OnaKhabar

ସ୍ୱପ୍ନ କହିବ ଆପଣ ପ୍ରେମ ବିବାହ କରିବେ କି ନାହିଁ, ପଢନ୍ତୁ ପୂରା ଖବର….

60

ଭୁବନେଶ୍ୱର: ମଣିଷ ଜନ୍ମ ସତରେ ଦୁର୍ଲଭ | କାରଣ ମଣିଷ ଏପରି ଏକ ଭଗବାନଙ୍କ ସୃଷ୍ଟି ଯାହା ସବୁପ୍ରକାରର ଜିନିଷ ଅତି ସହଜରେ ଅନୁଭ କରିପାରେ | ଏଇ ଯେମିତି ଶୋଇଲା ବେଳେ ଆମକୁ ଲାଗେ ଶୋଇଲେ ସବୁକିଛି ବନ୍ଦ ହୋଇଯାଏ | ମାତ୍ର ଏହା ସମ୍ପୂର୍ଣ୍ଣ ଭୁଲ | ଆମେ ଶୋଇବା ବେଳେ ମଧ୍ୟ ଆମେ ଦେଖୁଥିବା ସ୍ୱପ୍ନର ମଧ୍ୟ ଅନେକ ମହୂତ୍ତ୍ୱ କଥା ସଂଳିଷ୍ଟ ଥାଏ | ତେବେ ଆମେ ଶୋଇବାବେଳେ ଏମିତି ଅନେକ ସପନ ଦେଖୁ ଯାହା ବାରମ୍ବାର ଆମ ସପନରେ ଆସିଥାଏ | ସ୍ୱପ୍ନଶାସ୍ତ୍ର ଅନୁସାରେ, ସ୍ୱପ୍ନ ଦେଖିବା ଏକ ସଂଯୋଗ ନୁହେଁ, ବରଂ ଅନେକ ସମୟରେ ଏହା ଭବିଷ୍ୟତ ଘଟଣାର ସଙ୍କେତ ଦେଇଥାଏ । ଯେତେ ସବୁ ସ୍ୱପ୍ନ ମଣିଷ ଦେଖିଥାଏ, ସେଥିରୁ ଭବିଷ୍ୟତ ପାଇଁ କିଛି ନା କିଛି ସଙ୍କେତ ନିଶ୍ଚୟ ରହିଥାଏ । ଏଥିପାଇଁ ସ୍ୱପ୍ନକୁ କେବେ ହେଲେ ଅଣଦେଖା କରନ୍ତୁ ନାହିଁ । ପୁରାଣରେ ମଧ୍ୟ ସ୍ୱପ୍ନରୁ ମିଳୁଥିବା ଭବିଷ୍ୟତର ସଙ୍କେତ ବିଷୟରେ ବର୍ଣ୍ଣନା କରାଯାଇଛି। ତେବେ ସ୍ୱପ୍ନରେ ପ୍ରେମିକାଙ୍କୁ ଦେଖିଲେ, ଭବିଷ୍ୟତର କେଉଁ ଘଟଣା ସମ୍ପର୍କରେ ସଙ୍କେତ ମିଳିଥାଏ, ସ୍ୱପ୍ନ ଶାସ୍ତ୍ରରେ ତାହା ଉଲ୍ଲେଖ କରାଯାଇଛି । ଆସନ୍ତୁ ଜାଣିବା, ସ୍ୱପ୍ନରେ ପ୍ରେମିକାଙ୍କୁ ଦେଖିଲେ ସ୍ୱପ୍ନଶାସ୍ତ୍ର ଅନୁସାରେ କ’ଣ ହୋଇଥାଏ । ସ୍ୱପ୍ନଶାସ୍ତ୍ର ଅନୁସାରେ, ଯଦି କୌଣସି ପୁରୁଷ ସ୍ୱପ୍ନରେ ନିଜର ମନ ପସନ୍ଦର ଝିଅଙ୍କୁ ଦେଖିଥା’ନ୍ତି, ତେବେ ଏହାର ଅର୍ଥ ଭବିଷ୍ୟତରେ ସେ ଦୁହିଁଙ୍କର ପ୍ରେମ ସମ୍ପର୍କ ଆରମ୍ଭ ହେବାକୁ ଯାଉଛି ।
