OnaKhabar

ମାଆ କୋଳରୁ ତିନି ବର୍ଷର ଶିଶୁକୁ ନେଲା କଲରା ପତରିଆ ବାଘ

52

ଅଲ୍ଲୀପୁରଦ୍ୱାର: ଆଜି ଏକ ଲୋମହଂସକାରୀ ଘଟଣା ସାମନାକୁ ଆସିଛି | ଜଣେ ମାଆ କୋଳରୁ ତିନିବର୍ଷର ଶିଶୁକୁ ଛଡାଇ ଖାଇଲା ବାଘ | ଏପରି ଅଭାବନୀୟ ଘଟଣା ପଶ୍ଚିମବଙ୍ଗର ଅଲ୍ଲୀପୁରଦ୍ୱାର ଜିଲ୍ଲାରେ ହୋଇଛି | ମଙ୍ଗଳବାର ରାତିରେ ଏକ ଚାହା ବଗିଚାରେ ଶ୍ରମିକମାନେ କାମ କରୁଥିବା ବେଳେ ହଠାତ୍‌ କଲରା ପତରିଆ ବାଘଟି ପଶିଯାଇଥିବାର ସୂଚନା ମିଳିଛି | ବାଘକୁ ଦେଖି ଶ୍ରମିକମାନେ ଭୟଭୀତ ହୋଇ ଇତସ୍ତତ ହୋଇ ପଳାଇ ଯାଇଥିଲେ, ମାତ୍ର ପୂଜା ଓରାମ୍‌ ନାମକ ଏକ ମହିଳା ସେଠାରୁ ଖସି ପାରି ନଥିଲେ, କାରଣ ତାଙ୍କ କୋଳରେ ଥିଲା ଏକ ତିନି ବର୍ଷର ଶିଶୁ ସନ୍ତାନ । ସେହି ଶିଶୁ କନ୍ୟାର ହେଉଛି ପ୍ରଣୀତା । ଶିଶୁଟି ମାଆ କୋଳରେ ଖେଳୁଥିବା ବେଳେ ବାଘ ତା’ ଉପରକୁ ଝାଂପି ନେଇ ପଳାଇଥିଲା । ଏହି ଭୟାନକ ଘଟଣା ଯୋଗୁଁ ମାନସିକ ଦୁର୍ଦ୍ଦଶାଗସ୍ତ ମାଆ ପୂଜା ଓରାମ୍‌ କହିଛନ୍ତି ଯେ ସେ ନିଜର ଶିଶୁ କନ୍ୟାକୁ ବାଘ ପାଖରୁ ରକ୍ଷା କରିବା ଲାଗି ବାଘ ସହିତ ମଧ୍ୟ ଲଢେଇ କରିଥିଲେ, କିନ୍ତୁ ଛୁଆକୁ ନେଇ ଦୌଡି ଦୌଡି ପଳାଇଥିଲା । ତେବେ ଏପରି ଘଟଣା ଘଟିବା ପରେ ମାଆଙ୍କ ଅବସ୍ଥା ସ୍ଥିର ନଥିବା ଜଣା ପଡିଛି |