OnaKhabar

କଂଟିଜେନ୍ସି ଫଣ୍ଡରୁ ଅର୍ଥ ଉଠାଇବା ପ୍ରସଙ୍ଗରେ ଶାସକ ଦଳ ରାଜ୍ୟବାସୀଙ୍କ ଆଗରେ ମିଥ୍ୟା ଏବଂ ଭୃଲ ତଥ୍ୟ ରଖିଛି : ବିଜେପି

220

ଭୁବନେଶ୍ୱର : ଦୀର୍ଘ ୧୯ବର୍ଷ ଧରି ରାଜ୍ୟ ସରକାର କୃଷି ଓ କୃଷକ ମାନଙ୍କୁ ଅବହେଳିତ କରିଚାଲିଛନ୍ତି । ଅନ୍ୟପଟେ
ଆଗକୁ ନିର୍ବାଚନ ଥିବାରୁ ମୁଖ୍ୟମନ୍ତ୍ରୀ କାଳିଆ ଯୋଜନା କରି ପୁଣିଥରେ ରାଜ୍ୟର ଚାଷୀମାନଙ୍କୁ ଭ୍ରମିତ କରିବାକୁ ବସିଛନ୍ତି । କାଳିଆ ଯୋଜନା ପାଇଁ କଂଟିଜେନ୍ସି ଫଣ୍ଡରୁ ଅର୍ଥ ଉଠାଇବା ପ୍ରସଙ୍ଗରେ ଶାସକ ଦଳ ମିଥ୍ୟା ଏବଂ ଭୃଲ ତଥ୍ୟ ରଖିଛି ବୋଲି ରାଜ୍ୟ ମୁଖପାତ୍ର ଶ୍ରୀ ପୀତାମ୍ବର ଆଚାର୍ଯ୍ୟ କହିଛନ୍ତି ।
ରାଜ୍ୟ କାର୍ଯ୍ୟାଳୟର ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ଆଚାର୍ଯ୍ୟ କହିଛନ୍ତି ଯେ, କେବଳ ଆପାତକାଳୀନ ସ୍ଥିତିରେ କଂଟିଜେନ୍ସି ଫଣ୍ଡ ବ୍ୟବହାର କରାଯାଏ । କିନ୍ତୁ ରାଜ୍ୟସରକାର ଏଠି ଭୋଟ ହାତେଇ ନିର୍ବାଚନ ବୈତରଣୀ ପାର ହେବା ପାଇଁ ବେମିୟମ ଭାବେ କଂଟିଜେନ୍ସି ଫଣ୍ଡରୁ ଅର୍ଥ ଉଠାଇଛନ୍ତି । ରାଜ୍ୟସରକାର ୯୨ ହଜାର କୋଟି ଋଣଭାରରେ ବୁଡି ଥିବାବେଳେ ପୁଣି ଋଣ କରି ଯୋଜନା କରିବାର ଉଦ୍ଦେଶ୍ୟ କଣ ରହିଛି ବୋଲି ଶ୍ରୀ ଆଚାର୍ଯ୍ୟ ପ୍ରଶ୍ନ କରିଛନ୍ତି ।
ସାରା ରାଜ୍ୟରେ କୃଷକମାନଙ୍କ ସମସ୍ୟା ଦିନକୁ ଦିନ ଜଟିଳ ହେବା ସହ ଚାଷୀମାନଙ୍କର ଆର୍ଥ ିକ ସ୍ଥିତି ଶୋଚନୀୟ ହେଉଥିବାବେଳେ
୧୯ ବର୍ଷର ବିଜେଡ଼ି ସରକାର ସମାଧାନର ରାସ୍ତା କାଢିବା ବଦଳରେ ମିଛ ରାଜନୈତିକ ନାଟକ ବାଜିରେ ବ୍ୟସ୍ତ ରହିଛି । କେତେବେଳେ
କାଳିଆ ଯୋଜନା ନାଁରେ ଭଣ୍ଡାଉଛନ୍ତି ତ କେତେବେଳେ ମଣ୍ଡି ନଖୋଲି ଚାଷୀମାନଙ୍କୁ ହଇରାଣ କରୁଛନ୍ତି । କୃଷକଙ୍କ ପାଇଁ ନବୀନ ପଟ୍ଟନାୟକ ଦେଇଥିବ। ପ୍ରତିଶୃତି ବିଶେଷ ଭାବରେ ଧାନର ସବର୍ନ ିମ୍ନ ସହାୟକ ମୂଲ୍ୟ ଉପରେ ବୋନସ୍ ପ୍ରଦାନ ନକରିବାରୁ ସ୍ପଷ୍ଟ ପ୍ରମାଣିତ ହେଉଛି ବିଜେଡ଼ି ସରକାର କୃଷକ ବିରୋଧୀ । ୧୦୦ ଟଙ୍କା ସର୍ବନିମ୍ନ ସହାୟକ ମୂଲ୍ୟ ଉପରେ ବୋନସ୍ ଦେବା ପାଇଁ ମୁଖ୍ୟମନ୍ତ୍ରୀ ବରଗଡ଼ ଜିଲ୍ଲାର ସୋହଲା ଜନସଭାରେ ଘୋଷଣା କରିଥିଲେ । ଏହି ବୋନସ ରାଜ୍ୟସରକାର କାହିଁକି ଦେଉନାହାଁନ୍ତି ?
