OnaKhabar

ରାହୁଲ କଟକ ବଦଳରେ ଭୁବନେଶ୍ୱରରେ ଉଦବୋଧନ ଦେବେ

0 4

ଭୁବନେଶ୍ୱର: କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ଗସ୍ତ କାର୍ଯ୍ୟକ୍ରମରେ ସାମାନ୍ୟ ପରିବର୍ତ୍ତନ ହୋଇଛି । ରାହୁଲ ଗାନ୍ଧି କଟକ ବଦଳରେ ଭୁବନେଶ୍ୱରରେ ଜନ ସମାବେଶକୁ ଉଦବୋଧନ ଦେବେ । କିନ୍ତୁ ସେ ୨୫ ତାରିଖ ଦିନ ସକାଳେ ଆସି ପହଂଚିବେ ଓ ସନ୍ଧ୍ୟାଯାଏଁ ରହିବେ । ତମାଣ୍ଡୋ ଷ୍ଟାଡ଼ିୟମ କିମ୍ବା ବରମୁଣ୍ଡା ପଡ଼ିଆରେ ହେବ ସଭା ତାହା ସ୍ପଷ୍ଟ ହୋଇନାହିଁ । ପିସିସି ସଭାପତି ନିରଂଜନ ପଟ୍ଟନାୟକ ଏ ନେଇ ସୂଚନା ଦେଇଛନ୍ତି । ରାହୁଲ ଗାନ୍ଧି ସକାଳ ୧୦ ସୁଦ୍ଧା ଆସି ପହଂଚିବେ ଓ ସନ୍ଧ୍ୟା ୫ଟା ଯାଏଁ ରହିବେ । ଏ ସମୟ ଭିତରେ ସେ ଭୁବନେଶ୍ୱରରେ ବୁଦ୍ଧିଜୀବୀମାନଙ୍କୁ ପୂର୍ବାହ୍ନରେ ଭେଟିବେ ଓ ଦଳୀୟ ନେତାମାନଙ୍କୁ ମଧ୍ୟ ଭେଟିବାର କାର୍ଯ୍ୟକ୍ରମ ରହିଛି । ଏହାପରେ ଅପରାହ୍ନରେ ସାଧାରଣ ସଭାରେ ଉଦବୋଧନ ଦେବେ । ସଭାକାର୍ଯ୍ୟ ସାରିଲା ପରେ ଦିଲ୍ଲୀ ଫେରିଯିବେ । ପୂର୍ବରୁ କଟକ ବାଲିଯାତ୍ରାରେ ସାଧାରଣ ସଭା କରିବା ପାଇଁ ଯୋଜନା କରାଯାଇଥିଲା । ଏଥିନେଇ ପିସିସି ସଭାପତି ଦଳୀୟ ଟିମକୁ ଧରି କ୍ଷେତ୍ର ପରିଦର୍ଶନ ମଧ୍ୟ କରିଥିଲେ । ଭୁବନେଶ୍ୱରର ବିଭିନ୍ନ ସ୍ଥାନ ମଧ୍ୟ ବୁଲି ଦେଖିଛନ୍ତି । ଶେଷରେ ସମାବେଶ ପାଇଁ ନିଷ୍ପତ୍ତି ନିଆଯାଇଛି ।

https://www.onakhabar.com/%E0%AC%B0%E0%AC%BE%E0%AC%B9%E0%AD%81%E0%AC%B2-%E0%AC%97%E0%AC%BE%E0%AC%A8%E0%AD%8D%E0%AC%A7%E0%AD%80%E0%AC%99%E0%AD%8D%E0%AC%95%E0%AD%81-%E0%AC%9C%E0%AC%BE%E0%AC%A4%E0%AD%80%E0%AD%9F-%E0%AC%AE/

Leave A Reply

Your email address will not be published.