OnaKhabar

କର୍କଟ ରାଶିର ବ୍ୟକ୍ତିଙ୍କର ଦିନଟି ନାହିଁ ଭଲ, ଦେଖି ଜଗି ଚଳନ୍ତୁ…

0 29

ଭୁବନେଶ୍ୱର: ଆଜି ହେଉଛି ବୁଧବାର | ଏହି ଦିନଟି କିପରି କଟିବ ଚାଲନ୍ତୁ ଜାଣିବା |
ମେଷ: ଏହି ରାଶିର ଆଜିର ଦିନଟି ଭଲ ନାହିଁ | ତେଣୁ ରାଗ ଉପରେ ନିୟନ୍ତ୍ରଣ ରଖନ୍ତୁ । ଏଥିସହ ଅଳସୁଆ ଅନୁଭବ କରିବେ । କୌଣସି କାମ କରିବାକୁ ଇଚ୍ଛା ହେବ ନାହିଁ ।
ବୃଷ: ଏହି ରାଶିର ବ୍ୟକ୍ତିଙ୍କର ଦିନଟି ଭଲରେ କଟିବ ଓ ମାନ-ସମ୍ମାନ ବଢ଼ିବ । କାର୍ଯ୍ୟକ୍ଷେତ୍ରରେ ସଫଳତା ମିଳିବ ।
ମିଥୁନ: ଏହି ରାଶିର ବ୍ୟକ୍ତି ମନୋରଞ୍ଜନ ସ୍ଥାନକୁ ବୁଲିବାକୁ ଯାଇପାରନ୍ତି ଓ ନୂଆ ପୋଷାକ କିଣିପାରନ୍ତି | କୁକୁରକୁ ଖାଇବାକୁ ଦିଅନ୍ତୁ।
କର୍କଟ: ଏହି ରାଶିର ବ୍ୟକ୍ତି କୌଣସି କଥାକୁ ନେଇ ଚିନ୍ତିତ ରହିବେ । ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। ଆୟଠାରୁ ବ୍ୟୟ ଅଧିକ ହେବ ।
ସିଂହ: ଏହି ରାଶିର ବ୍ୟକ୍ତି ବାଦ-ବିବାଦରୁ ଦୂରେଇ ରୁହନ୍ତୁ । ଆତ୍ମବିଶ୍ୱାସ ବଢ଼ିବ । ଜଳାଶୟଠାରୁ ଦୂରେଇ ରୁହନ୍ତୁ ।
କନ୍ୟା: ଏହି ରାଶିର ବ୍ୟକ୍ତି ବନ୍ଧୁଙ୍କ ସହ ମତାନ୍ତର ହୋଇପାରେ । ଧାର୍ମିକ କାର୍ଯ୍ୟରେ ଖର୍ଚ୍ଚାନ୍ତ ହୋଇପାରନ୍ତି । କଥା ଉପରେ ନିୟନ୍ତ୍ରଣ ରଖନ୍ତୁ |
ତୁଳା: ଏହି ରାଶିର ବ୍ୟକ୍ତି ଆଜି କୌଣସି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଅନ୍ତୁ ନାହିଁ । ଆର୍ଥିକ ସ୍ଥିତି ସ୍ୱଚ୍ଛଳ ରହିବ । ମୁଣ୍ଡରେ ଯନ୍ତ୍ରଣା ଅନୁଭବ କରିବେ ।
ବିଚ୍ଛା: ଏହି ରାଶିର ବ୍ୟକ୍ତି ପରିବାରରେ ହସଖୁସିର ପରିବେଶ ରହିବ । ଦୂରସ୍ଥାନକୁ ଯାତ୍ରା କରିପାରନ୍ତି । ପୁରୁଣା ବନ୍ଧୁଙ୍କ ସହ ଦେଖା ହୋଇପାରେ ।
ଧନୁ: ଏହି ରାଶିର ବ୍ୟକ୍ତି କୌଣସି କଥାକୁ ନେଇ ପରିବାର ସଦସ୍ୟଙ୍କ ଝଗଡ଼ା ହୋଇପାରେ। ଜୀବନସାଥୀଙ୍କ ସହଯୋଗ ମିଳିବ। ବିବାହ ସ୍ଥିର ହୋଇପାରେ।
ମକର: ବ୍ୟବସାୟରେ ଆଶା ମୁତାବକ ଲାଭ ମିଳିବ। ସାହିତ୍ୟ ଓ କଳା ପ୍ରତି ରୁଚି ବଢ଼ିବ । ଘରେ ମାଙ୍ଗଳିକ କାର୍ଯ୍ୟ ଅନୁଷ୍ଠିତ ହୋଇପାରେ ।
କୁମ୍ଭ: ଏହି ରାଶିର ବ୍ୟକ୍ତି ଦାମ୍ପତ୍ୟ ଜୀବନ ଖୁସିରେ କଟିବ । ଛାତ୍ରଛାତ୍ରୀମାନଙ୍କୁ ପାଠପଢ଼ାରେ ସଫଳତା ମିଳିବ। ଦୂରସ୍ଥାନକୁ ଯାତ୍ରା କରନ୍ତୁ ନାହିଁ। ଦୁର୍ଘଟଣା ଘଟିପାରେ। ସତର୍କ ରୁହନ୍ତୁ।
ମୀନ: ଏହି ରାଶିର ବ୍ୟକ୍ତି ପ୍ରତିଦ୍ୱନ୍ଦ୍ୱୀଙ୍କଠାରୁ ବିଜୟୀ ହେବେ । କାର୍ଯ୍ୟକ୍ଷେତ୍ରରେ ସହକର୍ମୀଙ୍କ ସହଯୋଗ ମିଳିବ । ବ୍ରାହ୍ମଣଙ୍କୁ ବସ୍ତ୍ର ଦାନ କରନ୍ତୁ ।

Leave A Reply

Your email address will not be published.