OnaKhabar

୯୦ ରନ୍‌ରେ ହାରିଲା ନ୍ୟୁଜିଲ୍ୟାଣ୍ଡ

64

ମାଉଣ୍ଟ ମାଙ୍ଗାନୁଇ: ଭାରତ ଓ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଆଜି ମାଉଣ୍ଟ ମାଙ୍ଗାନୁଇରେ ୫ଟି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍‌ର ଦ୍ୱିତୀୟ ମ୍ୟାଚରେ ୯୦ ରନ୍‌ରେ ନ୍ୟୁଜିଲ୍ୟାଣ୍ଡକୁ ହରିବାକୁ ପଡିଛି | ଏହା ସହିତ ଭାରତ ସିରିଜ୍‌ରେ ୨-୦ରେ ଆଗରେ ଅଛି | ଭାରତ ଆଜି ଟସ୍ ଜିତି ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୫୦ ଓଭରରେ ଦଳ ୪ ୱିକେଟ୍ ହରାଇ ୩୨୪ ରନ୍ କରିବାକୁ ସକ୍ଷମ ହୋଇଥିଲା |
ନ୍ୟୁଜିଲ୍ୟାଣ୍ଡ ଦଳ ୪୦.୨ ଓଭରରେ ୨୩୪ ରନ୍ କରି ଅଲ୍‌ ଆଉଟ୍ ହୋଇଯାଇଥିଲା। ଡଗ୍ ବ୍ରାସ୍‌ୱେଲ୍‌ଙ୍କୁ ଛାଡ଼ି ଦେଲାପରେ ଆଉ କେହି ଖେଳାଳି ତିଷ୍ଠି ପାରି ନଥିଲେ। ସେ ୪୬ ବଲ୍‌ରୁ ୫୭ ରନ୍ କରିଥିଲେ ।
ପ୍ରଥେମେ ବ୍ୟାଟିଂ କରି ମାର୍ଟିନ୍ ଗପ୍‌ଟିଲ୍‌ ୧୫ ରନ୍ କରିଥିବା ବେଳେ କୋଲିନ୍ ମୁନ୍‌ରୋ ୩୧, ଅଧିନାୟକ କେନ୍ ୱିଲିମ୍‌ସନ୍ ୨୦, ରସ୍ ଟେଲର ୨୨, ଟୋମ୍ ଲାଥମ ୩୪ ଓ ହେନ୍‌ରୀ ନିକୋଲ୍‌ସ ୨୮ ରନ୍ କରିଥିଲେ।
ଭାରତ ପକ୍ଷରୁ କୁଲ୍‌ଦୀପ ଯାଦବ ୪ଟି ୱିକେଟ୍ ନେଇଥିବା ବେଳେ ଭୁବନେଶ୍ୱର କୁମାର ୨ଟି, ୟୁଜଭେନ୍ଦ୍ର ଚହଲ ୨ଟି, ମହମ୍ମଦ ଶାମି ଓ କେଦାର ଯାଦବ ଗୋଟିଏ ଲେଖାଏ ୱିକେଟ ଅକ୍ତିଆର କରିଥିଲେ |
ପ୍ରଥମେ ବ୍ୟାଟିଂ କରିଥିବା ଭାରତର ପ୍ରାରମ୍ଭ ବହୁତ ବଢ଼ିଆ ରହିଥିଲା। ରୋହିତ ଶର୍ମା ଓ ଶିଖର ଧୱନ ଯୋଡ଼ି ପ୍ରଥମ ୱିକେଟ୍ ପାଇଁ ୨୫.୨ ଓଭରରେ ୧୫୪ ରନ୍ କରିଥିଲେ।
ରୋହିତ ଶର୍ମା ୯୬ଟି ବଲରୁ ୮୭ ରନ୍‌ କରିଥିବା ବେଳେ ଧୱନ ୬୭ ବଲ୍‌ରେ ୬୬ରନ କରିଥିଲେ। ସେହିପରି
କୋହଲି ୪୫ଟି ବଲ୍‌ରୁ ୫ଟି ଚୌକା ସହାୟତାରେ ୪୩ ରନ୍ କରି ଆଉଟ୍ ହୋଇଥିଲେ। ମହେନ୍ଦ୍ର ସିଂହ ଧୋନି ୪୮ ରନ୍ କରି ଅପରାଜିତ ଥିଲେ|