OnaKhabar

ପୁଣି ରାଜ୍ୟରେ ଲଜ୍ଜ୍ୟ, ସପ୍ତମ ଶ୍ରେଣୀ ଛାତ୍ରୀକୁ ଦୁଷ୍କର୍ମ କଲା କଲେଜ ଛାତ୍ର

0 32

ବାଲିଗୁଡ଼ା: ରାଜ୍ୟରେ ଲଜ୍ଜ୍ୟ କମିବାର ନା ଧରୁନି | ଗୋଟେ ପରେ ଗୋଟେ ନାବାଳିକା ଦୁଷ୍କରମ ଘଟଣା ସାମନାକୁ ଆସୁଛି | ଏପରି ପରିସ୍ଥିତିରେ ସରକାର କାହିଁକି ନୀରବ ରହୁଛନ୍ତି ତାହାକୁ ନେଇ ସାଧାରଣରେ ଚର୍ଚ୍ଚା ହେଉଛି | ତେବେ ପୁଣି ଆଜି ଏକ ଘଟଣା ସାମନାକୁ ଆସିଛୁ | ଜଣେ ନାବାଳିକା ସହ ଦୁଷ୍କର୍ମ ହୋଇଥିବାର ଅଭିଯୋଗ ହୋଇଛି | ଏପରି ଲଜ୍ଜ୍ୟଜନକ ଘଟଣା କନ୍ଧମାଳ ଜିଲ୍ଲାର ବେଲଘର ଥାନା ଅଞ୍ଚଳରେ ଘଟିଛି । ଏନେଇ ଥାନାରେ ଲିଖିତ ଅଭିଯୋଗ କରାଯାଇଛି । ପୁଲିସ୍ ସୂଚନା ମୁତାବକ, ନାବାଳିକା ଜଣଙ୍କ ସପ୍ତମ ଶ୍ରେଣୀର ହୋଇଥିବା ବେଳେ ସେହି ଗାଁର ଜଣେ ଛାତ୍ର ତାଙ୍କ ସହ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଅଭିଯୁକ୍ତ ଛାତ୍ର ଜଣଙ୍କ କଲେଜରେ ପଢ଼ୁଥିବାର ସୂଚନା ମିଳୁଛି | ଦୁଷ୍କର୍ମ ଖବର ଜଣାପଡ଼ିଯିବା ପରେ ଅବିଯୁକ୍ତ ଜଣଙ୍କ ଫେରାର ଥିବା ଜଣାପଡିଛି । ଅନ୍ୟପକ୍ଷରେ ନାବାଳିକାଟିର ସ୍ୱାସ୍ଥ୍ୟାବସ୍ଥା ଭଲ ନଥିବା ଜଣାପଡ଼ିଛି । ଦୁଷ୍କର୍ମ ଘଟଣା ପରେ ସଂପୃକ୍ତ ଛାତ୍ରଙ୍କ ପରିବାର ଲୋକେ ଝିଅ ଘର ଲୋକଙ୍କୁ ଧମକଚମକ ମଧ୍ୟ ଦେଇଥିବାର ଜଣାପଡ଼ିଛି ।

https://www.onakhabar.com/3-month-pagnet-in-girl/

Leave A Reply

Your email address will not be published.