OnaKhabar

ମୋଦିଙ୍କ ଘୋଷଣାକୁ ନିଜ ନାଁରେ ପ୍ରଚାର କରି ମିଛ ନାଟକ କରୁଛନ୍ତି ରାଜ୍ୟ ସରକାର: ଧର୍ମେନ୍ଦ୍ର ପ୍ରଧାନ

0 26

ଭୁବନେଶ୍ୱର: ଅଙ୍ଗନବାଡି ଭଉଣୀମାନଙ୍କୁ କେନଦ୍ର ସରକାର ୨୦୧୮ ମସିହା ସେପ୍ଟମେମ୍ବର ମାସରେ ୧୫୦୦ ଟଙ୍କା ମାନଧନ ବୃଦ୍ଧି ନିଷ୍ପଟ୍ଟି ନେବା ସହ ଏହାକୁ ଅକ୍ଟୋବର ୨୦୧୮ ମସିହାରୁ କ୍ରିୟାନ୍ୱୟନ ପାଇଁ ରାଜ୍ୟ ସରକରାମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ରାଜ୍ୟର ବିଜେଡି ସରକାର କେନ୍ଦ୍ର ସରକାରଙ୍କର ଏହି ପୁରୁଣା ନୀତିଗତ ନିର୍ଣୟ ଓ ଘୋଷଣାକୁ ଦୀର୍ଘଦିନ ଧରି କାର୍ଯ୍ୟକାରୀ ନକରି ପକାଇ ରଖିଥିଲେ । ଏବେ ନିର୍ବାଚର ଅବ୍ୟବହିତ ପୂର୍ବରୁ କେନ୍ଦ୍ର ସରକାରଙଅକ ଦ୍ୱାରା ବଦ୍ଧିତ ଏହି ମାନଧନକୁ ସତେ ଯେମିତି ରାଜ୍ୟ ସରକାର ଯୋଗାଇ ଦେଉଛନ୍ତି ସେଭଳି ଘୋଷଣା ମାଧ୍ୟମରେ ମୁଖ୍ୟମନ୍ତ୍ରୀ ବାହାବା ନେବାପାଇଁ ଅପଚେଷ୍ଟା କରୁଛନ୍ତି ବୋଲି ସାମାଜିକ ଗଣମାଧ୍ୟମରେ ଉଲ୍ଲେଖ କରିଛନ୍ତି କେନ୍ଦ୍ର ମନ୍ତ୍ରୀ ଦର୍ମେନ୍ଦ୍ର ପ୍ରଧାନ । ରାଜ୍ୟରେ ଏକ ରାଧୁଆ ମିଛୁଆ ସରକାର ଚାଲିଛି । କେନ୍ଦ୍ର ସରକାରଙ୍କ ଘୋଷଣା ନିଜ ନାଁରେ କରି ମିଛ ବାହାବାର ନାଟକ ଚାଲିଛି । ସାଦାରଣ ଓଡିଆ ଲୋକ ଆଜି ଜବାବ ମାଗୁଛନ୍ତି ।
ସେ ଆହୁରି ଉଲ୍ଲେଖ କରିଛନ୍ତି ଯେ, ରାଜ୍ୟ ସରକାର ତିଅଣରେ ଅତିଥି ସକ୍ରାର କରିବାରେ ଓଡିଶାର ମୁଖ୍ୟମନ୍ତ୍ରୀ ସିଦ୍ଧହସ୍ତ । ଓଡିଶାର ଅଙ୍ନବାଡି ଭଉଣୀମାନଙ୍କୁ ରାଜ୍ୟ ସରକାର ବିଭିନ୍ନ କାର୍ଯ୍ୟକ୍ରମ କ୍ରିୟାନ୍ୱୟନ ପାଇଁ ସେମାନଙ୍କ ଠାରୁ ଅଧିକ ଆର୍ଥିକ ରାଶି ପାଇବା ଅଙ୍ଗନବାଡି ଭଉଣୀମାନଙ୍କର ଅଧିକାର । ବିଭିନ୍ନ ରାଜ୍ୟ ସେମାନଙ୍କୁ ନିଜସ୍ୱ ବଜେଟ ଅଧିକା ଅର୍ଥ ଯୋଗାଇ ଦେଉଛନ୍ତି । ବିଜେପି ଶାସିତ ହରିୟାଣାରେ ଅଙ୍ଗନବାଡି ଭଉଣୀମାନଙ୍ର ମାସିକ ମାନଧନ ୧୩ ହଜାର ଟଙ୍କା ବୋଲି ସେ ଉଲ୍ଲେଖ କରିଛନ୍ତି ।
ସେ ଆହୁରି କହିଛନ୍ତି, ରାଜ୍ୟରେ କୁପୋଷଣ ଏକ ବଡ ସମସ୍୍ୟା । ସାଧାରଣ ଗରିବ ଘରର ପିଲାଙ୍କୁ ସୁପୋଷଣ ଯୋଗାଇ ଦେବା ଅଙ୍ଗନବାଡି ଭଉଣୀମାନଙ୍କର ମୂଳ କାମ । ଗୋଟିଏ ପଟେ ରାଜ୍ୟରେ ଛତୁଆ ମଧ୍ୟାହ୍ନ ଭୋଡନ ଓ ଡାଲିରେ ବଡ ଦୁର୍ନିତୀ ଓ ବିଜେଡି ନେତାଓ କର୍ମୀଙଅକ ପିସି ବାଟ ଖୋଲାଯାଇଅଛି । ମାତ୍ର ଅଙ୍ଗନବାଡି ଭଉଣୀମାନଙ୍କୁ ସେମାନଙ୍କର ଉଚିତ ପ୍ରାପ୍ୟରୁ ବଞ୍ଚିତ କରାଯାଉଛି ।
ଗତ ସେପ୍ଟେମ୍ବର ୨୨ ତାରିଖରେ ଦେଶର ଲୋକପ୍ରିୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଳଚେର ଓ ଝାରସୁଗୁଡା ଗସ୍ତରେ ଆସିଥିଲେ । ଏହି ଦୁଇଟି ସ୍ଥାନରେ ଅଙ୍ଗନବାଡି ଭଉଣୀମାନେ ସେମାନଙ୍କର ମାନଧନକୁ କେନ୍ଦ୍ର ସରକାର ବଢାଇଥିବା କାରଣରୁ ପ୍ରଧାନମନ୍ତ୍ରୀଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଦେଇଥିଲେ ବୋଲି ସେ ଉଲ୍ଲେଖ କରିଛନ୍ତି ।

Leave A Reply

Your email address will not be published.