OnaKhabar

ଟ୍ରେନରେ କଟିଗଲେ ବାପ ଓ ୪ ବର୍ଷର ପୁଅ

0 17

ଜଳେଶ୍ୱର: ବାଲେଶ୍ୱରରେ ଏକ ଅଭାବନୀୟ ଘଟଣା ଘଟିଥିବାର ସୂଚନା ମିଳିଛି । ଟ୍ରେନରେ କଟି ବାପ ପୁଅଙ୍କ ମୃତ୍ୟୁ ହୋଇତିବା ସୂଚନା ମିଳିଛି । ତେବେ ଏପରି ଅଭାବନୀୟ ଘଟଣା ବାଲେଶ୍ୱର ଜିଲ୍ଲା ଜଳେଶ୍ୱରରେ ରୁପସା ରେଳ ଷ୍ଟେସନ ନିକଟରେ ଥିବା ଲେବଲକ୍ରସିଂ ପାଖରେ ଘଟିଥିବାର ସୂଚନା ମିଳିଛି । ମୃତ ବାପ-ପୁଅଙ୍କ ଘର ଯାଜପୁର ଅଞ୍ଚଳରେ ବୋଲି ଅନୁମାନ କରାଯାଉଛି । ତେବେ ଏଥିରେ ପ୍ରାଣ ହରାଇଥିବା ବ୍ୟକ୍ତି ଓ ତାଙ୍କ ପୁଅର ପରିଚୟ ମିଳିପାରି ନାହିଁ । କାମଦାମ କରି ସେମାନେ ପରିବାର ଭରଣ ପୋଷଣ କରୁଥିଲେ। ଆଜି ଅପରାହ୍ନ ୨ଟା ବେଳେ ପାର୍ଥ ଓ ତାଙ୍କ ୪ ବର୍ଷର ପୁଅ କ୍ଷିତିଶ ରୂପସା ରେଳ ଷ୍ଟେସନ୍‌ ନିକଟସ୍ଥ ଲେଭେଲ୍‌ କ୍ରସିଂ ଅତିକ୍ରମ କରୁଥିବା ବେଳେ ଦୂରନ୍ତ ଏକ୍ସପ୍ରେସ୍‌ ସେମାନଙ୍କୁ ଧକ୍କା ଦେଇଥିଲା । ଫଳରେ ଘଟଣା ସ୍ଥଳରେ ବାପ ଓ ପୁଅଙ୍କ ମୃତ୍ୟୁ ଘଟିଥିଲା। ରେଲୱେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଦୁଇଟିକୁ ଜବତ କରି ବାଲେଶ୍ୱର ନେଇ ଆସିଛି ।  ସୂଚନାନୁଯାୟୀ, ରେଳ ଲାଇନ ପାର ହେଉଥିବା ବେଳେ ଟ୍ରେନ ବାପ ପୁଅଙ୍କୁ ଧକ୍କା ଦେଇଥିଲା । ତେବେ ପ୍ରଶ୍ନ ଉଠୁଛି ଲେବଲକ୍ରସିଂ ବନ୍ଦ ଥିବା ବେଳେ ଏପରି ଯାତ୍ରା କରିବା କଣ ଦରକାର ଥିଲା ।

https://www.onakhabar.com/a-8-years-bod-dead-in-drown-water-in-bhadrak/

Leave A Reply

Your email address will not be published.