OnaKhabar

କାଳିଆ ଯୋଜନା ଦୁର୍ନୀତିର ଫ୍ଲଡ ଗେଟ୍ ଖୋଲି ଦେବ :ବିଶ୍ୱଭୂଷଣ ହରିଚନ୍ଦନ

50
  • କାଳିଆ ଯୋଜନା ତ୍ରୃଟିଯୁକ୍ତ ଏବଂ ପ୍ରତାରଣପୂର୍ଣ୍ଣ
  • ଶାସକ ବିଜେଡି ରାଜକୋଷର ଅର୍ଥକୁ ହରିଲୁଟ୍ କରି ନିର୍ବାଚନ ଲାଂଚ ଭାବେ ଦଳୀୟ ଭିତିରେ ବାଂଟିବାର ଷଡଯବ ରଚିଛନ୍ତି
  • ଖାଦ୍ୟ ସୁରକ୍ଷା କାର୍ଡ ବଂଟନ ଭଳି କାଳିଆ ଯୋଜନାରେ ଅର୍ଥ ବାଂଟି ହିତାଧିକାରୀଙ୍କୁ ଜେଲ୍ ଭିତରେ ପୂରାଇବେ ନି ତ ସରକାର
  • ସାଧାରଣ ଜନତା ଷଗ୍ଧଗ୍ଧକ୍ଟ୍ରଗ୍ଦ://ଭହକ୍ଟ୍ରକ୍ଟୟସଗ୍ଦଷବଗ୍ଦବଦ୍ଭଳବକ୍ଷକ୍ଟ୍ରକ୍ଟ୍ରବଗ୍ଧକ୍ସବ.ମକ୍ଟଜ୍ଞ/ ୱେବ ସାଇଟ ମାଧ୍ୟମରେ ରଖିବେ ନିଜ ମତାମତ
    ଭୁବନେଶ୍ୱର : କାଳିଆ ଯୋଜନା କେବଳ ଚାଷୀଙ୍କ ହିତ ପାଇଁ ନୁହେଁ ବରଂ ପ୍ରତାରଣା କରିବା ପାଇଁ ଆରମ୍ଭ ହୋଇଛି । ଏହାକୁ ସଠିକ୍ ଭାବେ କାର୍ଯ୍ୟକାରୀ କରାଯାଇ ପାରିବ ନାହିଁ । ଆଗାମୀ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ରାଜ୍ୟ ରାଜକୋଷର
    ଅର୍ଥକୁ ଦଳୀୟ ଭିତିରେ ବଂଟନ କରିବା ପାଇଁ ଏହି ଯୋଜନା କରାଯାଇଛି । ସରକାରଙ୍କ କହିବା ଅନୁଯାୟୀ କାଳିଆ ଯୋଜନାରେ କ୍ଷୁଦ୍ର, ମଧ୍ୟମ, ନାମମାତ୍ର ଚାଷୀ, ଭୂମି ହୀନ ଏବଂ ଭାଗଚାଷୀଙ୍କୁ ଆର୍ଥିକ ସହାୟତା ମିଳିବ । ବିଡ ମ୍ବନାର ବିଷୟ ହେଉଛି କି, ୫ ବର୍ଷରୁ ଉଦ୍ଧ୍ୱର୍ ସମୟ ବିତିଥିଲେ ମଧ୍ୟ ରାଜ୍ୟସରକାର ଚାଷୀ ଚିହ୍ନଟ କରି ତାଲିକା ପ୍ରକାଶ କରିବାରେ ଅକ୍ଷମ ହେଲେ । ବର୍ତମାନ ସ୍ଥ୍ିତିରେ ସରକାର ହଠାତ୍ ଚାଷୀମାନଙ୍କୁ କିପରି ଚିହ୍ନଟ କଲେ ଏବଂ ଚାଷୀମାନଙ୍କ ସଂଖ୍ୟା ନିରୂପଣ କରି କାଳିଆ ଯୋଜନାରେ ସାମିଲ କଲେ ତାହା ବିରାଟ ପ୍ରଶ୍ନବାଚୀ ସୃଷ୍ଟି କରିଛି । ରାଜ୍ୟରେ ଲକ୍ଷ ଲକ୍ଷ ଭାଗ ଚାଷୀ ଅଛନ୍ତି । ପଂଚାୟତ ସ୍ତରରେ ଚାଷୀ ମାନଙ୍କୁ ଚିହ୍ନଟ କରାଯିବା ଆଇନ ସ୧ତ ନୁହେଁ । ଏଣୁ ଏହି ଯୋଜନା ତ୍ରୃଟିଯୁକ୍ତ ଏବଂ ପ୍ରତାରଣପୂର୍ଣ୍ଣ । କାଳିଆ ଯୋଜନା ଦୁର୍ନୀତିର ଫ୍ଲଡ ଗେଟ୍ ଖୋଲି ଦେବ ବୋଲି ବିଜେପିର ବରିଷ୍ଠ ନେତା ତଥା ସଂକଳ୍ପ ପତ୍ର ସମିତିର ଅଧ୍ୟକ୍ଷ ଶ୍ରୀ ବିଶ୍ୱଭୂଷଣ ହରିଚନ୍ଦନ କହିଛନ୍ତି । ସେହିପରି ରାଜ୍ୟ ସରକାର କାଳିଆ ଯୋଜନାରେ ତାଲିକା ତିଆରି ନକରି କୃଷି ଶ୍ରମିକ ମାନଙ୍କୁ ଅର୍ନ୍ତଭୃକ୍ତ କରିବା ଅତ୍ୟନ୍ତ ହାସ୍ୟାସ୍ପଦ ଘଟଣା । ଆଜି ପର୍ଯ୍ୟନ୍ତ କୃଷି ଶ୍ରମିକ ମାନେ ସଙ୍ଗଠିତ ନୁହଁନ୍ତି ଏବଂ ସେମାନଙ୍କର ତାଲିକା ବି ରାଜ୍ୟସରକାରଙ୍କ ପାଖରେ ନାହିଁ । ସେହିପରି ପଶୁପାଳନ କରୁଥିବା ଚାଷୀ ଚିହ୍ନଟ ତାଲିକା ପ୍ରସ୍ତୁତ ହୋଇନାହିଁ । ଏଣୁ ଏହି ଯୋଜନାରେ ବ୍ୟାପକ ମାତ୍ରାରେ ଦୁର୍ନୀତି ହେବ । ଶାସକ ବିଜେଡି ରାଜକୋଷର ଅର୍ଥକୁ ହରିଲୁଟ୍ କରି ନିର୍ବାଚନ ଲାଂଚ ଭାବେ ଦଳୀୟ ଭିତିରେ ବାଂଟିବାର ଷଡଯବ ରଚିଛନ୍ତି । ପୂର୍ବରୁ ରାଜ୍ୟସରକାର ଯୋଗ୍ୟତା ନଥାଇ ଦଳୀୟ ଭିତିରେ ଜାତୀୟ ଖାଦ୍ୟ ସୁରକ୍ଷା କାର୍ଡ ବାଂଟିବା ଏବଂ ପରେ ହିତିଧିକାରୀଙ୍କୁ ଅଯୋଗ୍ୟ ଘୋଷଣା କରି ପୋଲିସ ଦ୍ୱାରା ଗିରଫ କରି ନିରିହ ମା ଭଉଣୀମାନଙ୍କୁ ଜେଲରେ ଭର୍ତି କରିଥିଲେ । ସେହିପରି ଭାବେ କାଳିଆ ଯୋଜନାରେ ଚାଷୀ ଚିହ୍ନଟ ନକରି ଟଙ୍କା ବାଂଟି ନିଜ ସ୍ୱାର୍ଥ ହାସଲ କରିବା ପରେ ପରବର୍ତୀ ସମୟରେ ରାଜ୍ୟସରକାର ସେମାନଙ୍କୁ ଜେଲ ଭିତରେ ପୂରାଇବାର ଆଶଙ୍କା ରହିଛି ବୋଲି ବୋଲି ଶ୍ରୀ ହରିଚନ୍ଦନ କହିଛନ୍ତି । ଏକମାତ୍ର ଅର୍ଥ ବାଂଟିଲେ ଚାଷ ଓ ଚାଷୀର ଉନ୍ନତି ହେବନାହିଁ । କୃଷିର ବିକାଶ କରିବାକୁ ହେଲେ ଏଗ୍ରୋ ଇଣ୍ଡଷ୍ଟ୍ରି, ଫୁଡ୍ ପ୍ରୋସେସିଂ ଇଣ୍ଡଷ୍ଟ୍ରି ଉପରେ ପ୍ରାଧାନ୍ୟ ଦେବା ଆବଶ୍ୟକ । ଚାଷର ଉନ୍ନତି ପାଇଁ ଜଳସେଚନର ବହୁତ ଆବଶ୍ୟକତା କହିଛି । କିନ୍ତୁ ର୍ଦୁଭାଗ୍ୟବଶତଃ ଦୀର୍ଘ ୧୯ ବର୍ଷ ଧରି ମୁଖ୍ୟମବୀ ଜଳସେଚନ ବିଭାଗ ଦାୟୀତ୍ୱରେ ରହି ବି ଗୋଟିଏ ବି ଡ୍ୟାମ ନମି ର୍ାଣ କରିପାରିଲେ ନାହିଁ । ପୂର୍ବତନ ପ୍ରଧାନମବୀ ସ୍ୱର୍ଗତଃ ଅଟଳ ବିହାରି ବାଜପେୟୀଙ୍କ ସମୟରେ ରାଜ୍ୟରେ ୮ଟି ବଡ ଡ୍ୟାମ ଆର ମ୍ଭ ହୋଇଥିଲେ ମଧ୍ୟ ରାଜ୍ୟସରକାର ତାହାକୁ ସଂପୂର୍ଣ୍ଣ କରିପାରିଲେ ନାହିଁ ବୋଲି ଶ୍ରୀ ହରିଚନ୍ଦନ କହିଛନ୍ତି ।
    ଆଜି ସଂକଳ୍ପ ପତ୍ର ସମିତିର ଦ୍ୱିତୀୟ ବୈଠକ ଅନୁଷ୍ଠିତ ହୋଇଛି । ପ୍ରଥମେ କୃଷି ସମସ୍ୟା ଉପରେ ଆଲୋଚନ ହୋଇଛି । ରାଜ୍ୟର ୭୦ ପ୍ରତିଶତ ଚାଷୀ ଅଛନ୍ତି । ଚାଷ ଓ ଚାଷୀଙ୍କୁ ଅଗ୍ରାଧୀକାର ଦିଆଯିବ । କୃଷିର ବିକାଶ ହେଲେ ରାଜ୍ୟର ବିକାଶ ହେବ । ମୁଖ୍ୟତଃ ଚାଷ ଓ ଚାଷୀଙ୍କୁ ପ୍ରାଧାନ୍ୟ ସଂକଳ୍ପ ପତ୍ର ତଥା ନିର୍ବାଚନ ଇସ୍ତାହାରରେ ପ୍ରକାଶ ପାଇବ ବୋଲି ଶ୍ରୀ ହରିଚନ୍ଦନ କହିଛନ୍ତି । ସାଢେ ୪ କୋଟି ଓଡିଆଙ୍କ ସ୍ୱପ୍ନ ଏବଂ ସ ମ୍ଭାବନା ଅନୁଯାୟୀ ବିଜେପି ୨୦୧୯ ସାଧାରଣ ନିର୍ବାଚନର ସଂକଳ୍ପ ପତ୍ର ତଥା ନିର୍ବାଚନ ଇସ୍ତାହାର