OnaKhabar

ବାରିପଦା ସହରର ସୁରକ୍ଷା ପାଇଁ ରିଙ୍ଗରୋଡ ନିର୍ମାଣ ହେବ- ମୁଖ୍ୟମନ୍ତ୍ରୀ

79

ଭୁବନେଶ୍ୱର: ବାରିପଦା ସହରକୁ ବନ୍ୟା ଦାଉରୁ ର କ୍ଷା କରିବା ପାଇଁ ସହରର ଚାରିପଟେ ଏକ ରିଂଗ ରୋଡ ନିର୍ମାଣ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି । ଆଜି ବାରିପଦା ଠାରେ ମୟୁରଭଞ୍ଜ ଜିଲ୍ଲା ପାଇଁ ମିସନ ଶକ୍ତି କାର୍ଯ୍ୟକ୍ରମରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ଏହି ଘୋଷଣା କରିଛନ୍ତି । ଏହା ସହିତ ବାରିପଦାରେ ଏକ ଛଉ ନୃତ୍ୟ ଗବେ,ଣା ପ୍ରତିଷ୍ଠାନ କରାଯିବା ସହିତ ମୟୁରଭଞ୍ଜ ଆୟୁବେଦ ମହାବିଦ୍ୟାଳୟକୁ ସହକାରୀ ମହାବିଦ୍ୟାଳୟରେ ପରିଣତ କରିବା ପାଇଁ ବିଚାର କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । ବାରିପଦା ଅର୍ବାନ ପୌରଞ୍ଚାଳିକ ବ୍ୟାଙ୍କର ପୁନରୁଦ୍ଧାର ପଇଁ ରାଜ୍ୟ ସରକାର ଆର୍ଥିକ ସହାୟତା ଯୋଗାଇ ଦେବା ସହିତ ପୁନର୍ବାର ବ୍ୟାଙ୍କିଙ୍ଗ ଲାଇସେନ୍ସ ପାଇବା ପାଇଁ ସେ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିବେ ବୋଲି ମୁଖୟମନ୍ତ୍ରୀ କହିଛନ୍ତି ।
ଆଜି ମୁଖ୍ୟମନ୍ତ୍ରୀ ମୟୁରଭଞ୍ଜରେ ୧୧ ଟି ପ୍ରକଳ୍ପର ଉଦଘାଟନ କରିବା ସହିତ ୬ଟି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ । ମୟୁରଭଞ୍ଜ ଜିଲ୍ଲାପାଇଁ ସମୁଦାୟ ୧୫୦ କୋଟି ଟଙ୍କାର ପ୍ରକଳ୍ପର ଶୁଭାରମ୍ଘ କରାଯାଇଛି ।
ମିଶନ ଶକ୍ତି ସମାବେଶରେ ଆଜି ମୁଖୟମନ୍ତ୍ରୀ ମୟୁରଭଞ୍ଜ ଜିଲ୍ଲାର ୨୦,୨୯୫ ମହିଳା ସ୍ୱୟଂ ସହାୟକ ଗୋଷ୍ଟାକୁ ୧୫ ହଜାର ଟ୍କା ଲେଖାଏ ସିଡମନି ସହାୟତା, ୨୬ଟି ବ୍ଲକ ସ୍ତରୀୟ ମହାସଂଘକୁ ୨୫ ଲ କ୍ଷ ଟଙ୍କା ଲେଖାଏଁ ସହାୟତା, ଡିଜିଟାଲ ସଶକ୍ତିକରଣ ପାଇଁ ୩୯, ୪୧୮ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀକୁ ୩ ହଜାର ଟଙ୍କା ଲେଖାଏ ସହା.ତା ପ୍ରଦାନମ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ଆଜି ଜିଲ୍ଲାର ସ୍ୱୟଂ ସହାୟକ ଗୋଷ୍ଠୀ ଗୁଡିକୁ ସମୁଦାୟ ୬୦ କୋଟି ଟଙ୍କା ସହାୟତା ପ୍ରଦାନ କରାଯାଇଛି ।
ଏହି କାର୍ଯୟକ୍ରମରେ ମଞ୍ଚ ଉପରେ ମିଶନ ଶକ୍ତିର ମା’ ମାନେ ସେମାନଙ୍କର ସଫଳତା ଓ ସଶକ୍ତିକରଣର କାହାଣୀ ବଣ୍ଣନା କରିଥିଲେ । ମନ୍ତ୍ରୀ, ବିଧାୟକ, ବିଧାୟିକା ଏବଂ ଅନ୍ୟାନ୍ୟ ବିଶିଷ୍ଟ ବ୍ୟକ୍ତିମାନେ ଖ୍ନୋତାମାନଙ୍କ ମଧ୍ୟରେ ବସି ସେମାନଙ୍କ ସଫଳତାର କାହାଣୀ ଶୁଣିଥିଲେ । ମୁଖୟମନ୍ତ୍ରୀ ମଧ୍ୟ ମିଶନ ଶକ୍ତିର ମା’ ମାନଙ୍କର କାର୍ଯ୍ୟକ୍ରମ ବିଷୟରେ ଶୁଣିଥିଲେ ।
ଏହି କାର୍ଯ୍ୟକତ୍ରମରେ ମିଶନ ଶକ୍ତି ନିର୍ଦ୍ଦେଶିକା ତଥା କମିଶନର ଶ୍ରୀମତୀ ସୁଜାତା କାତ୍ତିକେୟନ ସ୍ୱାଗତ ଭାଷଣ ଦେଇ ମିଶନ ଶକ୍ତିର ବିଭିନ୍ନ ଯୋଜନା ଓ କାର୍ଯ୍ୟକ୍ରମ ଉପରେ ସୂଚନା ଦେଇଥିଲେ । ମହିଳା ସମବାୟ ବିକାଶ ନିଗମ ଅଧ୍ୟ କ୍ଷା ଶ୍ରମୟୀ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ ।