OnaKhabar

ସିନମାହଲ ଷ୍ଟାଣ୍ଡରେ ଯୁବକଙ୍କ ବେଲ୍ଟ ମାଡ଼ରେ ଛାତ୍ରୀ ଗୁରୁତର

72

ଭୁବନେଶ୍ୱର: ଗତକାଲି ରାତିରେ ଭୁବନେଶ୍ୱରର ଏକ ସିନେମା ହଲ୍ ଷ୍ଟାଣ୍ଡରେ ଗାଡ଼ି ବାଡେଇ ହୋଇଯିବାରୁ ଏହାକୁ ନେଇ ଉତ୍ତେଜନା ଦେଖାଦେଇଥିଲା । ଜନୈକ ଯୁବକ ଜଣେ କଲେଜ ପଢ଼ୁଆ ଛାତ୍ରୀଙ୍କୁ ବେଲ୍ଟରେ ବାଡେଇ ଥିବା ଉପସ୍ଥିତଥିବା ପ୍ରତ୍ୟେକ୍ଷଦର୍ଶୀଙ୍କ ଠାରୁ ପ୍ରକାଶ ।
ଘଟଣାରୁ ପ୍ରକାଶ ଯେ, ଓୟୁଏଟିରେ କୃଷି ସ୍ନାତକ ବିଭାଗର ଜଣେ ଛାତ୍ରୀ ଏବଂ ତାଙ୍କର ଆଉ ଦୁଇଜଣ ସାଙ୍ଗ ମଣିକର୍ଣ୍ଣିକା ସିନେମା କେଶରୀ ହଲ୍କୁ ଦେଖିବାକୁ ଯାଇଥିଲେ । ସିନେମା ଦେଖିସାରି ଛାତ୍ରୀ ୩ଜଣ ତାଙ୍କ ସ୍କୁଟି ହଲ୍ ଷ୍ଟାଣ୍ଡରୁ କାଢ଼ୁଥିବା ସମୟରେ ଜନୈକ ଯୁବକ ସେହି ସମୟରେ ତାଙ୍କର ଗାଡ଼ି ଛାତ୍ରୀଙ୍କ ସ୍କୁଟି ସହିତ ବାଡେଇ ହୋଇଯାଇଥିଲା । ଫଳରେ ଛାତ୍ରୀ ଜଣଙ୍କ ଭାରସାମ୍ୟ ହରାଇ ତଳେ ପଡ଼ିଯାଇଥିଲେ ଏବଂ ଏହାର ପ୍ରତିବାଦ ମଧ୍ୟ ଛାତ୍ରୀଜଣଙ୍କ କରିଥିଲେ । ଯୁବକ ଜଣଙ୍କ କିଛି ନ ଜାଣିଲା ପରି ସେଠାରୁ ପଳେଇଯାଉଥିବା ସମୟରେ ଛାତ୍ରୀଜଣଙ୍କ ତାଙ୍କୁ ବଡ଼ ପାଟିରେ ଗାଳିଗୁଲଜ କରିଥିଲେ । ଏଥିରେ ଯୁବକ ଜଣଙ୍କ ଉତକ୍ଷିପ୍ତ ହୋଇ ତାଙ୍କ ଅଣ୍ଟାରୁ ବେଲ୍ଟ କାଢ଼ି ବାଡେଇଥିଲେ । ଛାତ୍ରୀ ଏବଂ ତାଙ୍କ ସାଙ୍ଗମାନେ ଏଥିରେ ପ୍ରତିରୋଧ କରିଥିଲେ ମଧ୍ୟ ଯୁବକ ଜଣଙ୍କ କିଛି ମାନି ନ ଥିଲେ ଛାଟ ପରେ ଛାଟ ବାଡେଇ ଚାଲିଥିଲେ । ସେଠାରେ ଉପସ୍ଥିତ ଥିବା ଲୋକମାନେ ଉକ୍ତ ଯୁବକକୁ ଧରି ନିସ୍ତୁକ ମାଡ଼ ମାରିଥିଲେ ଏବଂ ପୁଲିସକୁ ଖବର ଦେଇଥିଲେ । ଅଭିଯୋଗ ପରେ ପୁଲିସ ଆକ୍ରମଣ କରିଥିବା ଯୁବକଙ୍କୁ ଗିରଫ କରିଛି ଖବର ମିଳିଛି । ଯୁବକ ଜଣକ ଡୁମୁଡୁମାର ସୁଜନ ସାହୁ । ଆଜିି ତାଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ପୁଲିସ କହିଛି ।
ପୁଲିସ ଛାତ୍ରୀଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରିଛନ୍ତି । ଛାତ୍ରୀଙ୍କ ବେକ, ପିଠି ଓ ପେଟରେ ଗଭୀର କ୍ଷତ ସୃଷ୍ଟି ହୋଇଛି । ଏପଟେ ସହପାଠିନୀଙ୍କୁ ଆକ୍ରମଣ ହୋଇଥିବା ଖବର ପାଇ ରାତିରେ ଓୟୁଏଟିର ଛାତ୍ରମାନେ ଥାନାରେ ସାମ୍ନାରେ ହୋ ହଲ୍ଲା କରିଥିବା ଖବର ମିଳିଛି ।