OnaKhabar

କୁମ୍ଭମେଳା ଆରମ୍ଭରୁ ଘଟିଲା ଅଘଟଣ, ଭୟାବହ ଅଗ୍ନିକାଣ୍ଡ ଘଟି କାର ଓ ଟେଣ୍ଟ ହେଲା ଧୂଳିସାତ

0 22

ଆହ୍ଲାବାଦ: ଶୁଭ କାର୍ଯ୍ୟ ଆରମ୍ଭରୁ ଘଟିଲା ଅଘଟଣ | ପ୍ରସିଦ୍ଧ କୁମ୍ଭମେଳା ଆୟୋଜନ ହେବାକୁ ଥିବାବେଳେ ଦିଗମ୍ଭର ଅନି ଅଖରଠାରେ ଆଜି ଭୟଙ୍କର ଅଗ୍ନିକାଣ୍ଡ ଘଟିଥିବାର ସୂଚନା ମିଳୁଛି । ଏକ ସିଲଣ୍ଡର ବିସ୍ଫୋରଣ ଯୋଗୁ ଏକ ଟେଣ୍ଟରେ ଭୟାବହ ଅଗ୍ନିକାଣ୍ଡ ଘଟିଥିବାର ଜଣାପଡିଛି । ଏହି ନିଆଁର ପରିମାଣ ପ୍ରବଳ ଥିବାରୁ ଅନ୍ୟ ସ୍ଥାନକୁ ମଧ୍ୟ ବ୍ୟାପି ଯାଇଥିଲା । ଫଳରେ ଏକାଧିକ ଟେଣ୍ଟ ଓ କାର୍‌ ପୋଡ଼ି ଜଳି ପାଉଁଶ ହୋଇଯାଇଥିବାର ସୂଚନା ମିଳିଛି । ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ମୃତକଙ୍କ ଖବର କିଛି ମିଳିନାହିଁ । ଘଟଣା ଘଟିବା ପରେ ଏକାଧିକ ଅଗ୍ନିଶମ ଗାଡ଼ି ନିଆଁ ଲିଭା କାର୍ଯ୍ୟରେ ନିୟୋଜିତ ହୋଇଥିବାର ଜଣା ପଡିଛି । ଏଥିସହ ଟେଣ୍ଟ ମଧ୍ୟରେ ଫସି ରହିଥିବା ଲୋକଙ୍କୁ ଉଦ୍ଧାର କରାଯାଉଥିବା ପୁଲିସ୍‌ ପକ୍ଷରୁ କୁହାଯାଇଛି । ତେବେ ବିଶ୍ୱର ସବୁଠାରୁ ବଡ ମେଳାରେ ଏପରି ଭଯାବହ ଅଗ୍ନିକାଣ୍ଡ ସୁରକ୍ଷାକୁ ନେଇ ପ୍ରଶ୍ନ ସୃଷ୍ଟି କରୁଛି | ତେବେ ଏହି ଅଗ୍ନିକାଣ୍ଡ କିପରି ଏବଂ କିଏ ଲାଗଇଛି ତାହା ବର୍ତ୍ତମାନ ପର୍ଯ୍ୟନ୍ତ ଜଣା ପଡିନାହିଁ |

https://www.onakhabar.com/fire-breaks-out-in-khaira-block/

Leave A Reply

Your email address will not be published.