OnaKhabar

ବିଏଡ ଶିକ୍ଷକଙ୍କ ଅଭିନବ ପ୍ରତିବାଦ, ଦାବୀ ପୂରଣ ପାଇଁ ରାସ୍ତାରେ ମାଗିଲେ ଭିକ

89

ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ପ୍ରାତମିକ ଓ ଉଚ୍ଚ ପ୍ରାଥମିକ ସ୍କୁଲରେ କାର୍ଯ୍ୟକରୁଥିବା ଚୁକ୍ତି ଭିତ୍ତିକ କନିଷ୍ଠ ଶିକ୍ଷକ ଓ କନିଷ୍ଠ ଶିକ୍ଷକମାନଙ୍କୁ ସର୍ବନିମ୍ନ ବଞ୍ଚିତ କରାଯାଉଛି । ସେମାନଙ୍କୁ ସପ୍ତମ ବେତନ କମିଶନ ସୁପାରିଶ ଆଧାରରେ ଦରମା ମିଳୁନାହିଁ । ଏହାର ପ୍ରତିବାଦରେ ଆଜି ଶିକ୍ଷକମାନେ ପିଏମଜି ଛକରେ ଧାରଣାରେ ବସିବା ସହ ଅଭିନବ ପ୍ରତିବାଦ କରିଛନ୍ତି । ସରକାରଙ୍କ ଏହି ଆଭିମୁଖ୍ୟ ବିରୋଧରେ ପ୍ରତିବାଦ କରିବାକୁ ଯାଇ ରାସ୍ତା କଡରେ ବସି ଭିକ୍ଷା ଥାଳି ଧରି ଭିକ ମାଗୁଛନ୍ତି ।

