OnaKhabar

ନିକିତାଙ୍କ ମୃତ୍ୟୁକୁ ନେଇ ମତ ଦେଲେ ନଣନ୍ଦ ସୋନମ

ଭୁବନେଶ୍ୱର: ମେଘା ଧାରାବାହିକ ଜଗତର ଅଭିନେତ୍ରୀ ନିକିତା ମୃତ୍ୟୁ ମାମଲାର ନୂଆମୋଡ଼ ପଦାକୁ ଆସିଛି । ଆଉ କେହି ନୁହଁନ୍ତି ନିକିତାଙ୍କ ନଣନ୍ଦ ସୋନମ ଭିନ୍ନ ମତ ଦେଇଛନ୍ତି । ସୋନମ କହିଛନ୍ତି ଯେ, ନିକିତାଙ୍କ ଛାତରୁ ଖସି ମୃତ୍ୟୁ ହୋଇଛି । ସେ ଆହୁରି କହିଛନ୍ତି ଘଟଣା ଘଟିବା ସମୟରେ ଛାତ ଉପରେ ଲିପନଙ୍କ ସହ ନିକିତାଙ୍କ ବାପା ଓ ଭାଇ ମଧ୍ୟ ଉପସ୍ଥିତଥିଲେ । ନିକିତାଙ୍କ ଲିପନଙ୍କ କଥାକଟାକଟି ବେଳେ ଏହି ଘଟଣା ଘଟିଥିଲା । ନିକିତାଙ୍କୁ ଉଦ୍ଧାର କରିବା ଲାଗି ସମସ୍ତେ ଚେଷ୍ଟା କରିଥିଲେ ମଧ୍ୟ ବିଫଳ ହୋଇଥିଲେ । ଏବେ ସ୍ୱାମୀ ଲିପନ ଜେଲରେ ଅଛନ୍ତି । ଲିପନଙ୍କ ବାପା ଓ ମାଙ୍କୁ ମଧ୍ୟ ପୁଲିସ ପଚରାଉଚୁରା କରିଛି ଓ ଶାଶୁଙ୍କ ସହ ନିକିତାଙ୍କ ସମ୍ପର୍କ ଭଲ ନ ଥିବା ଜାଣିବାକୁ ପାଇଛି । ଏହା ସହ ସେମାନଙ୍କୁ ଗିରଫ କରିବାକୁ ଘର ଆଗରେ ଲଟକା ମଧ୍ୟ ପୁଲିସ ଝୁଲାଇଥିଲା ।

https://www.onakhabar.com/husband-lipan-is-accused-of-murder-says-dcp/