OnaKhabar

ଦୁଇଟି ବାଇକ ମୁହାଁମୁହିଁ ଧକ୍କା, ଦୁଇ ମୃତ, ଦୁଇ ଗୁରୁତର

58

ସୁନ୍ଦରଗଡ଼: ଆଜି ପୁଣି ଏକ ଦୁର୍ଘଟଣା ଘଟଣା ସାମନାକୁ ଆସିଛି | ତେବେ ଏଥିରେ ଦୁଇଟି ବାଇକ୍‌ ମୁହାଁମୁହିଁ ଧକ୍କା ହେବା ଫଳରେ ଆଜି ଅପରାହ୍ନରେ ୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୨ ଜଣ ଆହତ ହୋଇଥିବାର ସୂଚନା ମିଳିଛି । ଆହତ ଦ୍ୱୟଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସୂଚନା ମିଳିବା ପରେ ପୁଲିସ ଘଟଣାସ୍ଥଳରେ ପହଂଚି ୨ ମୃତ ଦେହ ଜବତ କରିଥିବାର ଜଣା ପଡିଛି । ପୁଲିସ ୨ ବାଇକ ଜବତ କରିବା ସହିତ ଘଟଣାର ତଦନ୍ତ କରୁଛି । ଏପରି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି ସୁନ୍ଦରଗଡ଼ ସଦର ଥାନା ଅନ୍ତର୍ଗତ କିରୋଇ ମହୁଲଯୋର ରାସ୍ତାରେ | ଜଣେ ବ୍ୟକ୍ତି ଧନୁଆଡିହି ଥାନା ଅନ୍ତର୍ଗତ ବେରୁଆବେଡି ଗ୍ରାମର ନବୀନ ବୋଲି ଜଣାପଡ଼ିଛି । ଅନ୍ୟବ୍ୟକ୍ତି ଲେଫ୍ରିପଡ଼ା ଥାନା ଅନ୍ତର୍ଗତ ଡୁମାବାହାଲ ବୋଲି ସ୍ଥାନୀୟ ଲୋକେ କହିଛନ୍ତି । ତେବେ କିପରି ଏବଂ କିଏ ଦୁର୍ଘଟଣାର ଦାୟୀ ବର୍ତ୍ତମାନ ପର୍ଯ୍ୟନ୍ତ ଜଣାପଡିନାହିଁ |