ଦେଲେ ଚେତାବନୀ

* ଆଗକୁ ସ୍କୁଲରେ ପଡିବ ତାଲା
* ବର୍ଜନ କରିବେ ନିର୍ବାଚନ କାର୍ଯ୍ୟ
* ଆନ୍ଦୋଳନ ହେବ ବ୍ୟାପକ

ସଂଘ ପକ୍ଷରୁ କୁହାଯାଇଛି ବାରମ୍ବାର ଦାବୀ ଓ ଆପତ୍ତି ସତ୍ତେ୍ୱ ସରକାର ସେମାନଙ୍କ ପ୍ରତି କଣ୍ଣପାତ କରୁନାହାନ୍ତି । କେନ୍ଦ୍ରୀୟ ଢାଞ୍ଚାରେ ଦରମା ପ୍ରଦାନ କରିବା ଚୁକ୍ତି ଭିତ୍ତିକ ଶିକ୍ଷକଙ୍କୁ ସ୍ଥ।।ୟୀ କରିବା ପ୍ରଭୃତି ଦାବୀ ନେଇ ବିଏଡ ଶିକ୍ଷା ସହାୟକ ସଂଘ ରାସ୍ତାକୁ ଓହ୍ଲାଇଛି । ଶିକ୍ଷକ ନେତାମାନେ କହିଛନ୍ତି ରାଜ୍ୟ ସରକାର ସମସ୍ତ କର୍ମଚାରୀମାନଙ୍କୁ ସପ୍ତମ କମିଶନ ବେତନ ଖୁସି କରିଥିଲା ବେଳେ ଗୁଣାତ୍ମକ ଶିକ୍ଷକମାନଙ୍କୁ ମାତ୍ର ୬୫୧୨ ଟଙ୍କା ଦେଇ କାମ କରାଉଛନ୍ତି । ଏନେଇ ଯେତେ ଦାବୀ ଓ ଅନୁରୋଧ କଲେ ମଧ୍ୟ ଉପ ଯୁକ୍ତ ନ୍ୟାୟ ମିଳୁନାହିଁ । ଆମ ଛଡା ସରକାର ଅନ୍ୟ କୌଣସି କର୍ମଚାରୀଙ୍କୁ ସପ୍ତମ କମିଶନ ସୁପାରିଶରୁ ବଞ୍ଚିତ କରିନାହାନ୍ତି । ସରକାରଙ୍କୁ ପ୍ରଶ୍ନ କରିଛନ୍ତି ଯେ, ବିଏଡ ଶିକ୍ଷା ସହାୟକଙ୍କ ଠାରୁ ଆଉ କିଏ କମ ଦରମା ପାଉଛ. ଏହାର ଉତ୍ତର ଦିଅନ୍ତୁ । ଏଣୁ “ଭୁଭୁ କ୍ଷିତଂ କିଂ ନ କରୋତି ପାପମ୍” ନ୍ୟାୟରେ ଆମେ ସରାକାରଙ୍କୁ ଆମେ ଭିକ ମାଗୁଛୁ । ସମସ୍ତଙ୍କୁ ୧-୧-୨୦୧୬ରୁ ସପ୍ତମ ବେତନ କମିଶନ ପାଇଛନ୍ତି । ଏଣୁ ସେମାନଙ୍କୁ ମଧ୍ୟ ସପ୍ତମ ବେତନ କମିଶନରୁ ବଞ୍ଚିତ ନ କରି ସର୍ବନିମ୍ନ ମଜୁରି ଦିଅନ୍ତୁ । ଏଣୁ ଶିକ୍ଷକମାନେ ଭିକ ମାଗିଲା ଭଳି ନିମ୍ନ ଧରଣର କାର୍ଯ୍ୟ କରିବା ପାଇଁ ସରକାର ସେମାନଙ୍କୁ ବାଧ୍ୟ କରିଛନ୍ତି ବୋଲି ଶିକ୍ଷକ ନେତାମାନେ କହିଛନ୍ତି । ଏଭଲି ହୀନ କାର୍ଯ୍ୟ କରିବା ଦ୍ୱାରା ସେମାନେ ଭାବିଛନ୍ତି ଏଥିରେ ସରକାରଙ୍କ ନିଦ ଭାଙ୍ଗିବ ଓ ସେମାନଙ୍କୁ ନ୍ୟାୟ ମିଳିବ । ନଚେତ ଏହାପରେ ସ୍କୁଲରେ ତାଲା ପଡିବ । ଶେଷ ଅସ୍ତ୍ର ଭାବେ ନିର୍ବାଚନ କାର୍ଯ୍ୟ ବର୍ଜନ କରିବେ ବୋଲି ଚେତାବନୀ ଦେଇଛନ୍ତି । ସେମାନେ ଆହୁରି କହିଛନ୍ତି ଯେ, ଏଥିରେ ଯଦି ସରକାରଙ୍କ ନିଦ ନ ଭାଙ୍ଗେ ତେବେ ଆନ୍ଦୋଳନ ଆହୁରି ବ୍ୟାପକ ହେବ ।
ସେମାନଙ୍କ କହିବା କଥା ହେଉଛି ସରକାର ଓ ବିଭାଗୀୟ ସଚିବଙ୍କ ସହ ଆଲୋଚନା କରିଛୁ । କମିଷନ କହିଲେ କେନ୍ଦ୍ର ସରକାର ଯଦି ବ୍ୟୟ ଭାରର ୬୦ ପ୍ରତିଶତ ବହନ କରନ୍ତି ତେବେ ରାଜ୍ୟ ସରକାର ବଦ୍ଧିତ ଦରମା ଦେବେ । କେନ୍ଦ୍ର ସରକାର ଦେବା ଆଳରେ ରାଜ୍ୟ ସରକାର ଖସି ଯିବାକୁ ଚାହୁଁଛନ୍ତି । ସେମାନେ ଆରଟିଆଇରେ ମଗାଇ ବୁଝିିଥିଲେ ସର୍ବନିମ୍ନ ପ୍ରାଥମିକ ଶିକ୍ଷକମାନଙ୍କୁ ୧୫୦୦୦ ଓ ଉଚ୍ଚ ପ୍ରାଥମିକ ଶିକ୍ଷକମାନଙ୍କୁ ୧୬୭୦୦ ଟଙ୍କା ଦେବା କଥା । କିନ୍ତୁ ସରକାର ଏହି କଥାକୁ ବିଚାର ନ କରି ଆମକୁ ଭୂଆଁ ବୁଲାଉଛନ୍ତି । ଫଳରେ ଶିକ୍ଷକମାନେ ବାଧୟ ହୋଇ ରାଜରାସ୍ତାକୁ ଆସି ଭିକ୍ଷା ଥାଳି ଧରିଛନ୍ତି ବୋଲି ଶିକ୍ଷକ ନେତାମାନେ କହିଛନ୍ତି ।