙ୍କୁ ଜନ୍ମ ଦେଇଥିଲେ । ମୋରିବେଲରେ ଏଣ୍ଡରସନ ହସ୍ପିଟାଲ ପବେଲିୟନ ଫର ଓମେନରେ ଏହି ୮ ଜଣ ମହିଳା ଗର୍ଭବତୀ ହୋଇଥିଲେ । ଯହାର ନାମ ଇଲାଇଟ-୮ ଦିଆଯାଇଛି । ତାଙ୍କ ମଧ୍ୟରୁ ଜଣେ ଫେସବୁକରେ ଏକ ଫଟୋ ଛାଡିବା ସହ ଏଥିରେ ସେ ଲେଖିଛନ୍ତି ଯେ, “ଦ ପାବଲିୟନ ଫର ଓମେନ”ଙ୍କର ନଆ ଅତିଥିମାନେ ଆସିଯାଇଛନ୍ତି ।
ସେହିପରି ପବିଲିୟନର କେଡ୍ରା ହବାଲ କହିଛନ୍ତି ଯେ, ୮ ଜଣ ମହିଳା ନର୍ସ ଗର୍ଭବତୀ ଥିବା ଖବର ମିଳିବା ପରେ ସମସ୍ତେ ଖୁସି ହୋଇଯାଇଥିଲେ । ମାନେ ଆମେ ପୂରା ଖୁସି ହୋଇଯାଇଥିଲୁ । ଜୁଲାଇ ମାସରେ ମହିଳା ନର୍ସମାନେ ନିଜ ଗର୍ଭବତୀ ଫଟୋ ଉଠାଇଥିବା ବେଳେ ବର୍ତ୍ତ୍ମାନ ସେମାନେ ନିଜ ନିଜ ଛୁଆଙ୍କୁ ସହ ଫଟୋ ଛାଡି ଖୁବ ଖୁସି ଥିବାର ଦେଖିବାକୁ ମିଳୁଛନ୍ତି । ନିଜ ନିଜ ପାଖରେ ଏହି ମହିଳାମାନେ ଖୁବ ଖୁସିଥିବା ବେଲେ ତାଙ୍କ ମଧ୍ୟରେ ଜଣେ ମହିଳାଙ୍କର ୧୮ ସପ୍ତାହର ପ୍ରେଗନେଟ ଥିବା ଜଣାପଡିଛି । ୨୪ ବର୍ଷିୟ ଜଣେ ନର୍ସ କହିଛନ୍ତି ଯେ, ସବୁଠୁ ଅଧିକା ତ ଆମେ ମାନେ ଖୁସି ଅଛୁ, କାହାିଁକି ନା ଆମେ ଉଭୟ ଉଭୟଙ୍କର ଭଳ ସାଙ୍ଗ ଅଟୁ ଏବଂ ଏକା ସାଙ୍ଗରେ ଗର୍ଭବତୀ ମଧ୍ୟ ହୋଇଛୁ । କିନ୍ତୁ ୮ ନମ୍ବର ଶିଶୁ ଆସିଲେ ଆମର ସମ୍ପର୍କରେ ଆହୁରି ମଜଭୁତି ହେବ ବୋଲି ସେ କହିଥିଲେ ।