OnaKhabar

ବ୍ରେକଅପ ହେଲା କାଳ, ପ୍ରମିକାର ଅନ୍ତରଙ୍ଗ ଭିଡିଓକୁ ଭାଇରାଲ କଲା ଅଭିଯୁକ୍ତ ପ୍ରେମିକ

ମୁମ୍ବାଇ: ପ୍ରମରେ ଲାଗିଲା କଳଙ୍କ| ପ୍ରେମ ସମ୍ପର୍କ ନ ଚାଲିବାରୁ ପ୍ରେମିକ କଲା ଜଙ୍ଘନ୍ୟ କାଣ୍ଡ | ପ୍ରେମିକା ସହ ବିତାଇଥିବା ଅନ୍ତରଙ୍ଗ ମୁହୁର୍ତ୍ତ୍ୱକୁ ରେକର୍ଡ କରିବା ସହ ପର୍ଣ୍ଣ ସାଇଟରେ ସେଯାର କରିଥିବାର ଜଣାପଡିଛି | ଫଳରେ ମୁମ୍ବାଇ ପୁଲିସ ଅଭିଯୁକ୍ତକୁ ଗିରଫ କରିଥିବାର ସୂଚନା ମିଳିଛି | ସୂଚନାନୁଯାୟୀ, ଦୁହିଁଙ୍କର ବ୍ରେକଅପ୍‌ ହେବା ପରେ ରାଗରେ ପ୍ରେମିକ ପର୍ଣ୍ଣସାଇଟ୍‌ରେ ସେହି ଭିଡିଓକୁ ଅପଲୋଡ୍‌ କରିଥିଲେ । ପ୍ରେମିକାଜଣକ ଜାଣି ନଥିଲେ ଯେ ପ୍ରେମିକ ସହିତ ତାଙ୍କର ଭିଡିଓ ରେକର୍ଡ ହେଉଛି । ଏପରିକି ସେ ପର୍ଣ୍ଣ ସାଇଟ୍‌ରେ ନିଜର ଭିଡିଓ ଅପ୍‌ଲୋଡ ହୋଇଥିବା ମଧ୍ୟ ଜାଣି ନଥିଲେ । ଯେତେବେଳେ ଏ ସଂପର୍କରେ ସେ ସୂଚନା ପାଇଲେ,ସେତେବେଳେ ତାଙ୍କ ପାଦତଳର ମାଟି ଖସିଯାଇଥିଲା। ପୀଡିତା ଅଭିଯୁକ୍ତକୁ ଏସଂପର୍କରେ ପଚାରିବା ବେଳେ ସେ ମନା କରି ଦେଇଥିଲା । ତା’ପରେ ପୀଡିତା ବାଧ୍ୟ ହୋଇ ପୁଲିସ ନିକଟରେ ଅଭିଯୋଗ କରିଥିଲେ । ଏହାପରେ ପୁଲିସ ଅଭିଯୁକ୍ତ ପ୍ରେମିକକୁ ଗିରଫ କରିଥିଲା । ତେବେ ଏପରି ଜଙ୍ଘନ୍ୟ କାଣ୍ଡ କରିଥିବା ଯୁବକ ଜଣଙ୍କ ଏକାଣ୍ଡ ପତ୍ସତାପ କରିବା ବଦଳରେ ଆହୁରି ଖରାପ କାଣ୍ଡ କରିବ ବୋଲି ଧମକାଇଥିବାର ମଧ୍ୟ ସୂଚନା ମିଳିଛି |