OnaKhabar

ପୁଣି କନ୍ୟାଶ୍ରମରେ ଦୁଃଖଦ ଘଟଣା, ଜଣେ ଅନ୍ତେବାସୀ ମୃତ, ଜଣେ ଅସୁସ୍ଥ

0 14

ସୋର: ପୁଣି କନ୍ୟାଶ୍ରମରେ ଏକ ଦୁଃଖଦ ଘଟଣା ଘଟିଥିବାର ସୂଚନା ମିଳିଛି | ଜଣେ ଛାତ୍ରୀଙ୍କ ମୃତ୍ୟୁ ହୋଇଥିବା ବେଲେ ଜଣେ ଗୁରୁତର ଅସୁସ୍ଥ ହୋିପଡିଥିବାର ସୂଚନା ମିଳିଛି | ଏପରି ଅଭାବନୀୟ ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ସୋର ସ୍ଥିତ ପୁରୁବାଈ କନ୍ୟାଶ୍ରମରେ | ମୃତ ଅନ୍ତେବାସୀ ଜଣଙ୍କ ହେଉଛନ୍ତି କୁମାରପୁର ଗାଁର ଲାଲ୍ ହାଁସଦାଙ୍କ ଝିଅ ହେମାଙ୍ଗିନୀ ହାଁସ୍‌ଦା । ହେମାଙ୍ଗିନୀ ଦ୍ୱିତୀୟ ଶ୍ରେଣୀର ଛାତ୍ରୀ ଥିଲେ | ସେପଟେ ଅସୁସ୍ଥ ହୋଇପଡ଼ିଥିବା ଅନ୍ତେବାସୀ ଜଣଙ୍କ ହେଉଛନ୍ତି ଯୋଡ଼ାମ୍ବାର ସରସ୍ୱତୀ ମଲ୍ଲିକ । ଅସୁସ୍ଥ ଅନ୍ତେବାସୀଙ୍କୁ ସୋର ଡାକ୍ତରଖାନାରେ ଭର୍ତ୍ତି କରାଯାଇ ଥିବାର ସୂଚନା ମିଳିଛି ।
ତେବେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ କାହିଁକି ଅସୁସ୍ଥ ହୋିପଡିଛନ୍ତି ତାହାର କୌଣସି ସତ୍ୟତା ମିଳିନାହିଁ | ସୋର ତହସିଲଦାର ଦେବୀପ୍ରସାଦ ଦାସଙ୍କ ଉପସ୍ଥିତିରେ ପୁଲିସ୍‌ ଘଟଣାର ତଦନ୍ତ କରୁଛି । କେଉଁ ପରିସ୍ଥିତିରେ ଜଣେ ଅନ୍ତେବାସୀଙ୍କ ମୃତ୍ୟୁ ଘଟିଲା, ସେ ନେଇ କନ୍ୟାଶ୍ରମ କର୍ତ୍ତୃପକ୍ଷ କିଛି ସନ୍ତୋଷଜନକ ଉତ୍ତର ଦେଇ ପାରୁ ନାହାନ୍ତି । କିଏ କହୁଛି ସାପ କାମୁଡ଼ି ଥିବ ତ କିଏ କହୁଛି ଫୁଡ୍ ପଏଜନିଂ ହୋଇଛି । ସୋର ତହସିଲଦାର ଦେବୀପ୍ରସାଦ ଦାସ କହିଛନ୍ତି, ଏ ଘଟଣାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇଛି । ଶବ ବ୍ୟବଚ୍ଛେଦ ପରେ ଝିଅଟିର ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ ବୋଲି କହିଛନ୍ତି । ତେବେ ପ୍ରଶ୍ନ ଉଠୁଛି ଯେ ପ୍ରଶାସନ କନ୍ୟାଶ୍ରମର ସୁରକ୍ଷା ଲାଗି କଡା ପଦକ୍ଷେପ ନେଇଥିଲେ ମଧ୍ୟ କାହାିଁକି ବାରମ୍ବାର ଗୋଟେ ପରେ ଗୋଟେ ଘଟଣା ଘଟିଚାଲୁଛି ତାହାକୁ ନେଇ ସାଧାରଣରେ ଚର୍ଚ୍ଚା ହେଉଛି |

 

Leave A Reply

Your email address will not be published.