OnaKhabar

ମଇଁଷୀ ଗୋଠକୁ କ୍ଷୀର ପାଇଁ ଯାଇଥିବାବେଳେ ହାତୀ ଆକ୍ରମଣେରେ ୧ ଗୁରୁତର

0 18

ଢେଙ୍କାନାଳ : ଆଜି ଭୋର ସମୟରେ ଢେଙ୍କାନାଳ ଜିଲ୍ଲା ସଦର ଥାନା ଅନ୍ତର୍ଗତ ଭାଲିଆବୋଲ କାଟେଣୀରେ ହାତୀ ଆକ୍ରମଣରେ ଜଣେ ବ୍ୟକ୍ତି ଗୁରୁତର ଆହତ ହୋଇଛନ୍ତି । ଗୁରୁତର ଅବସ୍ଥାରେ ଗାଁ ଲୋକେ ତାଙ୍କୁ ଉଦ୍ଧାରେ କରି ଢେଙ୍କାନାଳ ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରିଥିଛନ୍ତି |
ଘଟଣାରୁ ପ୍ରକାଶ ଯେ ମଇଁଷି ଗୋଠରେ ଜଣେ ବ୍ୟକ୍ତି ଟେକିନେଇ ହାତୀଟି କଚାଡିଥିଲା | ପରେ ଗୁରୁତର ଅବସ୍ଥାରେ ତାଙ୍କୁ ଢେଙ୍କାନାଳ ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି | ଗୁରୁତର ଜଣଙ୍କ ଭାଲିଆବୋଲ କାଟେଣୀର ଜଟିଆ ବହେରା ବୋଲି ଜଣାପଡିଛି । ସେ ଆଜି ଭୋର ସମୟରେ ମଇଁଷୀ ଗୋଠକୁ କ୍ଷୀର ପାଇଁ ଯାଇଥିବାବେଳେ ପାଖରେ ଥିବା ଏକ ଦନ୍ତା ହାତୀ ତାଙ୍କୁ ଟେକି କଚାଡି ଦେଇଥିଲା ।

Leave A Reply

Your email address will not be published.