OnaKhabar

ଭାଇ ସହ ମକର ଦେଖିବା ମହଙ୍ଗା ପଡିଲା ନାବାଳିକାକୁ, ରାସ୍ତାରୁ ଉଠାଇ ନେଇ ଗଣଦୁଷ୍କର୍ମ କଲେ ଦୃବୁର୍ତ୍ତ

0 13

କୁଚିଣ୍ଡା: ରାଜ୍ୟରେ ଗୋଟେେ ପରେ ଗୋଟେ ଲଜ୍ଜଜନକ କାଣ୍ଡ ବୃଦ୍ଧି ପାୁଥିବା ବେଳେ ଆଜି ପୁଣି ଏକ ଅତି ଲଜ୍ଜଜନକ କାଣ୍ଡ ଘଟଣା ସାମନାକୁ ଆସିଛି । ରାସ୍ତାରୁ ଉଠାଇ ନେଇ ଜଣେ ନାବାଳିକାକୁ ଗଣଦୁଷ୍କର୍ମ କରିଥିବାର ଅଭିଯୋଗ ହୋଇଛି । ଏପରି ଲଜ୍ଜ୍ୟଜନକ କାଣ୍ଡ କୁଚିଣ୍ଡାରେ ଘଟିଥିବାର ଜଣା ପଡିଛି । ସୂଚନାନୁଯାୟୀ, ଭାଇ ସହ ମକର ମେଳା ଦେଖି ଫେରୁଥିବା ବେଳେ ୨ ଜଣ ୟୁବକ ଉଠାଇ ନେଇ ଯାଇତିଲେ । ପରେ ଦୁଇ ଜଣଙ୍କ ସହ ଆଉ ଦୁଇ ଜଣ ମିଶି ନାବାଳିକା ସହ ଗଣଦୁଷ୍କରମ କରି ଫିଙ୍ଗି ଦେଇଥିବା ଜଣା ପଡିଛି । ନାବାଳିକା ଜଣଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇତିଲା ବେଳେ ତାଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡିଛି । ସେପଟେ ପୀଡିତାଙ୍କ ପରିବାର ଥାନାରେ ୪ ଜଣ ଯୁବକଙ୍କ ନାଁରେ ଲିଖିତ ଅଭିିଯୋଗ କରିଥିବା ଜଣା ପଡିଛି । ତେବେ ୪ଜଣଙ୍କ ମଧ୍ୟରୁ ମହୁଲପାଲି ଥାନା ପୁଲିସ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି । ଅନ୍ୟ ତିନି ଜଣଙ୍କ ଧରିବାର ପୁଲିସ ଅସଫଳ ହୋଇଛି । ତେବେ ରାଜ୍ୟରେ ପ୍ରଶାସନ ପ କ୍ଷରୁ କାହିଁକି କଡାରୁ କଡା କାର୍ଯ୍ୟନୁଷ୍ଠାନ ନିଆଯାଉନାହିଁ ତାହାକୁ ନେଇ ସାଧାରଣରେ ପ୍ରଶ୍ନ୍ନ ଉଠୁଛି ।

https://www.onakhabar.com/6th-class-girl-student-pregnant-at-dhenkanal/

Leave A Reply

Your email address will not be published.