OnaKhabar

ଅନୁଭବ ସାଜିବେ ‘ବିଜୁ ବାବୁ’

60

କଟକ: ପ୍ରବାଦ ପୁରୁଷ ଭବେ ପରିଚିତ ବିଜୁ ପଟ୍ଟନାୟକଙ୍କ ଜୀବନଶୈଳୀକୁ ନେଇ ପ୍ରସ୍ତୁତ ହେଇଛି ଏକ ଓଡ଼ିଆ ଚଳଚ୍ଚିତ୍ର ଯାହାର ନାମ କରଣ ହୋଇଛି ‘ବିଜୁ ବାବୁ’ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜୀବନକୁ ନେଇ ସିନେମା ପ୍ରସ୍ତୁତ ହେଲା ପରେ ଏବେ ଓଡ଼ିଶାରେ କରାଯାଉଛି । ଏହି ଚଳଚିତ୍ରରେ ବିଜୁ ବାବୁଙ୍କ ଚରିତ୍ରରେ ନଜର ଆସିବେ ଅଲିଉଡର ସୁପରଷ୍ଟାର ତଥା ରାଜ୍ୟସଭା ସାଂସଦ ଅନୁଭବ ମହାନ୍ତି । ଏହାକୁ ନେଇ କେବଳ ପ୍ରଥମ ପୋଷ୍ଟର ହି ରିଲିଜ୍ ହୋଇଛି । ଏହି ପୋଷ୍ଟରଟି କଟକରେ ଥିବା ବିଜୁପଟ୍ଟନାୟକ ଛକ ଆନନ୍ଦ ଭବନ ନିକଟସ୍ଥ ପଡ଼ିଆରେ ଆୟୋଜିତ ଏକ ଉତ୍ସବରେ ଜନ ସମର୍ଥକଙ୍କ ସହ ସାଂସଦ ଅନୁଭବ ଏହାକୁ ରିଲିଜ କରିଛନ୍ତି । ଏହି ଫିଲ୍ମଟି ପ୍ରକାଶ ଫିଲ୍ମସ୍ ବ୍ୟାନରରେ ନିର୍ମାଣ କରାଯାଉଛି । ଏହାର ନିର୍ଦ୍ଦେଶନାର ଭାର ସମ୍ଭାଳିଛନ୍ତି ନିଳମାଧବ ପଣ୍ଡା ଏବଂ ପ୍ରଯୋଜକ ଅକ୍ଷୟ ପରିଯା ଦେଇଥିବା ବେଳେ ଏହାର ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ପ୍ରେମାନନ୍ଦ । ଏବେ ଏହାର କାମ ଖୁବ ଜୋରସୋରରେ ଚାଲିଥିବା ବେଳେ ସୂଚନା ମିଳିଛି ପାଖାପାଖି ଏପ୍ରିଲ ୧ ରେ ଏହି ଚଳଚିତ୍ରର ଶୁଭ ମୁକ୍ତି କରିବେ ବୋଲି । ସୂଚନା ଅନୁଯାୟୀ ଫିଲ୍ମଟିର ମୁଖ୍ୟ କାହାଣୀ କହିବାକୁ ଗଲେ ବିଜୁ ବାବୁ ବହୁତ ବଡ ମଣିଷ ଥିଲେ ଓ ସେ କିଭଳି ଭାବେ ନୂଆ ଓଡ଼ିଶାର ନିର୍ମାଣ ପାଇ କାର୍ଯ୍ୟ କରୁଥିଲେ ସେ ସମ୍ପର୍କରେ ସବୁ ବର୍ଗରେ ଲୋକ ଏହାକୁ ଦେଖିଲା ପରେ ଜାଣିପାରିବେ ବୋଲି କହଛନ୍ତି ଅନୁଭବ ମହାନ୍ତି । ଏଥିରେ ସହ- ପ୍ରଯୋଜକ ଭାବେ କାମ ତୁଲାଇଛନ୍ତି ମାନବ ରଥ, ଅନୁଜ ତ୍ୟାଗୀ, ବଣ୍ଣାଳୀ ରଥ ପ୍ରମୁଖ । ଏହି ଚଳଚିତ୍ର ମାଧ୍ୟମରେ ବିଜୁବାବୁଙ୍କର ଆଦର୍ଶ, ମହାନତା, ନିର୍ଭିକତା ଦେଖିବାକୁ ପାଇବେ ଦର୍ଶକ । ଯେଉଁଟାକି ଆଜିକା ଯୁବ ପୀଢି ପାଇଁ ଜାଣିବା ନିହାତି ଦରକାର । ହେଲେ ଏଯାଏଁ ଚଳଚ୍ଚିତ୍ରର ନାୟୀକା ମନୋନିତ ହୋଇନାହାନ୍ତି ହେଲେ ଖୁବ୍ ଶିଘ୍ର ଏହାର ସମାଧାନ କରିବେ ବୋଲି ଶ୍ରୀ ପରିଜା କହିଛନ୍ତି ।
ଏହି ଅବସରରେ ଅନୁଭବ ଆନନ୍ଦଭବନ ଯାଇ ବିଜୁ ପଟ୍ଟନାୟକଙ୍କ ଫଟୋଚିତ୍ରରେ ମାଲ୍ୟାପର୍ଣ କରିବା ସହ ବିଜୁବାବୁଙ୍କ ବ୍ୟବହୃତ ସାମଗ୍ରୀ ସହ ଫଟୋଚିତ୍ର ମଧ୍ୟ ବୁଲି ଦେଖିଥିଲେ ।