OnaKhabar

ଝିପି ଝିପି ବର୍ଷା ସମ୍ଭାବନା

0 16

ଭୁବନେଶ୍ୱର: ଆଜି ଝିପି ଝିପି ବର୍ଷା ହେବାର ସମ୍ଭାବନା ଅଛି | କୁହୁଡ଼ି ପ୍ରକୋପ ମଧ୍ୟ ଆଗ ଅପେକ୍ଷା କମିଛି । ଆଜି ଓ କାଲି ପାଗ ଆଂଶିକ ମେଘୁଆ ରହିବ ସହ ଝିପି ଝିପି ବର୍ଷା ହେବାର ସମ୍ଭାବନା ଅଛି ବୋଲି ପାଣିପାଗ ଭିଭାଗ ସୂତ୍ରରୁ ପ୍ରକାଶ । ଆଭ୍ୟନ୍ତରୀଣ ଓଡ଼ିଶାର ୧0ଟି ଜିଲ୍ଲାରେ ହାଲ୍‌କା ବର୍ଷା ବି ହୋଇପାରେ ।
ପଶ୍ଚିମା ପବନ ବହିପାରୁ ପାଗ ପରିବର୍ତ୍ତନ ସମ୍ଭାବନା ରହିଛି । ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ନୂଆପଡ଼ା, କଳାହାଣ୍ଡି, ବଲାଙ୍ଗିର, ସୋନପୁର, ବରଗଡ଼, କନ୍ଧମାଳ, ଝାରସୁଗୁଡ଼ା, ସମ୍ବଲପୁର, ସୁନ୍ଦରଗଡ଼ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ବର୍ଷା ହୋଇପାରେ । ବାକି ସ୍ଥାନଗୁଡ଼ିକରେ ପାଗ ଆଂଶିକ ମେଘୁଆ ରହିବ । ସୋମବାର ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶା ସମେତ ଗଞ୍ଜାମ ଓ ଗଜପତିରେ ହାଲ୍‌କା ବର୍ଷା ସମ୍ଭାବନା ଅଛି । ବର୍ଷା କମିବା ପରେ ୨୮ରୁ ପାଗ ପୁଣି ବଦଳିବ ।

Leave A Reply

Your email address will not be published.