OnaKhabar

ଅଷ୍ଟମ ଶ୍ରେଣୀର ଛାତ୍ରୀ ହେଲେ ମାଆ, ହେଲେ ବଞ୍ଚିଲାନି ଶିଶୁକନ୍ୟା, ସେପଟେ ଦୁଷ୍କର୍ମକାରୀ ବୁଲୁଛି ଖୋଲାରେ…ପଢନ୍ତୁ ପୂରା ଖବର

0 83

କନ୍ଧମାଳ: ରାତି ପାହିଲେ ରାଜ୍ୟରେ ବଢିଚାଲିଛି ଦୁଷ୍କର୍ମ ଓ ଗଣଦୁଷ୍କର୍ମର ସଂଖ୍ୟା | ଏପରି ପରିସ୍ଥିତିରେ ସରକାର ଓ ପ୍ରଶାସନ ପକ୍ଷରୁ କଡା ପଦକ୍ଷେପ ନେବା ନିହାତି ଜରୁରୀ ହୋଇ ପଡୁଛି | କିନ୍ତୁ ଉଭୟ ସରକାର ଓ ପ୍ରଶାସନର ଖାମଖିଆଲି ଢଙ୍ଗ ଲାଗି ରାଜ୍ୟରେ ଏପରି ଲଜ୍ଜ୍ୟ ଓ ଅମାନଷିକ କାର୍ଯ୍ୟ ବୃଦ୍ଧି ପାଉଛି | ଏପରି ପରିସ୍ଥିତିରେ ଆଜି ପୁଣି ସମାନ ଘଟଣା ସାମନାକୁ ଆସିଛି | ଜଣେ ଅଷ୍ଟମ ଶ୍ରେଣୀର ଛାତ୍ରୀଙ୍କୁ କେହି ଜଣେ ଦୃର୍ବୁତ୍ତ ଦୁଷ୍କର୍ମ କରି ଲୁଚିକରିଥିବା ବେଳେ ଆଜି ଉକ୍ତ ପୀଡିତା ଜଣଙ୍କ ଜଣେ ଶିଶୁକନ୍ୟା ଜନ୍ମ ଦେଇଥିଲେ | ତେବେ ଜନ୍ମ ଦେବାର କିଛି ସମଯ ପରେ ଶିଶୁକନ୍ୟାଟିର ମୃତ୍ୟୁ ହୋଇଥିବା ବେଳେ ପୀଡିତାଙ୍କ ଅବସ୍ଥା ଗୁରୁତର ଥିବା ସୂଚନା ମିଳିଛି | ଏପରି ଅଭାବନୀୟ କାଣ୍ଡ କନ୍ଧମାଳ ଜିଲ୍ଲାରେ ଏକ ଆବାସିକ ବିଦ୍ୟାଳୟରେ ଘଟିଥିବା ଜଣା ପଡିଛି | ସୁଚନାନୁଯାୟୀ, ରବିବାର ଦିନ ସକାଳେ ପୀଡିତା ଜଣଙ୍କ ଶୌଚ ହେବାକୁ ଯାଇଥିବା ବେଳେ ପୋଖରୀ କୂଳରେ ଏକ ଶିଶୁକନ୍ୟା ପ୍ରସବ କରିଥିଲେ । ସ୍କୁଲ୍ କର୍ତ୍ତୃପକ୍ଷ ଏହି ଖବର ଜାଣିବା ପରେ ପ୍ରଥମେ ଘଟଣାକୁ ଚାପି ରଖିବାକୁ ଚେଷ୍ଟା କରିଥିଲେ । ମାତ୍ର ପରିସ୍ଥିତି ଅଣାୟତ୍ତ ହେଉଥିବା ଦେଖିବା ପରେ ଏକ ଅଟୋରେ ଉଭୟ ମାଆ ଓ ଶିଶୁକୁ ବାଲିଗୁଡ଼ା ମେଡିକାଲ୍‌ରେ ଭର୍ତ୍ତି କରିଥିଲେ । ତେବେ ଅବସ୍ଥା ସଙ୍କଟାପନ୍ନ ହେବାରୁ ଉଭୟ ନାବାଳିକା ଓ ତାଙ୍କ ଶିଶୁକନ୍ୟାକୁ ବ୍ରହ୍ମପୁର ବଡ଼ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଥିଲା । ନାବାଳିକା ଏବେବି ସେଠାରେ ଚିକିତ୍ସାଧୀନ ଅଛନ୍ତି । ଅନ୍ୟପକ୍ଷରେ ଏ ଘଟଣାରେ ଉକ୍ତ ଆବାସିକ ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ ରାଧାରାଣୀ ଦଳେଇଙ୍କୁ ନିଲମ୍ବନ କରାଯାଇଛି । ଏନେଇ ଦାରିଙ୍ଗିବାଡ଼ି ବ୍ଲକ୍‌ ମଙ୍ଗଳ ସଂପ୍ରସାରଣ ଅଧିକାରୀ ସୂଚନା ଦେଇଛନ୍ତି । ଉଲ୍ଲେଖନୀୟ, ଏହି ସମ୍ୱେଦନଶୀଳ ଘଟଣାରେ ଗତକାଲି କନ୍ଧମାଳ ଜିଲ୍ଲା ପ୍ରଶାସନ ପକ୍ଷରୁ ଆବାସିକ ସ୍କୁଲର ୩ ଆସିଷ୍ଟାଣ୍ଟ ସୁପରିଣ୍ଟେଣ୍ଡେଣ୍ଟଙ୍କୁ ନିଲମ୍ବିତ କରାଯାଇଥିଲା । ଏଥିସହିତ ଜଣେ ଏଏନ୍ଏମ୍, ୨ ଜଣ ମାଟ୍ରନ ଓ ୨ ଆଟେଣ୍ଡାଣ୍ଟଙ୍କୁ ମଧ୍ୟ କାର୍ଯ୍ୟରୁ ଅବ୍ୟାହତି ଦିଆଯାଇଛି । ତେବେ ଏପରି ଲଜ୍ଜ୍ୟଜନକ କାଣ୍ଡ ଘଟିବା ପରେ ମଧ୍ୟ ନାବାଳିକା ଜଣଙ୍କ କାହିଁକି ଚୁପ ରହୁଥିଲେ ଏବଂ ତାଙ୍କ ସହ ଏପରି କିଏ କାଣ୍ଡ କରିଥିଲା ତାହାର ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ପତ୍ତା ମିଳିନାହିଁ | ସେପଟେ  ଏପରି କାଣ୍ଡ ସାମନାକୁ ଆସିଲା ପରେ ଦାରିଙ୍ଗବାଡ଼ି ଅଞ୍ଚଳରେ ଥିବା ଏକ ଆବାସିକ ବିଦ୍ୟାଳୟ ଆଗରେ ଉତ୍ତେଜନା ଦେଖାଦେଇଥିଲା । ଅଭିଯୁକ୍ତ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଦାବି କରି ସ୍ଥାନୀୟ ଲୋକେ ଏନ୍ଏଚ୍ ୫୯ ଉପରେ ଟାୟାର ଜାଳି ରାସ୍ତା ଅବରୋଧ କରିଥିଲେ । ଅନ୍ୟପକ୍ଷରେ ଏହି ଖବର ପ୍ରଚାରିତ ହେବା ପରେ ମନ୍ତ୍ରୀ ରମେଶ ମାଝୀ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଥିଲେ । ପୁଲିସ୍‌ ଏହି ଘଟଣାରେ ପୀଡ଼ିତାଙ୍କ ବୟାନ ଆଧାରରେ ଜଣେ ଯୁବକଙ୍କୁ ଅଟକ ରଖି ପଚରାଉଚରା କରୁଛି । ଏ ଯୁବକ ଜଣଙ୍କ ତାଙ୍କୁ ଦୁଷ୍କର୍ମ କରିଥିଲେ। ତେବେ ଲୋକଲଜ୍ଜା ଭୟରେ ସେ କାହାକୁ କିଛି କହି ନଥିଲେ । ତେବେ ଏ ଘଟଣାରେ ସ୍କୁଲ୍ କର୍ତ୍ତୃପକ୍ଷଙ୍କ ନିଷ୍କ୍ରିୟତା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିବାର ସୂଚନା ମିଳୁଛି ।

 

Leave A Reply

Your email address will not be published.