OnaKhabar

ପୁଣି ଲଜ୍ଜା : କନ୍ଧମାଳ ଜଣେ ନାବାଳିକା ୩ ମାସର ଗର୍ଭବତୀ

0 18

କନ୍ଧମଳ : କିଛି ଦିନ ହେବ କନ୍ଧମଳରେ ବଢିଚାଲିଛି କୁମାରୀ ମାତୃତ୍ୟ । କନ୍ଧମାଳ ଜିଲ୍ଲାରେ ଗୋଟିଏ ପରେ ଗୋଟେ ନାବାଳିକା ଗର୍ଭବତୀ ହେବା ଭଳି ଘଟଣା ପଦାକୁ ଆସିଛି । ଏଭଳି ଲଜ୍ଝା ବାରମ୍ବାର ଘଟିଚାଲିଛି ଏହାକୁ ମିସାଇ ୬ ଟି ଏଭଳି ଘଟଣା ହେଲାଣି । ତଥାପି ପ୍ରଶାସନର ନିଦ ଭାଙ୍ଗୁନି ଏଥିପ୍ରତି ଦୃଢ କାର୍ଯ୍ୟନୁଷ୍ଟାନ ନେବା ତ ଦୁରରେ କଥା ଏଥିପ୍ରତି କାହାରି ନିଘା ନାହିଁ । ସେ ନାବାଳିକା ଦୁର୍ଷ୍କମ ହେଉ କି ନାବାଳିକା ଗର୍ଭବତୀ ହେଉ ସବୁଥିରେ ନଜରକୁ ଆସୁଛି କନ୍ଧମାଳ ଜିଲ୍ଲା । ଦାରିଙ୍ଗବାଡିର ଏକ ଆଶ୍ରମ ପରିସରରେ ଅଷ୍ଟମ ଶ୍ରେଣୀରେ ପଢୁଥିବା ଛାତ୍ରୀ ମା’ହେବା, ଜିଉଦୟଗିରିରେ ନାବାଳିକା ଭିଡିଓ ଭାଇରାଲ ହେବାପରେ ଏବେ ଏହି ଘଟଣା ତୁମୁଡିବନ୍ଧ ଅଂଚଳରେ ଜଣେ ୧୫ବର୍ଷୀୟ ନାବାଳିକା ଗର୍ଭବତୀ ହୋଇଥିବା ଜଣାପଡିଛି । ଘଟଣାରୁ ପ୍ରକାଶ ଯେ ଜଣେ କଲେଜ ଛାତ୍ର କିଛି ଦିନ ତଳେ ଉକ୍ତ ନାବାଳିକା ସହ ଶାରିରୀକ ସମ୍ପର୍କ ରଖିଥିଲେ । ନାବାଳିକାଟି ୩ ମାସର ଗର୍ଭବତୀ ଥିବା ଜାଣିବା ପରେ ଉକ୍ତ ଛାତ୍ର ଜଣକ ନାବାଳିକାକୁ ଗର୍ଭନିରୋଧ ଔଷଧ ସେବନ କରାଇଥିବା ଜଣାପଡିଛି । ଏହି ଔଷଧ ଦ୍ୱାରା ନାବାଳିକାଟି ଅସୁସ୍ଥ ହୋଇପଡିଥିଲେ ତାଙ୍କୁ ଗୁରୁତର ଅବସ୍ଥାରେ ତୁମୁଡିବନ୍ଧ ମେଡିକାଲରେ ଭର୍ତ୍ତି କରାଯାଇଛି । ଏ ଘଟଣାରେ ପୁଲିିସ ତଦନ୍ତ ଜାରି ରଖିଛି ।

Leave A Reply

Your email address will not be published.