ତିଆରି କରିବ । ବିଶେଷ କରି ରାଜ୍ୟର ସର୍ବାଙ୍ଗୀନ ବିକାଶକୁ ପ୍ରାଧାନ୍ୟ ଦିଆଯିବ । ସମାଜର ତୃଣମୂଳ ସ୍ତରରୁ ସାଧାରଣ ଲୋକଙ୍କ ଦାବି ଏବଂ ଆବଶ୍ୟକତାକୁ ନେଇ ଚଳିତ ବର୍ଷ ସଂକଳ୍ପ ପତ୍ର ବିଜେପି ପକ୍ଷରୁ ପ୍ରକାଶ କରାଯିବ । ଏଥିପାଇଁ ଆଜି ବିଜେପି ସଂକଳ୍ପ ପତ୍ର ସମିତି ପକ୍ଷରୁ ୱେବସାଇଟ ଲଂଚ କରାଯାଇଛି । ଷଗ୍ଧଗ୍ଧକ୍ଟ୍ରଗ୍ଦ://ଭହକ୍ଟ୍ରକ୍ଟୟସଗ୍ଦଷବଗ୍ଦବଦ୍ଭଳବକ୍ଷକ୍ଟ୍ରକ୍ଟ୍ରବଗ୍ଧକ୍ସବ.ମକ୍ଟଜ୍ଞ ଏହି ୱେବ ସାଇଟ ମାଧ୍ୟମରେ ରାଜ୍ୟର ଜନସାଧାରଣ ସେମାନଙ୍କର ବହୁ ମୂଲ୍ୟ ମତାମତ ଦେଇ ପାରିବେ ବୋଲି ବିଜେପିର ବରିଷ୍ଠ ନେତା ଶ୍ରୀ ବିଶ୍ୱଭୂଷଣ ହରିଚନ୍ଦନ କହିଛନ୍ତି । ଗତ ୨୪ ତାରିଖ ଦିନ ସଂକଳ୍ପ ପତ୍ର ସମିତି ପକ୍ଷରୁ ରାଜ୍ୟ କାର୍ଯ୍ୟାଳୟ ସ୧ୁଖରେ ଏକ ମତାମତ ସଂଗ୍ରହ ବାକ୍ସକୁ ଶୁଭାର ମ୍ଭ କରାଯାଇଛି । ସାଧାରଣ ଲୋକ ଆସି ସେମାନଙ୍କର ବହୁ ମୂଲ୍ୟ ମତାମତ ପ୍ରଦାନ କରୁଛନ୍ତି । ଆଗାମୀ ଦିନରେ ଜନତାଙ୍କ ମତାମତକୁ ପ୍ରାଧାନ୍ୟ ଦେଇ ବିଜେପି ନିର୍ବାଚନର ସଂକଳ୍ପ ପତ୍ର ତଥା ନିର୍ବାଚନ ଇସ୍ତାହାର ତିଆରି କରିବ ବୋଲି ଶ୍ରୀ ହରିଚନ୍ଦନ କହିଛନ୍ତି । ଏହି ସା ମ୍ବାଦିକ ସ୧ମିଳନୀରେ ସଂକଳ୍ପ ପତ୍ର ସମିତି ସଦସ୍ୟ ତଥା ପୂର୍ବତନ ମୁଖ୍ୟମବୀ ଗିରିଧର ଗମାଙ୍ଗ, ପୂତତନ ମବୀ ମନମୋହନ ସାମଲ ଓ ସୁରମା ପାଢୀ, ସଂକଳ୍ପ ପତ୍ର ସମିତି ଆବାହକ ସୁଦର୍ଶନ ନାୟକ, ମୁଖ୍ୟ ମୁଖପାତ୍ର ଶ୍ରୀ ସଜ୍ଜନ ଶର୍ମା, ପ୍ରଫେସର ପୂର୍ଣ୍ଣଚନ୍ଦ୍ର ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ ।