OnaKhabar

ପାରିବାରିକ କଳହ: ନିଆଁ ଲଗାଇ ଆତ୍ମହତ୍ୟା କରିବାକୁ ଉଦ୍ୟମ କଲେ ସ୍ୱାମୀ-ସ୍ତ୍ରୀ , ବଳି ପଡିଲା ୪ ବର୍ଷର ଶିଶୁକନ୍ୟା

0 24

ଭୁବନେଶ୍ୱର: ଆଜି ରାଜଧାନୀ ଭୁବନେଶ୍ୱରରେ ଏକ ଅଭାବନୀୟ ଘଟଣା ଘଟିଥିବାର ସୂଚନା ମିଳିଛି | ନିଆଁରେ ପୋଡ଼ି ହୋଇ ଗୋଟିଏ ପରିବାର ଗୁରୁତର ହୋଇପଡିଥିବାର ସୂଚନା ମିଳିଛି | ଆହତ ଘର ହେଲା କପିଳେଶ୍ୱର କେନାଲ୍ ବନ୍ଧରେ | ପାରିବାରକ କଳହ ଲାଗି ଅଗ୍ନିକାଣ୍ଡ ଘଟିଥିବା ସୂଚନା ମିଳିଛି | ଆହତ ପରିବାର ସଦସ୍ୟ ହେଲେ ୩୬ ବର୍ଷୀୟ ବାବୁଲି ଦାସ ଓ ତାଙ୍କର ୩୨ ବର୍ଷୀୟ ପତ୍ନୀ ଜାନକୀ ଦାସ ଓ ତାଙ୍କର ୪ ବର୍ଷୀୟା ଶିଶୁକନ୍ୟା ମଧ୍ୟ ପୋଡି ହୋଇଯାଇଛି । ସମସ୍ତ ଆହତଙ୍କୁ କ୍ୟାପିଟାଲ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସୂଚନାନୁଯାୟୀ, ବାବୁଲି ଓ ଜାନକୀଙ୍କ ଶରୀରର ପ୍ରାୟ ୫୦ ପ୍ରତିଶତ ପୋଡ଼ି ଯାଇଥିବା ଡାକ୍ତର କହିଛନ୍ତି । ଆଜି ଭୋରରେ ତାଙ୍କ ଘର ଭିତରେ ନିଆଁ ଜଳୁଥିବା ଦେଖି ସ୍ଥାନୀୟ ଲୋକେ ପୁଲିସ୍କୁ ଖବର ଦେଇଥିଲେ । ପୁଲିସ୍ ଆସି ବାବୁଲି ଓ ଜାନକୀଙ୍କ ସହିତ ସେମାନଙ୍କ ଝିଅକୁ ଉଦ୍ଧାର କରିଥିଲା ଏବଂ ଡାକ୍ତରଖାନା ନେଇଥିଲା।
ବାବୁଲି ଓ ଜାନକୀଙ୍କ ସଂପର୍କୀୟଙ୍କଠାରୁ ମିଳିଥିବା ସୂଚନା ଅନୁଯାୟୀ, ଏ ଦୁହିଁଙ୍କ ମଧ୍ୟରେ କଳିଝଗଡ଼ା ଲାଗି ରହୁଥିଲା । ପାରିବାରିକ ବିବାଦ ଯୋଗୁ ସେମାନେ ଆଜି ଏମିତି ପଦକ୍ଷେପ ନେଇଥିବେ । ତେବେ ପ୍ରକୃତ କାରଣ ସ୍ପଷ୍ଟ ହୋଇନଥିବା ଜଣା ପଡିଛି |

 

Leave A Reply

Your email address will not be published.