OnaKhabar

ପାଗଳାମୀର ସୀମା ଟପିଲା ପାଗଳ, ପଥର ଓ ରଡରେ ଆକ୍ରମଣ କରି ନେଲାଣି ଦୁଇ ମହିଳାଙ୍କ ଜୀବନ ଓ ତିନି ଗୁରୁତର

0 19

ନୟାଗଡ଼: ନୟାଗଡ଼ ଜିଲ୍ଲା ଓଡ଼ଗାଁ ବଜାରରେ ଜଣେ ପାଗଳର ଉନ୍ମତ୍ତକାଣ୍ଡ ଯୋଗୁ ଦୁଇ ଜଣଙ୍କ ଜୀବନ ଚାଲି ଯାଇଥିବା ବେଳେ ତିନି ଜଣ ଗୁରୁତର ଆହତ ହୋଇଥିବା ଜଣାପଡିଛି | ଗୁରୁବାର ଭୋରରେ ଏହି ପାଗଳ ଜଣେ ଯୁବକଙ୍କୁ ପ୍ରଥମେ ଓଡ଼ଗାଁ ପରିବା ବଜାରର ରାତ୍ର ଜଗୁଆଳ ଲୋଚନ ସେଠୀଙ୍କୁ ଲୁହାରଡ୍‌ରେ ଆକ୍ରମଣ କରିଥିଲା । ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା । ତା’ପରେ ପାଗଳ ଜଣଙ୍କ ରାସ୍ତାରେ ଯାହାକୁ ଦେଖିଲା ତାକୁ ଆକ୍ରମଣ କରିଥିଲା । ସେ କାହାକୁ ପଥର ମାରୁଥିଲା ତ କାହାକୁ ଲୁହାରଡ୍‌ରେ ମାରିବାକୁ ଗୋଡ଼ାଇଥିଲା । ସିନେମା ହଲ୍ ପାଖରେ ତା’ଆକ୍ରମଣରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ପାଗଳର ଉତ୍ପାତ ଖବର ପାଇ ଓଡ଼ଗାଁ ଥାନା ଆଇଆଇସି ଦଳବଳ ଧରି ଘଟଣାସ୍ଥଳରେ ପହଞ୍ଚିଥିଲେ । ତେବେ ପାଗଳ ସେମାନଙ୍କୁ ବି ଆକ୍ରମଣ କରିଥିଲା । ତା’ର ପଥରମାଡ଼ରେ ଖୋଦ୍ ଆଇଆଇସି ଆହତ ହୋଇଛନ୍ତି । ତାଙ୍କ ଛାତିରେ ପଥର ବାଜିଛି । ଏହି ପାଗଳ ଯୁବକକୁ ପୁଲିସ୍ ଧରି ପାରି ନାହିଁ । ତାକୁ ଧରିବାକୁ ପୁଲିସ୍ ପ୍ରୟାସ ଚଲାଇଛି । ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ପାଗଳ ଯୁବକ ଜଣଙ୍କ ଓଡ଼ଗାଁ ଆଖପାଖ ଅଞ୍ଚଳର । ତିନି ଦିନ ହେଲା ସେ ଆସି ଓଡ଼ଗାଁରେ ବୁଲୁଥିଲା । ବେଳେବେଳେ ଲୋକଙ୍କୁ ଗାଳିଗୁଲଜ ମଧ୍ୟ କରୁଥିଲା । ତେବେ ଏପରି ପାଗଳକୁ ଧରିବାକୁ ସ୍ଥାନୀୟ ଲୋକଙ୍କ ଦାବୀ ହୋଇଥିବା ବେଳେ ପୁଲିସ କିନ୍ତୁ ତାକୁ ଧରିବାରେ ଅସକ୍ଷମ ହୋଇଛି |

https://www.onakhabar.com/man-allegedly-killed-in-malkangiri/

Leave A Reply

Your email address will not be published.