OnaKhabar

ଘର ସାମ୍ନାରେ ଗୁଳିକରି ହତ୍ୟା କଲେ ୪ ଦୁର୍ବୃତ୍ତ, ଜଣକୁ ଧରିଲେ ଲୋକେ

0 13

ପଟ୍ଟାମୁଣ୍ଡାଇ : ଆଜି ଘର ସାମ୍ନାରେ ଗୁଳିକରି ହତ୍ୟା କରିଛନ୍ତି ୪ ଦୁର୍ବୃତ୍ତ । ଘଟଣା ଘଟିଛି କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ କଣ୍ଡିରା ହରିଜନପଡାରେ ସାହିରେ । ମୃତକ ହେଲେ କଣ୍ଡିରା ହରିଜନପଡାର ଟୁବୁଲା ସେଠୀ । ଖବର ପାଇଁ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ଖବର ଅନୁସାରେ କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ କଣ୍ଡିରା ହରିଜନପଡାର ଟୁବୁଲା ସେଠୀଙ୍କୁ ୪ ଜଣ ଦୁର୍ବୃତ୍ତ ବାଇକ ରେ ଆସି ତାଙ୍କୁ ହତ୍ୟା କରିଛନ୍ତି । ଫଳରେ ଘଟଣାସ୍ଥଳରେ ଟଳି ପଡିଥିଲେ ଟୁବୁଲା । ଗୁଳି କରି ଖସି ଯାଉଥିବା ବେଳେ ଦୁର୍ବୃତ୍ତମାନଙ୍କ ମଧ୍ୟରୁ ଜଣକୁ କାବୁ ଗ୍ରାମବାସୀ କରଛନ୍ତି । ତେବେ କେଉଁ କାରଣ ପାଇଁ ଦୁର୍ବୃତ୍ତମାନେ ତାଙ୍କୁ ଗୁଳି କରିଛନ୍ତି ତାହା ସ୍ପଷ୍ଟ ଜଣାପଡିନାହିଁ ।

https://www.onakhabar.com/soro-acid-attack-to-woman/

Leave A Reply

Your email address will not be published.