OnaKhabar

ଅଗ୍ନିକାଣ୍ଡରେ ପୋଡ଼ିଗଲା ୨୫ ବଖରା ଘର, ଦୁଇଟି ଗାଈ ଜୀବନ୍ତ ଦଗ୍ଧ

52

ଭଦ୍ରକ: ଭଦ୍ରକ ଜିଲ୍ଲା ଭଣ୍ଡାରୀପୋଖରୀ ବ୍ଲକ୍ ଅନ୍ତର୍ଗତ ଗୁହାଳିଆ ଗାଁରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏଥିରେ ୧୭ଟି ପରିବାରର ୨୫ ବଖରା ଘର ପୋଡ଼ି ପାଉଁଶ ହୋଇଯାଇଥିବା ଖବର ମିଳିଛି | ଗୁହାଳରେ ବନ୍ଧାହୋଇଥିବା ଦୁଇଟି ଗାଈ ଜୀବନ୍ତ ଦଗ୍ଧ ହୋଇ ଯାଇଥିବା ବେଳେ ୩ଟି ବାଇକ୍ ମଧ୍ୟ ପୋଡ଼ିଯାଇଥିବା ଜଣାପଡ଼ିଛି।
ଘଟଣା ଘଟିଛି ଗତକାଲି ବିଳମ୍ବିତ ରାତିରେ | ସର୍ଟ ସର୍କିଟରୁ ଜଣକ ଘରେ ଆଗେ ନିଆଁ ଲାଗି ଯାଇଥିଲା। ପରେପରେ ଏହି ନିଆଁ ପାଖ ଘରକୁ ବ୍ୟାପୀ ଯାଇଥିଲା। ନିଆଁ ଲାଗିଯିବା କାରଣରୁ ଗୋଟେ ଗ୍ୟାସ୍ ଟାଙ୍କି ଫାଟି ଯାଇଥିଲା। ଫଳରେ ନିଆଁ ତୀବ୍ର ରୂପ ଧାରଣ କରି ଆହୁରି ବ୍ୟାପୀ ଯାଇଥିଲା। ଦମକଳ ବାହିନୀ ଆସି ନିଆଁକୁ ଆୟତ୍ତ କରିଥିଲା।

https://www.onakhabar.com/60-goats-charred-to-death-in-ganjam/