OnaKhabar

୭ମ ଶ୍ରେଣୀର ଛାତ୍ରୀଙ୍କୁ ଅସଦାଚରଣ କରିବା ମହଙ୍ଗା ପଡିଲା, ପ୍ରଧାନଶିକ୍ଷକଙ୍କୁ ମାଡମାରିବା ସହ କଲେ ଲଣ୍ଡା

93

ବାରିପଦା: ଆଜି ବାଲେଶ୍ୱର ଜିଲ୍ଲାରେ ଜଣେ ଶିକ୍ଷକଙ୍କ ବଦଳି ଲାଗି ଛାତ୍ରମାନେ ରାସ୍ତାକୁ ଓହ୍ଲାଇଥିବା ବେଳେ ବାରିପଦାରେ ଏହାର ସମ୍ପୂର୍ଣ୍ଣ ଓଲଟା ହୋଇଥିବାର ସୂଚନା ମିଳିଛି | ନାବାଳିକା ଛାତ୍ରୀଙ୍କୁ ଅସଦାଚରଣ କରି ପ୍ରଧାନଶିକ୍ଷକ ସର୍ବମୁଖରେ ଲଜ୍ଜ୍ୟ ସାଉଣ୍ଟିଥିବାର ଦେଖିବାକୁ ମିଳିଛି | ତେବେ କେଉଁଠି ଶିକ୍ଷକ ଭଗବାନଙ୍କ ତୁଳନୀୟ ହେଉଛନ୍ତି ତ କେଉଁଠି ଶିକ୍ଷକ ରାକ୍ଷସଙ୍କ ଠାରୁ ମଧ୍ୟ ତଳକୁ ଖସି ଯାଉଛନ୍ତି ।
ତେବେ ଆଜି ଏପରି ଏକ ଲଜ୍ଜ୍ୟଜନକ ଘଟଣା ସାମନାକୁ ଆସିଛି ସମସ୍ତ ଲଜ୍ଜ୍ୟର ସୀମାକୁ ଟପି ଯାଇଛି | ଜଣେ ସ୍କୁଲର ପ୍ରଧାନଶିକ୍ଷକ ହୋଇଥିବା ବେଳେ ଛାତ୍ରୀଙ୍କ ସହ ଅସଦାଚରଣ କରୁଥିବାର ଅଭିଯୋଗ ହୋଇଛି । ଏପରି ଅଭାବନୀୟ ଘଟଣା ଘଟିଛି ମୟୂରଭଂଜ ଜିଲ୍ଲାର ମୋରଡ଼ା ଥାନା ଅଂଚଳରେ | ସମ୍ପୃକ୍ତ ସ୍କୁଲର ପ୍ରଧାନଶିକ୍ଷକ ୭ମ ଶ୍ରେଣୀର ୩ ଜଣ ଛାତ୍ରୀଙ୍କୁ ଅସଦାଚରଣ କରିଥିବା ଅଭିଯୋଗ ହୋଇଛି । ସ୍ଥାନୀୟ ଅଂଚଳରେ ଏହି ଘଟଣା ପ୍ରଚାର ହେବା ପରେ ଉତ୍ତେଜିତ ଲୋକେ ଘଟଣା ସହିତ ସଂପୃକ୍ତ ଥିବା ପ୍ରଧାନଶିକ୍ଷକଙ୍କୁ ନିସ୍ତୁକ ମାଡ଼ ମାରିଛନ୍ତି । ପ୍ରଧାନଶିକ୍ଷକଙ୍କୁ ଲୋକେ ଲଣ୍ଡା ମଧ୍ୟ କରିଦେଇଛନ୍ତି ।ସୂଚନାନୁଯାୟୀ, ମୋରାଡ଼ା ବ୍ଲକ ନୁହାମାଳିଆ ସରକାରୀ ୟୁପି ସ୍କୁଲରେ ଏହି ଅଭାବନୀୟ ଘଟଣା ୩ ଦିନ ତଳେ ଘଟିଥିଲା । ଘଟଣାର ଶିକାର ହେବା ପରେ ଛାତ୍ରୀମାନେ ନିଜ ନିଜ ଅଭିଭାବକଙ୍କୁ ଜଣାଇଥିଲେ। ଘଟଣାକୁ ନେଇ ଅଭିଭାବକମାନେ ସ୍କୁଲ ପରିଚାଳନା କମିଟିକୁ ଜଣାଇଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇ ନଥିଲା । ଅଭିଯୁକ୍ତ ପ୍ରଧାନଶିକ୍ଷକ ଅନଙ୍ଗଦେବ ଟିପିରିଆ ମୁଣ୍ଡବିନ୍ଧା ହେଉଥିବା ଦର୍ଶାଇ ସ୍କୁଲକୁ ଆସୁ ନାହାନ୍ତି ଏବଂ ସେ ଜଣେ ଶିକ୍ଷୟତ୍ରୀଙ୍କୁ ଫୋନ୍‌ ମାଧ୍ୟମରେ ନିଜର ଦାୟିତ୍ୱ ଦେଇଛନ୍ତି । କାର୍ଯ୍ୟାନୁଷ୍ଠାନ ବିଳମ୍ବ ହେବାରୁ ସ୍ଥାନୀୟ ଅଂଚଳରେ ତୀବ୍ର ବିରୋଧ କରାଯାଇଛି । ତେବେ ବର୍ତ୍ତମାନ ଘଟଣା ସ୍ଥଳରେ ପୁଲିସ ପହଁଞ୍ଚି ସମସ୍ତ ଘଟଣାକୁ ଆୟତ୍ତ କରିଥିବା ଜଣାପଡିଛି |

https://www.onakhabar.com/minor-girl-pregnant-in-koraput/