OnaKhabar

ଜେଲରେ ପୁଞ୍ଜିଲାଲ ରଚାଇଲା ଆଉ ଏକ ଷ଼ଡଯନ୍ତ୍ର

44

ପାଟଣାଗଡ: ବହୁ ଚର୍ଚ୍ଚିତ ପାଟଣାଗଡ ପାର୍ସଲ ବୋମାର ମୁଖ୍ୟ ଅପରାଧୀ ପୁଞ୍ଜିଲାଲକୁ ନେଇ ପୁଣି ଚର୍ଚ୍ଚା ଆରମ୍ଭ ହୋଇଛି | ଶୁଣିବାକୁ ମିଳିଛି ପୁଞ୍ଜିଲାଲ ଥିନାରେ ଥାଇ ପୁଣି ଏକ ଷଡଯନ୍ତ୍ର ରଚୁଥିବାର ସୂଚନା ମିଳିଛି | ଶୁଣିବାକୁ ମିଳିଛି, ପୁଜିଂଲାଲ ୬ ଡକାୟତଙ୍କ ସହ ମିଶି ଜେଲରୁ ଖସି ଯିବାକୁ ଉଦ୍ୟମ କରୁଛି । ସୂଚନାନୁଯାୟୀ, ଆଜି ସକାଳେ ପୁଂଜିଲାଲ ଓ ୬ ଡକାୟତ ମିଶି ଖସିବା ସହ ଜେଲର ଗେଟ ପାଖକୁ ପଳାଇଥିଲେ । ଏହା ପରେ ଜେଲ ୱାର୍ଡରଙ୍କ ସହ ଏମାନଙ୍କ ଧସ୍ତାଧସ୍ତି ହୋଇଥିଲା । ଫଳରେ ଜେଲରେ ୧୫ରୁ ୨୦ ମିନିଟ ସାଇରନ ବାଜିଥିଲା । ଏହା ପରେ ଜେଲରୁ ପୋଲିସ ଷ୍ଟେସନକୁ ବାରମ୍ବାର ଫୋନ ଆସିଥିଲା । ପୁଞ୍ଜିଲାଲ ବାରମ୍ବାର ଜେଲରେ ଏଭଳି ଷଡଯନ୍ତ୍ର କରୁଥିବା ଜେଲ ୱାଡର କହିଛନ୍ତି । ଉଲ୍ଲେଖନୀୟ, ପାଟଣାଗଡ ପାର୍ସଲ ବୋମା ବିସ୍ଫୋରଣରୁ ମୁଖ୍ୟ ଖଳନାୟକ ହେଉଛି ଅଭିଯୁକ୍ତ ପୁଂଜିଲାଲ ମେହେର । ଫେବ୍ରୁଆରି ମାସ ୨୩ ତାରିଖରେ ପାର୍ସଲ ବୋମା ବିସ୍ଫୋରଣ ପାଟଣାଗଡ଼ ଅଂଚଳରେ ଘଟିଥିଲା । ସୌମ୍ୟଶେଖର ଓ ରିମାଙ୍କ ବାହାଘରର ୫ ଦିନ ପରେ ଘରେ ପହଁଚିଥିଲା ଏକ ଗିଫ୍ଟ ପାର୍ସଲ । ଏହାକୁ ଖୋଲିବା ପରେ ଘଟିଥିଲା ଏହି ଭୟଙ୍କର ବିସ୍ଫୋରଣ । ପୁଜିଂଲାଲ ବଲାଙ୍ଗୀର ଭଇଁସା କଲେଜର ଅଧ୍ୟାପକ ଥିଲା । ସେହି କଲେଜରେ ସୌମ୍ୟଶେଖରଙ୍କ ମା ବି ଅଧ୍ୟାପକ ଥିଲେ । ପଦବୀ ପାଇଁ ସୌମ୍ୟଶେଖରଙ୍କ ମା ସହିତ ତାଙ୍କର ବିବାଦ ଥିଲା । ଏହାକୁ ରାଗ ରଖି ପୁଜିଂଲାଲ ଏଭଳି ଜଘନ୍ୟ କାଣ୍ଡ ଘଟାଇଥିଲା ବୋଲି ଜଣା ପଡିଛି ।