OnaKhabar

ଛାତ୍ରୀ ପ୍ରସବ ଘଟଣା: ସରକାରଙ୍କ ନିର୍ଦ୍ଧେଶ ପରେ ଦୃଢ଼ କାର୍ଯ୍ୟାନୁଷ୍ଟାନ

71

ଭୁବନେଶର: ବାଲିଗୁଡ଼ା ଛାତ୍ରୀ ପ୍ରସବ ଘଟଣାରେ ଦୃଢ କାର୍ଯ୍ୟାନୁଷ୍ଟାନ ନେଇ ଜିଲ୍ଲାପାଳ ରାଜ୍ୟ ସରକାଙ୍କୁ ଚିଠି ଲେଖି ସୁପାରିସ କରିଛନ୍ତି । ୧୦ ଦିନ ମଧ୍ୟରେ ତଦନ୍ତ ନିର୍ଦ୍ଧେଶ କରି ଉପଯୁକ୍ତ ଦୋଷୀକୁ ଦଣ୍ଡିତ କରିବା ପାଇଁ ସେ ଏହି ଚିଠରେ ଦର୍ଶାଇଛନ୍ତି । ତଦନ୍ତ କରିବା ପରେ ଆବାସିକ ସ୍କୁଲର ୩ ଜଣ ଆସିଷ୍ଟାଣ୍ଡ ସୁପରିଟେଣ୍ଡେଣ୍ଟଣ୍ଟ ଏଏନ୍ଏମ୍, ୨ଜଣ ମାଟ୍ରନଙ୍କୁ ଓ ୨ ଜଣ ରେଷେୟା ସହ ଆସିଷ୍ଟାଣ୍ଡଙ୍କୁ କାର୍ଯ୍ୟରୁ ନିଲମ୍ବିତ କରାଯାଇଥିବା ଜଣାପଡ଼ିଛି ।
ପ୍ରଧାନ ଶିକ୍ଷୟିତ୍ରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ କରିବା ପାଇଁ ଦାବି କରିଛନ୍ତି ସ୍ଥାନୀୟ ବାସିନ୍ଦା । କରାଣ ଲୋକଙ୍କ କହିବା ଅନୁସାରେ ଆଜିକୁ ୧୦ ମାସ ଯାଏଁ କଣ କରୁôଥିଲେ ପ୍ରଧାନଶିକ୍ଷୟତ୍ରୀ ଏ ବାବଦରେ ସେ ଆରମ୍ଭରୁ କାହିଁକି କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲେ ନାହିଁ । ସେ ସବୁ ଜାଣି ମଧ୍ୟ କଥାକୁ ଚପାଇବାକୁ ଉଦ୍ୟମ କରୁଥିଲେ ବୋଲି ଲୋକମାନେ କହିଛନ୍ତି ।

https://www.onakhabar.com/three-year-old-girl-raped-at-hazira-in-surat/