OnaKhabar

ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କ ପ୍ରସବକୁ ନେଇ ଉତ୍ତେଜନା

0 11

ଦାରିଙ୍ଗିବାଡ଼ି : ଦାରିଙ୍ଗିବାଡ଼ିସ୍ଥ ବାଲିଗୁଡ଼ା ଅଂଚଳରେ ଏକ ହଷ୍ଟେଲରେ ଜଣେ ଅଷ୍ଟମଶ୍ରେଣୀ ଛାତ୍ରୀଙ୍କ ସନ୍ତାନ ପ୍ରସବ କରିଥିôବା କଥା ନଜରକୁ ଆସିଛି । ଏହାକୁ ନେଇ ସେଠାରେ ସ୍ଥାନୀୟ ଲୋକେ ଏନ୍ ଏଚ୍ ୫୯ ଉପରେ ଟାୟାର ଜାଳି ରାସ୍ତା ଅବରୋଧ କରିଛନ୍ତି । ସେଠାକାର ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ଘଟଣାସ୍ଥଳରେ ପୋଲିସ ଫୋର୍ସ ମୃତୟନ କରାଯାଇଛି ।
ଘଟଣାରୁ ପ୍ରକାଶ ଯେ, ଜନୈକା ଛାତ୍ରୀ ସେଠାରେ ଥିବା ଏକ ଛାତ୍ରୀ ନିବାସରେ ସନ୍ତାନ ପ୍ରସବ କରିଥିବା କରିଛି । ଘଟଣାକୁ ନେଇ ଦାରିଙ୍ଗିବାଡ଼ି ଥାନାରେ ପ୍ରଧାନଶିକ୍ଷୟତ୍ରୀଙ୍କୁ ପଚରା ଉଚରା ଚାଲିଛି ।
ଖବର ପାଇ ବାଲିଗୁଡା ଏସ୍ଡିପିଓ ନିତିନ କୁଶାଲକର ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ସମିକ୍ଷା କରିଛନ୍ତି । ତେବେ ଛାତ୍ରୀଙ୍କ ସନ୍ତାନ ପ୍ରସବ ନେଇ ଏଯାଏ କୌଣସି ସ୍ପଷ୍ଟ ସୂଚନା ମିଳିପାରିନାହିଁ ।

 

Leave A Reply

Your email address will not be published.