OnaKhabar

ଭାରତ-ଅଷ୍ଟ୍ରେଲିଆ ପ୍ରଥମ ଦିନିକିଆ ମ୍ୟାଚ ଜାରି, ବିରାଟବାହିନୀ ଆଗରେ ୨୮୯ ଟାର୍ଗେଟ

0 1

ସିଡନୀ: ଆଜି ଦିନିକିଆ ମ୍ୟାଚ୍ ଆରମ୍ଭ ହୋଇଯାଇଛି | ଏହି ଦିନିକିଆ ମ୍ୟାଚ ଭାରତ -ଅଷ୍ଟ୍ରେଲିଆ ମଧ୍ୟରେ ସିଡନାରେ ଆରମ୍ଭ ହୋଇଯାଇଛି | ତେବେ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରୁଥିଲା ଅଷ୍ଟ୍ରେଲିଆ । ତେବେ ବର୍ତମାନ ସମୟରେ ଭାରତ ଆଗରେ ୨୮୯ ଟାର୍ଗେଟ ରହିଛି । ଅଷ୍ଟ୍ରେଲିଆ ମୋଟ ୨୮୮ ରନ କରିପାରିଛି । ପ୍ରଥମେ କଙ୍ଗାରୁ ଓପନର ଯୋଡି ଫେଲ ମାରିଥିଲେ । ଯାହା ଦଳକୁ ବ୍ୟାକଫୁଟରେ ରଖିଥିଲା । ଆରୋନ ଫିଂଚ ଏବଂ ଆଲେକ୍ସ କାରୀ ସଅଳ ଆଉଟ ହୋଇ ପାଭିଲିୟନ ଫେରିଥିଲେ । ପରେ ଉସମାନ ଖ୍ୱାଜା ଏବଂ ସନ ମାର୍ସ ପାଳି ସମ୍ଭାଳିଥିଲେ ।ବ୍ୟାଟସମ୍ୟାନ ପିଟର ହାଣ୍ଡସକମ୍ବ ସର୍ବାଧିକ ୭୩ ରନ କରିଥିବା ବେଳେ ସନ ମାର୍ସ ୫୪, ଉସମାନ ଖ୍ୱାଜା ୫୯ ରନ କରିଥିଲେ । ସେହିଭଳି ଭାରତ ପକ୍ଷରୁ କୁଲଦୀପ ଯାଦବ ଏବଂ ଭୁବନେଶ୍ୱର କୁମାର ଦୁଇଟି ଲେଖାଏଁ ୱିକେଟ ଅକ୍ତିଆର କରିଛନ୍ତି । ଚଳିତ ବର୍ଷର ଉଭୟ ଦଳ ପାଇଁ ପ୍ରଥମ ମ୍ୟାଚ । ଚଳିତ ବର୍ଷ ବିଶ୍ୱକପ୍ ହେବାକୁ ଥିବାରୁ ଏହି ଶୃଂଖଳାକୁ ଉଭୟ ଦଳ ବେଶ ଗୁରୁତ୍ୱ ଦେଉଛନ୍ତି । ଆଜିର ମ୍ୟାଚ ଜିତି ମନୋବଳ ଦୃଢ଼ କରିବା ଲକ୍ଷ୍ୟରେ ରହିଛନ୍ତି ଉଭୟ ଦଳ । ତେବେ ଖାଲି ଦେଖିବାକୁ ପୂରା ରହିଲା ଆଜି ବିରାଟ ବାହିନୀ କମାଲ କରୁଛନ୍ତି ନା କଙ୍ଗାରୁ ଟିମ |

https://www.onakhabar.com/sydney-first-test-series-win-india-team-india-dance-virat-kohli-dance-viral/

 

Leave A Reply

Your email address will not be published.