OnaKhabar

ମହିଳା ମୋର୍ଚ୍ଚାର ନବୀନ ନିବାସ ଘେରାଉ

0 52

ଭୁବନେଶ୍ୱର: ପିପିଲି ଗଣବଳାକ୍ରାର ଘଟଣାଠୁ ଆରମ୍ଭ କରି ରାଜ୍ୟର ବିଭିନ୍ନ ଅଂଚଳରେ ଦେଖାଯାଉଥିବା ନାରୀ ନିର୍ଯାତନା ଘଟଣା ଓ ଆଶ୍ରମ ସ୍କୁଲରେ ନାବାଳିକାମାନେ ଗର୍ଭବତୀ ହେବା ଘଟଣାକୁ ନେଇ ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ଆଜି ନବୀନ ନିବାସ ଘେରାଉର ଡାକରା ଦିଆଯାଇଥିଲା । ସେମାନେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ୍ୁ ନାଲି ଚୁଡି ଉପହାର ଦେବା ପାଇଁ ଘୋଷଣା କରିଥିଲେ । ଏଥିଲାଗି ରାଜ୍ୟବ୍ୟାପୀ ଚୂଡି ସଂଗ୍ରହ ଅଭିଯାନ ମହିଳା ମୋର୍ଚ୍ଚ ପକ୍ଷରୁ ଚାଲିଥିଲା । ପୂର୍ବ ଘୋଷଣା ଅନୁଯାୟୀ ସୋମବାର ମହିଳା ମୋର୍ଚ୍ଚାର କର୍ମୀମାନେ ଦଳୀୟ କାର୍ଯ୍ୟାଳୟଠାରୁ ବାହାରି ନବୀନ ନିବାସ ଯିବା ବାଟରେ ପୁଲିସ ସେମାନଙ୍କୁ ଶିଶୁ ଭବନ ଛକରେ ଅଟକାଇଥିଲା । ଆଗକୁ ଯିବାକୁ ନ ଦେବାରୁ ପୁଲିସ ସହ ମହିଳା କର୍ମୀଙ୍କର ବେଶ ଧସ୍ତାଧସ୍ତି ଓ ଠେଲାପେଲା ହୋଇଥିଲା । କିଛି ମହିଳା ପ୍ରତିବାଦରେ ସେଠାରେ ଧାରଣା ଦେଇ ବସିଥିଲେ । ଆଉ କିଛି ମହିଳା ଏ ସୁଯୋଗରେ ପୁଲିସକୁ ଚକମା ଦେଇ ସିଧାଯାଇ ସଚିବାଳୟ ଫାଟକ ସମ୍ମୁଖରେ ପହଂଚିଯାଇଥିଲେ । ଫାଟକରେ ଚୂଡି ବାନ୍ଧିବା ପାଇଁ ଉଦ୍ୟମ କରିଥିଲେ । ବିଜେପି ମହିଳା ନେତ୍ରୀ ଓ କର୍ମୀଙ୍କୁ ନେଇ ପୁଲିସକୁ ବେଶ ନାକେଦମ ହେବାକୁ ପଡ଼ିଥିଲା । ପୁଲିସ କୌଣସି ପରିସ୍ଥି୍ିତିରେ ଶିଶୁ ଭବନଛକରେ ଆଗକୁ ନ ଛାଡ଼ିବାରୁ ମହିଳାମାନେ ଆଣିଥିବା ନାଲି ଚୁଡ଼ି ସେଠାରେ ଲଗାଯାଇଥିବା ବାରିକେଟରେ ବାନ୍ଧିଦେଇଥିଲେ ।


ମହିଳା ମୋର୍ଚ୍ଚାର ଏହି କାର୍ଯ୍ୟକ୍ରମରେ ଯୋଗ ଦେବାପାଇଁ ବିଜେପି ସାଂସଦ ରୂପା ଗାଙ୍ଗୁଲି ଆସି ସାମିଲ ହୋଇଥିଲେ । ବିଜେପି ନେତ୍ରୀ ତଥା ସିନେ ତାରକା ମହେଶ୍ୱତା ରାୟ, ପିଙ୍କି ପ୍ରଧାନ, ଲେଖାଶ୍ରୀ ସାମନ୍ତସିଂହାରେ, ରାଜ୍ୟ ମହିଳା ଶାଖା ସଭାନେତ୍ରୀ ପ୍ରଭାତୀ ପରିଡ଼ା ପ୍ରମୁଖ ଏଥିରେ ସାମିଲ ହୋଇଥିଲେ । ବିରାଟ ପଟୁଆରରେ ସରକାରୀ ବିରୋଧୀ ସ୍ଲୋଗାନ ଦେଇ ଚାଲି ଚାଲି ଯାଇଥିଲେ । ରାଜ୍ୟରେ ମହିଳାମାନେ ଆଜି ସମ୍ପୂର୍ଣ୍ଣ ଅସୁରକ୍ଷିତ ବୋଲି ନେତ୍ରୀମାନେ ଅଭିଯୋଗ କରିଛନ୍ତି । ଦୈନିକ ବଳାକ୍ରାର, ଗଣବଳାକ୍ରାର, ହତ୍ୟା ଭଳି ଘଟଣା ଘଟିଚାଲିଛି । ବିଶେଷ କରି ନାବାଳିକାମାନଙ୍କ କ୍ଷେତ୍ରରେ ଯୌନ ନିର୍ଯାତନା ହିଂସା ଅଧିକ ବଢ଼ୁଛି । ଆଶ୍ରମ ସ୍କୁଲଗୁଡ଼ିକରେ ଝିଅମାନେ ଗର୍ଭବତୀ ହେବା ଓ ସନ୍ତାନ ଜନ୍ମ କରିବା ଘଟଣା ସମସ୍ତଙ୍କୁ ବ୍ୟଥୀତ କରିଛି । ସରକାର ମହିଳାମାନଙ୍କୁ ସୁରକ୍ଷା ଦେବାରେ ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି । ପିପିଲି ଗଣବଳାକ୍ରାର ଓ ହତ୍ୟା ଘଟଣାର ପୀଡ଼ିତାଙ୍କୁ ନ୍ୟାୟ ଦେବାରେ ସରକାର ଫେଲ ମାରିଛନ୍ତି । ଯାହାଦ୍ୱାରା କୋର୍ଟରୁ ବିନା ପ୍ରମାଣରେ ଅଭିଯୁକ୍ତ ଦ୍ୱୟ ଖଲାସ ହୋଇଛନ୍ତି । ଏ କ୍ଷେତ୍ରରେ ସମଗ୍ର ନାରୀଜାତି ପକ୍ଷରୁ ପ୍ରତିବାଦ ଜଣାଇବା ପାଇଁ ଚୂଡ଼ି ସଂଗ୍ରହ ଅଭିଯାନ କରାଯାଇଥିଲା । ରାଜ୍ୟବ୍ୟାପୀ ସରକାରୀ ବିରୋଧୀ ମନୋଭାବ ସୃଷ୍ଟି କରିବା ପାଇଁ ବିଜେପି ମହିଳା ମୋର୍ଚ୍ଚାର ଏହା ଏକ ଉଦ୍ୟମ ଥିଲା ବୋଲି ମଧ୍ୟ କୁହାଯାଉଛି ।

Leave A Reply

Your email address will not be published.