ସ୍ୱପ୍ନରେ ଯଦି ଆପଣଙ୍କ ପ୍ରେମିକା ଲାଲ୍‌ ରଙ୍ଗର୍‌ ଶାଢ଼ୀ ପିନ୍ଧି ଥିବା ଦେଖିବାକୁ ମିଳେ, ତେବେ ଏହାର ଅର୍ଥ ଭବିଷ୍ୟତରେ ଆପଣଙ୍କ ପ୍ରେମ ସଫଳ ହେବାର ସମ୍ଭାବନା ରହିଛି । ଏହା ସହିତ ଆପଣଙ୍କ ପ୍ରେମ ଖୁବ୍‌ ଗଭୀର ମଧ୍ୟ ହେବ । ଯଦି ପ୍ରେମିକା ଲେହଙ୍ଗା ପିନ୍ଧିଥିବା ଆପଣ ସ୍ୱପ୍ନରେ ଦେଖୁଛନ୍ତି, ତେବେ ଏହି ସ୍ୱପ୍ନ ଆପଣଙ୍କୁ ସଙ୍କେତ ଦେଇଥାଏ ଯେ ଭବିଷ୍ୟତରେ ଆପଣ ପ୍ରେମ ବିବାହ କରିବାକୁ ଯାଉଛନ୍ତି । ଏହା ବ୍ୟତୀତ ଆପଣଙ୍କ ଦାମ୍ପତ୍ୟ ଜୀବନ ମଧ୍ୟ ସୁଖମୟ ହେବ ।
ଅନେକ ଥର ସ୍ୱପ୍ନରେ ଆପଣ ନିଜ ପ୍ରେମିକାଙ୍କୁ ପୋଷା କୁକୁର, ଠେକୁଆ, ଶୁଆ କିମ୍ୱା ବିଲେଇ ସହ ଦେଖନ୍ତି । ଏହି ସ୍ୱପ୍ନ ସଙ୍କେତ ଦିଏ ଯେ, ଖୁବ୍‌ ଶୀଘ୍ର ଆପଣ ନିଜ ପ୍ରେମିକାଙ୍କ ସହ ଦେଖା କରିବାକୁ ଯାଉଛନ୍ତି । ସ୍ୱପ୍ନଶାସ୍ତ୍ର ଅନୁସାରେ, ଯଦି ପ୍ରେମିକାଙ୍କୁ ମିଠା ଖାଉଥିବାର ଆପଣ ସ୍ୱପ୍ନ ଦେଖୁଛନ୍ତି, ତେବେ ଆପଣ ଦୁହିଁଙ୍କ ଜୀବନ ପ୍ରେମରେ ହିଁ ଭରି ରହିବ । ଯଦି ଆପଣ ସ୍ୱପ୍ନରେ ପ୍ରେମିକାଙ୍କୁ ଚୁଡ଼ି ପିନ୍ଧୁଥିବାର ଦେଖୁଛନ୍ତି, ତେବେ ଏହା ଶୁଭ ବୋଲି କୁହାଯାଏ । ଏହି ସ୍ୱପ୍ନ ଆପଣଙ୍କ ଜୀବନରେ ଧନଲାଭର ସୂଚନା ଦେଇଥାଏ । ସେହିପରି ଯଦି ଆପଣ ସ୍ୱପ୍ନରେ ପ୍ରେମିକାଙ୍କୁ ପରୀ ରୂପରେ ଦେଖୁଛନ୍ତି,ତେବେ ଜାଣିବେ ଆପଣଙ୍କ ଭାଗ୍ୟ ବଦଳିବାକୁ ଯାଉଛି । ଆପଣଙ୍କୁ ବହୁତ ଶୀଘ୍ର ଧନ ପ୍ରାପ୍ତି ହେବ ବୋଲି ଶାସ୍ତ୍ରୀରେ ଉଲ୍ଲେଖ ଅଛି |

https://www.onakhabar.com/bastu-telling-ur-sleeping-problem/