OnaKhabar

ରାଜଧାନୀ ଟ୍ରେନ୍ ରେ ଅଗ୍ନୀକାଣ୍ଡ

0 16

ରାଉରକେଲା: ନୂଆଦିଲ୍ଲୀରୁ ଭୁବନେଶ୍ୱର ଅସୁଥିବା ରାଜଧାନୀ ଏକ୍ସପ୍ରେସରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । କିନ୍ତୁ ଏହି ଅଗ୍ନିକାଣ୍ଡରେ ଜଣାପଡିଛି କୌଣସି ଯାତ୍ରୀ ଆହତ ହୋଇନାହାନ୍ତି ସମସ୍ତେ ସୁରକ୍ଷିତ ଅଛନ୍ତି । ଅଗ୍ନିକାଣ୍ଡ ତୀବ୍ର ରୂପ ନେବା ପୁର୍ବରୁ ନିଆଁକୁ ଆୟତ କାରାଯାଇଥିଲା ।
ସୂଚନାନୁଯାୟୀ ରାଉରକେଲା ଷ୍ଟେସନ ପୂର୍ବରୁ ତିଲ୍କା ନଗର ନିକଟରେ ନିଆଁ ଲାଗିଥିଲା । ଏହା ପ୍ରଥମେ ବି/୭ ବଗିରେ ଟଏଲେଟ ପାଖରେ ଥିବା ସୁଇଚ୍ ବୋଡରୁ ଧୁଆଁ ବାହାରୁ ଥିବା ଦେଖିବାକୁ ମିଳିଥିଲା । ତେବେ ସେଠି ତାକୁ ଲିଭାଇ ଦିଆଯାଇଥିଲା । ହେଲେ କିଛି ସମୟ ପରେ ପୁଣି ସେଠୁ ନିଆଁ ବାହାରିବାରୁ ଯାତ୍ରୀମାନେ ଭୟବିତ ହୋଇ ଚେନ ଟାଣି ଟ୍ରେନଟିକୁ ଅଟକାଇଥିଲେ । କିନ୍ତୁ ସେତେବେଳକୁ ରାଉରକେଲା ଷ୍ଟେସନ ପହଞ୍ଚିସାରିଥିଲେ । ହେଲେ ଧିରେ ଧିରେ ଏହା ଘନିଭୁତ ହେବାକୁ ଲାଗିଥିଲା । ତେବେ ଏହାକୁ ଠିକ ସମୟରେ ଆୟତ କରାଯାଇ ଉକ୍ତ ବଗିଟି ଟ୍ରେନରୁ ଅଲଗା କରାଯାଇଛି । ହେଲେ ଏଯାଏଁ ନିଆଁ ଲାଗିବାର କାରଣ ସ୍ପଷ୍ଟ ଜଣାପଡିନାହିଁ । ତେବେ କେବଳ ସର୍ଟସର୍କିଟ ଯୋଗୁ ନିଆଁ ଲାଗିଥିବା କୁହାଯାଇଛି ।ହେଲେ ଯାତ୍ରୀ ମାନେ ଏହାକୁ ଗ୍ରହଣ କରୁୂନାହାନ୍ତି ।ଏହା କିଛି ଯାନ୍ତ୍ରୀକ ତ୍ରୁଟି ଯୋଗୁ ଏଭଳି ଘଟିଥିବା ଅଭିଯୋଗ ହୋଇଛି ।

Leave A Reply

Your email address will not be published.