OnaKhabar

ପ୍ରଣବ, ନାନାଜୀ, ଭୂପେନଙ୍କୁ ଭାରତରତ୍ନ

84

ଭୁବନେଶ୍ୱର: ଦେଶର ସର୍ବୋଚ୍ଚ ବେସାମରିକ ଭାରତରତ୍ନ ପୁରସ୍କାର ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ, ସମାଜସେବୀ ତଥା ଭାରତୀୟ ଜନସଂଘ ନେତା ନାନାଜୀ ଦେଶମୁଖ ଏବଂ ଗାୟକ ତଥା ଗୀତିକାର ଭୂପେନ ହଜାରିକାକଙ୍କୁ ସମ୍ମାନିତ କରାଯିବ । ଏହି ୩ ମହାନ ବ୍ୟକ୍ତିଙ୍କୁ ଭାରତରତ୍ନରେ ସମ୍ମାନିତ କରିବା ଲାଗି ନିଷ୍ପତ୍ତି ନିଆଯାଇଥିବା ରାଷ୍ଟ୍ରପତି ଭବନ ସୂତ୍ରରୁ ପ୍ରକାଶ ପାଇଛି ।
ସେହିପରି ଭାରତ ସରକାରଙ୍କ ଗୃହ ମନ୍ତ୍ରଣାଳୟ ପକ୍ଷରୁ ୪ ଜଣ ଓଡ଼ିଶାରୁ ପଦ୍ମଶ୍ରୀ ପୁରସ୍କାର ପାଇବାକୁ ଘୋଷଣା କରାଯାଇଛି । ସେମାନେ ହେଲେ ଦୈତାରି ନାୟକ, କମଳା ପୂଜାରୀ, ପ୍ରକାଶ ରାଓ ଓ ଗୀତା ମେହେଟ୍ଟା ।