OnaKhabar

ଅଜଣା ଗାଡି ଧକ୍କାରେ ବାପ-ପୁଅ ମୃତ, ନାତି ଗୁରୁତର

0 1

କାମାକ୍ଷାନଗର: ରାଜ୍ୟରେ ବଢିଚାଲିଛି ଦୁର୍ଘଟଣାର ସଂଖ୍ୟା । ତେବେ ଆଜି ପୁଣି ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଥିବାର ସୂଚନା ମିଳିଛି । ଏକ ଅଜଣା ଗାଡି ଧକ୍କାରେ ବାପ ପୁଅଙ୍କର ମୃତ୍ୟୁ ହୋଇଥିବା ବେଳେ ନାତି ଗୁରୁତର ହୋଇଥିବାର ସୂଚନା ମିଳୁଛି । ଏହି ମର୍ମନ୍ତୁଦ ଦୁର୍ଘଟଣା କାମାକ୍ଷାନଗର ଅନ୍ତର୍ଗତ କଙ୍କଡାହାଡ ଥାନା ଭଦଳିଆ ନିକଟରେ ଘଟିଥିବାର ଜଣା ପଡିଛି । ସୁଚନାନୁଯାୟୀ, ୩ ଜଣ ଯାକ ବାଇକରେ ଘରକୁ ଫେରୁଥିବା ବେଳେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଥିବାର ଜଣାପଡିଛି । ତେବେ ଦୁର୍ଘଟଣା ସ୍ଥଳରେ ପୁଲିସ ପହଁଞ୍ଚି ଶବ ଉଦ୍ଧାର କରିବା ସହ ଗୁରୁତରଙ୍କୁୁ ସ୍ଥାନୀୟ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିବା ସୂଚନା ମିଳିଛି । ଦୁର୍ଘଟଣା ସ୍ଥଳରେ ସ୍ଥାନୀୟ ଲୋକେ ରାସ୍ତା ଅବରୋଧ କରିବା ସହ ଦାବୀ ପୂରଣ ଲାଗି ଅଡି ବସିଥିବାର ଜଣା ପଡିଛି ।

https://www.onakhabar.com/trackter-bike-accident-one-dead/

 

Leave A Reply

Your email address will not be published.