ରାଜ୍ୟରେ ଆଜି ଦିନରେ କେନାଲ ଯୋଗେ ଜଳସେଚନ ୩୦ ପ୍ରତିଶତରୁ କମ୍ ଜମିକୁ ମିଳିଛି । ଶୀତଳ ଭଣ୍ଡାର ସଂଖ୍ୟା ବଢିପାରିଲା
ନାହିଁ । କୃଷି ମିଶନ, ଆଳୁ, ପିଆଜ ମିଶନ ମରୁଡି ସମସ୍ୟା, ବାତ୍ୟା ଜନତି କ୍ଷୟକ୍ଷତି ଦେବାରେ ରାଜ୍ୟସରକାର ଫେଲ୍ । ପରିବା, ଫଳ, ଅଣ୍ଡା, ତଥା ଦୁଗ୍ଧ ପାଇଁ ଓଡ଼ିଶା ବାହାର ରାଜ୍ୟ ଉପରେ ନଭି ର୍ରଶୀଳ । ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲା ଗଞ୍ଜାମରେ ସବୁଠାରୁ ଅଧିକ ଧାନ ଦଲାଲମାନଙ୍କ ଦ୍ୱାରା କମ୍ ଦରରେ ଧାନ କିଣା ଯାଇ ଆନ୍ଧ୍ର ଏବଂ ଛତିଶଗଡରେ ଏହାକୁ ଅଧିକ ଦରରେ ବିକ୍ରି କରାଯାଉଛି । ବିଜେଡି ସାସଂଦ ପ୍ରଶନ୍ନ ଆର୍ଚାଯ୍ୟ ଏବଂ ଯୋଗାଣ ମନ୍ତ୍ରୀ ସୂର୍ଯ୍ୟନାରାୟଣ ପାତ୍ରଙ୍କ ଜିଲ୍ଲାରେ ଧାନର ସବୁଠୁ ଅଧିକ ଅଭାବି ବିକ୍ରି କରାଯାଉଛି । ରାଜ୍ୟସରକାର ତୁରନ୍ତ କୃଷି ଋଣ ଛାଡ଼ କରନ୍ତୁ । କାଳିଆ ଯୋଜନା ନାଁରେ ଲୋକମାନଙ୍କୁ ଭ୍ରମିତ କରାନଯାଉ ବୋଲି ଶ୍ରୀ ଆଚାର୍ଯ୍ୟ କହିଛନ୍ତି ।
ଓଡିଶାର କୃଷକଙ୍କ ଉନ୍ନତି ପାଇଁ ମୋଦି ସରକାର ଦୃଢ ପ୍ରତିଶୃତି ବଦ୍ଧ । କିନ୍ତୁ ଏଠି ରାଜ୍ୟସରକାର କୃଷକ କଲ୍ୟାଣ ପାଇଁ କରିଥିବା
ଯୋଜନାକୁ ତୃଣମୂଳ ସ୍ତରରେ ଲାଗୁ ନକରି ନିଜ ଯୋଜନାକୁ ଦଳୀୟ ଭିତିରେ ବାଂଟି ଶାସନକ୍ଷମତାକୁ ଆସିବା ପାଇଁ ହୀନ ପ୍ରୟାସ କରୁଛି । ଗତକାଲି ଫୁଡ କମିଶନ ୨ ଲକ୍ଷ ଭୂତ ହିତାଧିକାରୀଙ୍କ ସୂଚୀ ଦେବା ପରେ ସ୍ପଷ୍ଟ ହେଉଛି କି, ରାଜ୍ୟସରକାର କେମିତି ଯୋଜନାକୁ ଲୋକଙ୍କ ପାଖରେ ପହଂଚାଉଛନ୍ତି ବୋଲି ଶ୍ରୀ ଆଚାର୍ଯ୍ୟ ପ୍ରଶ୍ନ କରିଛନ୍ତି । କାଳିଆ ଯୋଜନାରେ ଅନ୍ତର୍ଗତ ୩୦ ଲକ୍ଷ ହିତାଧିକାରୀଙ୍କ ସୂଚି ଆଜି ସଂଧ୍ୟା ସୁଦ୍ଧା ମୁଖ୍ୟମନ୍ତ୍ରୀ ପ୍ରକାଶ କରନ୍ତୁ ବୋଲି ଶ୍ରୀ ଆଚାର୍ଯ୍ୟ ଆହ୍ୱାନ ଦେଇଛନ୍ତି ।