OnaKhabar

ବାହାଘର ଭୋଜି ହେଲା କାଳ, ୨୦ଫୁଟ୍‌ ତଳକୁ ଖସି ସ୍ୱାମୀ ମୃତ ଓ ସ୍ତ୍ରୀ ଗୁରୁତର ଆହତ

92

ବୌଦ୍ଧ: ବାହାଘର ବୋଜି ଖାଇବାକୁ ଯିବା ହେଲା କାଳ | ୨୦ ଫୁଟ ତଳକୁ ଖସି ସ୍ୱୀମୀଙ୍କର ମୃତ୍ୟୁ ହୋଇଥିବା ବେଳେ ସ୍ତ୍ରୀ ଗୁରୁତର ଆହତ ହୋଇଥିବାର ସୂଚନା ମିଳିଛି | ଏପରି ଅଭାବନୀୟ ଘଟଣା ଘଟିଛି ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ଅନ୍ତର୍ଗତ ବାଘମରା ପୋଲ ନିକଟରେ | ମୃତକ ଜଣଙ୍କ ହେଲେ ଅନଗ ପାଣିଗ୍ରାହୀ ଓ ଆହତ ସ୍ତ୍ରୀ ଜଣଙ୍କ ହେଲେ ଆରତି ହୋତା । ଆହତଙ୍କ ଅବସ୍ଥା ଗୁରୁତର ରହିଥିବାରୁ ତାଙ୍କୁ ଗୁରୁତର ଅବସ୍ଥାରେ ବୁର୍ଲା ବଡ଼ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବାର ସୂଚନା ମିଳିଛି । ସୂଚନାନୁଯାୟୀ, ଗତକାଲି ସରସରା ଗାଁର ଆରତି ଓ ଅନଗ ଏକ ବାହାଘର ଭୋଜିରେ ଯୋଗ ଦେବାକୁ ବାଇକ୍ ଯୋଗେ ବିଏମ୍‌ପୁର ଯାଇଥିଲେ । ସେଠାରୁ ଫେରିବା ବେଳେ ବାଉଁଶୁଣୀର ବାଘପୋଲ ନିକଟରେ ବାଇକ୍‌ଟି ଭାରସାମ୍ୟ ହରାଇ ଏକ ଫଳକରେ ପିଟି ହୋଇ ୨୦ଫୁଟ୍‌ ତଳକୁ ଖସି ପଡ଼ିଥିଲା । ସ୍ଥାନୀୟ ଲୋକଙ୍କ ସହାୟତାରେ ଦମକଳ ବାହିନୀ କର୍ମଚାରୀ ସେମାନଙ୍କୁ ଉଦ୍ଧାର କରି ବାଉଁଶୁଣୀ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର ଅନଗଙ୍କୁ ମୃତ ଘୋଷଣା କରାଯାଇଥିଲା । ଆରତିଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ବୁର୍ଲା ପଠାଯାଇଥିଲା | ମନମୁଣ୍ଡା ପୁଲିସ୍‌ ଘଟଣା ସ୍ଥଲରେ ପହଁଞ୍ଚି ତଦନ୍ତ ଆରମ୍ଭ କରୁଛି । ତେବେ ତାଙ୍କର ଏପରି ଦୁର୍ଘଟଣା ଲାଗି ଦାୟୀ କିଏ ଓ ରାସ୍ତାର ଅବସ୍ତା ଏତେ ଶୋଚନୀୟ କାହିଁକି ତାହାକୁ ନେଇ ସାଧାରଣରେ ପ୍ରଶ୍ନ ସୃଷ୍ଟି ହେଉଛି |