OnaKhabar

ପଶ୍ଚିମ ଓଡିଶା ପାଇଁ ୧୫୫୦ କୋଟିର ପ୍ୟାକେଜ ଆଣୁଛନ୍ତି ମୋଦୀ

0 17

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡିଶାକୁ ତାଙ୍କର ପ୍ରୟୋଗଶାଳ କରିଛନ୍ତି । ସେ ତାଙ୍କ ଭଣ୍ଡାର ପୂରା ଖୋଲା କରିଦେଇଛନ୍ତି । ଏଥର ଆଉ ଖାଲି ହାତରେ ଓଡିଶା ଆସୁ ନାହାନ୍ତି । ଆସନ୍ତା ୧୫ ତାରିଖ ତାଙ୍କର ବଲାଙ୍ଗୀର ଗସ୍ତ ସମୟରେ ପଶ୍ଚିମ ଓଡିଶା ପାଇଁ ପୁଣି ଏକ ପ୍ୟାକେଜ ଧରି ଆସୁଛନ୍ତି । ଏଥିରେ ରେଳପ୍ରକଳ୍ପ, ସଡକ, ଶିକ୍ଷା,ପାସପୋର୍ଟ ଅଫିସ, ପର୍ଯଟନ ଠାରୁ ଆରମ୍ଭ କରି ଆର୍ଥିକ ବିକାଶ ପର୍ଯ୍ୟନ୍ତ ବିଭିନ୍ନ ପ୍ରକଳ୍ପ ପାଇଁ ଓ ସାମଗ୍ରିକ ଭାବେ ପଶ୍ଚିମ ଓଡିଶାର ବିକାଶ ନେଇ ପ୍ୟାକେଜ ପ୍ରସ୍ତୁତ କରିଛନ୍ତି । ଏଥିରେ ୧୫୫୦ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିବେ । ଏହା ପୂର୍ବରୁ ଗତ ୫ ତାରିଖରେ ବାରିପଦା ଗସ୍ତରେ ଆସିଥିଲା ବେଳେ ୪,୫୦୦ କୋଟି ଟଙ୍କାର ପ୍ୟାକେଜ ଆଣିଥିଲେ । ଗତ ଡିସେମ୍ବର ୨୪ ତାରିଖରେ ଖୋର୍ଦ୍ଧା ଆସିଥିବାବେଳେ ୧୪୫୨୩ କୋଟି ଟଙ୍କାର ପ୍ୟାକେଜ ଆଣିଥିଲେ । ଏଥିରୁ ଜଣାପଡୁଛି ମୋଦୀ ଆସନ୍ତା ନିର୍ବାଚନ ପାଇଁ ଓଡିଶା ଲାଗି ତାଙ୍କ ଭଣ୍ଡାର ଖୋଲି ଦେଇଛନ୍ତି । ନିର୍ବାଚନ ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ ଏହି ଘନଘନ ଗସ୍ତ ଓଡିଶା ପାଇଁ ବେଶ ଲାଭଦାୟକ ହୋଇଛି ।

https://www.onakhabar.com/naveen-will-not-join-in-modis-meeting/

Leave A Reply

Your email address will not be published.