OnaKhabar

ପରକିଆ ପ୍ରିତି ସନ୍ଦେହରେ ସ୍ୱାମୀଙ୍କ ଯୌନାଙ୍ଗ କାଟିଲା ସ୍ତ୍ରୀ

0 15

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା ତେନ୍ତୁଖୁଣ୍ଟି ଅଂଚଳରେ ଘଟିଛି ଏକ ଆଶ୍ଚର୍ଯ୍ୟ ଜନକ ଘଟଣା । ସ୍ୱାମୀଙ୍କ ଯୌନାଙ୍ଗ କାଟିଲେ ସ୍ତ୍ରୀ । ଗୁରୁତର ଅବସ୍ଥାରେ ତାଙ୍କୁ ନବରଙ୍ଗପୁର ମେଡିକାଲରେ ଭର୍ତ୍ତି କରାଯାଇଛି । ଅଭିଯୁକ୍ତ ସ୍ତ୍ରୀକୁ ତେନ୍ତୁଳିଖୁଣ୍ଟି ଥାନା ପୁଲିସ ଗିରଫ କରି ପଚରା ଉଚରା କରୁଛି ।
ଘଟଣାରୁ ପ୍ରକାଶ ଯେ, ସ୍ୱାମୀଙ୍କ ପରକିୟା ପ୍ରୀତିକୁ ନେଇ ଘଟିଛି ଏଭଳି ଘଟଣା । ସ୍ୱାମୀଙ୍କର ଅନ୍ୟ ସ୍ତ୍ରୀଙ୍କ ସହ ସମ୍ପର୍କକୁ ସନ୍ଦେହ କରି ସ୍ତ୍ରୀ ଏହିଭଳି ଘଟଣା ଘଟାଇଥିବା ପୁଲିସର ପ୍ରାଥମିକ ତଦନ୍ତରୁ ଜଣାପଡିଛି ।

https://www.onakhabar.com/a-man-allegedly-attacked-his-brothers-widow-wife-in-kamakhyanagar/

Leave A Reply

Your email address will not be published.