OnaKhabar

ଇତିହାସ ରଚିବାକୁ ଯାଉଛନ୍ତି ତୁଳସୀ ଗାବାର୍ଡ, ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ଲଢ଼ିବେ…

0 9

ନୂଆଦିଲ୍ଲୀ: ଇତିହାସ ରଚିବେ ଜଣେ ହିନ୍ଦୁ ମହିଳା | ତେବେ ସେ ଦେଶରେ ନୁହେଁ ଦେଶ ବାହାରେ ତଥା ବିଶ୍ୱର ସବୁଠାରୁ ଉନ୍ନତମାନ ଦେଶ ଆମେରିକାରେ ଆଗାମୀ ସମୟରେ ରାଷ୍ଟ୍ରପତି ଭାବେ ନିର୍ବାଚନ ଲଢିବେ ବୋଲି ସୂଚନା ମିଳିବାପରେ ଚାରିଆଡେ ଚର୍ଚ୍ଚା ଆରମ୍ଭ ହୋଇଯାଇଥିବାର ଦେଖିବାକୁ ମିଲୁଛି | ୨୦୨୦ରେ ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ିବେ ଆମେରିକାର ପ୍ରଥମ ହିନ୍ଦୁ ସାଂସଦ ତୁଳସୀ ଗାବାର୍ଡ଼ । ତେବେ ସେ ଏହି ନିର୍ବାଚନ ଲଢିବେ ବୋଲି ନିଜ ସ୍ପଷ୍ଟ କରିଥିବାର ଶୁଣିବାକୁ ମିଳିଛି | ଆଗାମୀ ସପ୍ତାହରେ ଏନେଇ ବିଧିବଦ୍ଧ ଘୋଷଣା ହୋଇପାରେ । ସେ ସ୍ପଷ୍ଟ କରି କହିଛନ୍ତି ଯେ, ୨୦୨୦ରେ ମୁଁ ଆମେରିକାର ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ନିର୍ବାଚନ ଲଢିବା ପାଇଁ ନିଷ୍ପତ୍ତି ନେଇସାରିଛି | ଆମେରିକା ସିନେଟରେ ହୱାଇର ପ୍ରତିନିଧିତ୍ୱ କରୁଛନ୍ତି ଏହି ଡେମୋକ୍ରାଟିକ ଦଳର ସାଂସଦ । ତେବେ ପୂର୍ବରୁ ୨୦୨୦ରେ ସେ ନିର୍ବାଚନ ଲଢିବେ ବୋଲି ଅନୁମାନ କରାଯାଉଥିଲା । ଗତ ମାସରେ ଏ ନେଇ ସେ ସଙ୍କେତ ମଧ୍ୟ ଦେଇଥିଲେ । ତେବେ ଗାବାର୍ଡ଼ଙ୍କ ଏହି ଘୋଷଣା ପରେ ଆମେରିକା ଇତିହାସରେ ଏହା ପ୍ରଥମ ଥର ଘଟିବ, କୌଣସି ହିନ୍ଦୁଙ୍କୁ କୌଣସି ଦଳ ପକ୍ଷରୁ ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ଛିଡାକରାଯିବ । ରାଷ୍ଟ୍ରପତି ଭାବେ ତୁଳସୀ ଗାବାର୍ଡ଼ ନିର୍ବାଚନ ଜିତିଲେ, ସେ ଆମେରିକାର ପ୍ରଥମ ମହିଳା ତଥା ଯୁବ ରାଷ୍ଟ୍ରପତି ହେବ । ତେବେ ଆମେରିକା ପାଇଁ କେଉଁ କେଉଁ ଲକ୍ଷ୍ୟ ନେଇ ନିର୍ବାଚନ ଲଢ଼ୁଛନ୍ତି, ସେକଥା ମଧ୍ୟ ସ୍ପଷ୍ଟ କରିସାରିଛନ୍ତି ତୁଳସୀ । ଯୁଦ୍ଧ ଓ ଶାନ୍ତି ପ୍ରତିଷ୍ଠାର ଦିଗରେ ବିଶେଷ ଦୃଷ୍ଟି ଦେବାକଥା ସେ କହିଥିବାର ସୂଚନା ମିଳିଛି । ତେବେ ସବୁଠାରୁ ଆଶ୍ଚର୍ଯ୍ୟ କଥା ହେୁଛି ଯେ ସେ ଜଣେ ହିନ୍ଦୁ ହୋଇଥିବା ବେଳେ ସେ ଜଣେ ଭାରତୀୟ ନୁହଁନ୍ତି ବୋଲି ସ୍ପଷ୍ଟ ହୋଇଛି |

 

Leave A Reply

Your email address will not be published.