OnaKhabar

ପୁଣି ଶୀତ ଫେରିବ

0 48

ଭୁବନେଶ୍ୱର: ଆଜିଠାରୁ ପୁଣି ଶୀତ ଫେରିବ । ଉପକୂଳ ଓ ପଶ୍ଚିମ ଓଡ଼ିଶାରେ ଶୀତ ପ୍ରଭାବ ବେଶି ଅନୁଭୂତ ହେବ । ଅବଶ୍ୟ ପୂର୍ବଦିନମାନଙ୍କପରି ଏତେ ଶୀତ ନହେଲେ ବି ପାରଦ ୧୦ ଡିଗ୍ରୀ ପାଖାପାଖି ରହିବ ବୋଲି ପାଣିପାଗ ବିଭାଗ ସୂତ୍ରରୁ ଜଣାପଡ଼ିଛି ।
କିଛିଦିନ ଧରି ବିଭିନ୍ନ ସ୍ଥାନରେ ଶୀତ ପ୍ରକୋପ କମିଥିଲା । ମାତ୍ର ପୁଣି ଆଜିଠାରୁ ଓଡ଼ିଶାକୁ ପୁଣି ଥରେ ହାଲୁକା ପବନ ବୋହିବ । ଏହାର ପ୍ରଭାବରେ ରାଜ୍ୟରେ ସର୍ବନିମ୍ନ ତାପମାତ୍ରା ହ୍ରାସ ପାଇବା ସହ ଥଣ୍ଡା ଅନୁଭୁତ ହେବ । ପଶ୍ଚିମ ଓଡ଼ିଶାରେ ଆଜିଠାରୁ ତାପମାତ୍ରା ଅଧିକ ହ୍ରାସ ପାଇବ ବୋଲି ଅନୁମାନ କରାଯାଉଛି । ଆସନ୍ତାକାଲି ରାତିରେ ତାପମାତ୍ରା ଖସିବା ସମ୍ଭାବନା ଅଛି । ପରେ ୧୬ ତାରିଖ ପରେ ୨ ଡିଗ୍ରୀ ତାପମାତ୍ରା ବଢ଼ିବାର ସମ୍ଭାବନା ଅଛି । ଉପକୂଳ ଅଂଚଳ ଜଗତସିଂହପୁର, କେନ୍ଦ୍ରାପଡ଼ା, କଟକ ଆଦି ଜିଲ୍ଲାମାନଙ୍କରେ ପାଗ କୁହୁଡ଼ିଆ ରହିବ ବୋଲି ଜଣାପଡିଛି ।

https://www.onakhabar.com/heavy-cold-in-oidsha-2/

Leave A Reply

Your email address will not be published.