OnaKhabar

ଓଲଟିଲା କୁକୁଡା ଟ୍ରକ, ଡ୍ରାଇଭରକୁ ବଞ୍ଚେଇବା ପରବର୍ତ୍ତେ କୁକୁଡା ବୋହିଲେ ଲୋକେ…

71

ମୋହନା: ରାଜ୍ୟରେ ବଢିଚାଲିଛି ଦୁର୍ଘଟଣାର ସଂଖ୍ୟା | ତେବେ ଡ୍ରାଇବରମାନଙ୍କ ମନମୁଖୀ ଡ୍ରାଇଭିଂ ଲାଗି ଏପରି ମର୍ମନ୍ତୁଦ ସଡକ ଦୁର୍ଘଟଣା ହେଉଥିବାର ଅନୁମାନ କରିହେଉଛି | ଗତକାଲି ଅର୍ଥାତ ସୋମବାର ଦିନ ଏକ ଚାଉଳ ବୋଢେି ଟ୍ରକ ଓଲିଟିବା ଫଳରେ ଲୋକେ ଚାଉଳ ହୋହିଁ ନେଉଥିବା ବେଳେ ଆଜି ଏକ କୁକୁଡା ବୋଝେଇ ଟ୍ରକ ଓଲଟିଲା ବୋଲି କୁକୁଡା ବୋହିଁ ନେଉଥିବାର ଦେଖିବାକୁ ମିଳିଛି | ତେବେ ଲୋକେ ଏତେ ଅମାନୁଷିକ ଏଇଠି ଅନୁମନ କରିହେଉଛି | ଏପରି ଅବାବନୀୟ ଘଟଣା ଘଟିଛି ଗଜପତି ଜିଲ୍ଲା ମୋହନା ଥାନା ଅନ୍ତର୍ଗତ ରାମଗଡ଼ ନିକଟସ୍ଥ କେନ୍ଦୁଘାଟିରେ | ଆଜି ଭୋରରେ ଏକ କୁକୁଡ଼ା ବୋଝେଇ ମିନି ଟ୍ରକ୍‌ ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା | ଫଳରେ ଦୁଇ ଶହରୁ ଊର୍ଦ୍ଧ୍ୱ କୁକୁଡ଼ା ମରିଯାଇଛନ୍ତି । ଗାଡ଼ି ଡ୍ରାଇଭର ସାମାନ୍ୟ ଆହତ ହୋଇଛନ୍ତି । ମିନି ଟ୍ରକ୍‌ଟି ଦୁର୍ଘଟଣାଗ୍ରସ୍ତ ହେବା ପରେ ସ୍ଥାନୀୟ ଲୋକେ କୁକୁଡ଼ା ବୋହି ନେଇ ଯାଇଥିବା ଦେଖିବାକୁ ମିଳିଥିଲା । ମିନି ଟ୍ରକ୍‌ଟି ବ୍ରହ୍ମପୁରରୁ ରାୟଗଡ଼ା ଜିଲ୍ଲାର ଗୁଣୁପୁରକୁ ଯାଉଥିଲା ବେଳେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଏଥିରେ ୯୦୦ କୁକୁଡ଼ା ଥିଲେ ବୋଲି ଜଣାପଡ଼ିଛି । ପୁଲିସ୍‌ ଦୁର୍ଘଟଣାଗ୍ରସ୍ତ ମିନି ଟ୍ରକ୍‌କୁ ଜବତ କରିଛି ଏଥିସହ ଘଟଣାର ତଦନ୍ତ କରୁଛି ।

https://www.onakhabar.com/three-dies-as-a-bolero-hits-them-in-sundargarh-district/