OnaKhabar

ନବୀନଙ୍କ ବାଟ ରୋକିପାରିବ ବିଜୁ ପରିବାର: ବୈଜୟନ୍ତ

0 12

ଭୁବନେଶ୍ୱର: ଓଡିଶା ରାଜନୀତିରେ ବିଜୁ ପରିବାର ବା ବିଜେଡିରୁ ବାଦ ପଡିଥିବା ବିଜୁ ବାବୁଙ୍କ ଅନୁଗତମାନେ ଏକାଠି ହେଲେ ନବୀନ ପଟ୍ଟନାୟକଙ୍କ ବାଟକୁ ରୋକି ପାରିବେ ବୋଲି ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା ଦିଲ୍ଲୀରେ ଏକ ଗଣମାଧ୍ୟମକୁ କହିଛନ୍ତି । ଏଥିସହ ବିଜେଡି ବାଟ ରୋକିବା ପାଇଁ ବିଜେପି ଉପରେ ତାଙ୍କର ଭରସା ନାହିଁ ବୋଲି ସେ ଉଲ୍ଲେଖ କରିଛନ୍ତି । ବିଜେପିର କାର୍ଯ୍ୟଧାରା ନେଇ ସେ ସନ୍ଦେହ ପ୍ରକାଶ କରିଛନ୍ତି । ଅତୀତରେ କଂଗ୍ରେସ ଯେଉଁ ବାଟରେ ଯାଇଥିଲା ବିଜେପି ଏବେ ସେହି ବାଟରେ ଚାଲୁଛି । ଏ କ୍ଷେତ୍ରରେ କେବଳ ପୁରୁଣା ବିଜୁ ପରିବାର ଏକାଠି ହୋଇ ପାରିଲେ ରାଜନୀତିକ ସ୍ଥିତି ବଦଳିି ପାରିବ ଏଭଳି ଏକ ଧାରଣା ବୈଜୟନ୍ତ ରଖିଛନ୍ତି ।
ବୈଜୟନ୍ତ ତାଙ୍କ ପୁସ୍ତକ ଦିଲ୍ଲୀରେ ଗତ ୭ ତାରିଖିରେ ଉନ୍ମୋଚନ କରିଛନ୍ତି । ଏହି ପୁସ୍ତକ ଉନ୍ମୋଚନ ପରେ ସେ ବିଭିନ୍ନ ଜାତୀୟ ଗଣମାଧ୍ୟମକୁ ଏବେ ସାକ୍ଷାତକାର ଦେବାରେ ଲାଗିଛନ୍ତି ।

ବିଜେପି କକ୍ଷଚ୍ୟୁତ:ବୈଜୟନ୍ତ

ଓଡିଶାରେ ଏକ ଚତୁର୍ଥ ମେଣ୍ଟ ଗଠନ କରିବା ନେଇ ଚାଲିଥିବା ଚର୍ଚ୍ଚା ଉପରେ ବୈଜୟନ୍ତ କହିଛନ୍ତି, ବିଜୁବାବୁଙ୍କ ସହ ବା ବିଜୁ ପରିବାରରେ ଯେଉଁମାନେ ଥିଲେ ସେମାନେ ବିଜେଡିରୁ ଦୂରେଇ ଯାଇଛନ୍ତି ବା ବିଦା ହୋଇଯାଇଛନ୍ତି । ଡା.ଦମୋଦର ରାଉତ, ବିଜୟ ମହାପାତ୍ର, ଦିଲ୍ଲୀପ ରାୟଙ୍କ ଭଳି ବହୁ ନେତା ଭାବନ୍ତି ସେମାନଙ୍କର ଓଡିଶା ଲୋକଙ୍କ ପାଇଁ କିଛି କରିବାର ଅଛି । କାରଣ ସେମାନେ ଯେଉଁ ଦଳରେ ଥିଲେ ତାହା ନଷ୍ଟ ହୋଇଯାଇଛି । ସେଥିରେ ଦୁର୍ନୀତି ଓ ଭ୍ରଷ୍ଟାଚାର ଭରି ହୋଇଯାଇଛି । ଗତ ସାଧାରଣ ନିର୍ବାଚନରେ ବିଜେଡି ବହୁ ଭଲ ଫଳାଫଳ କରିଥିଲା । କିନ୍ତୁ ଏହା ସର୍ତ୍ତେବ ୩୫ ପ୍ରତିଶତ ଆସନରେ ଦଳ ଖୁବ କମ ଭୋଟରେ ଜିତିଥିଲା । ଏହାକୁ ଦୃଷ୍ଟିରେ ରଖି ଯଦି ଏସବୁ ଉପରେ ଫୋକସ କରାଯାଇ ମିଳିତ ଭାବରେ ଲଢେଇ କରାଯିବ ତେବେ ଓଡିଶାରେ ରାଜନୀତିକ ସ୍ଥିତି ପରିବର୍ତ୍ତନ ହେବ । ଏହି ମିଳିତ ମେଣ୍ଟ ପ୍ରଚେଷ୍ଟାରେ ସେ ଅଛନ୍ତି ଏବଂ ଏ ବିଷୟରେ ଚୂଡାନ୍ତ ପ ର୍ଯ୍ୟାୟରେ ମଧ୍ୟ ଖୁବ ଶୀଘ୍ର ପହଁଞ୍ଚିବାକୁ ଯାଉଛନ୍ତି ।

ବିଜେପି ସମ୍ପର୍କରେ ସେ କହିଛନ୍ତି, ଗତ ୨ ବର୍ଷ ଭିତରେ ଓଡିଶାରେ ବିଜେପି ଦ୍ୱିତୀୟ ନମ୍ବର ଦଳ ଭାବରେ ପହଁଞ୍ଚିଥିଲା । କିନ୍ତୁ ଏବେ ଦେଖାଯାଉଛି ବିଜେପି ଏହି ସ୍ଥିତି ହରାଇବାକୁ ଯାଉଛି । ଏହା ବିଜେପିର ଅନ୍ତରକନ୍ଦଳ କହି ହେବନି । କିନ୍ତୁ ଯାହା ଦେଖାଯାଉଛି ସେଥିରେ ଓଡିଶା ଲୋକଙ୍କର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ସ୍ୱଚ୍ଛ ପ୍ରଶାସନ ଉପରେ ବହୁ ଭରସା ଥିଲା ଯେ, ରାଜନେତା, ବ୍ୟୁରେକ୍ରାଟ ଓ ଠିକାଦାରଙ୍କ ମଧ୍ୟରେ ମଧୁଚନ୍ଦ୍ରିକାରେ ଲକ୍ଷଲକ୍ଷ ଓଡିଆ ପରିବାରଙ୍କୁ ଠକନେଇଥିଲେ ସେମାନଙ୍କ ବିରୋଧରେ କିଛି କାର୍ଯ୍ୟନୁଷ୍ଠାନ ହେବ । କିନ୍ତା ତାହା ହେଲା ନାହିଁ । ଏହି ସମାନ ଘଟଣା କଂଗ୍ରେସ ଯେତେବେଳେ କେନ୍ଦ୍ରରେ ଥିଲା ଏହା ହୋଇଥିଲା । ମୁଁ ନବୀନ ବାବୁଙ୍କୁ ସମାଲୋଚନା କରେ କି ନକରେ କିନ୍ତୁ ସେ ଓଡିଶା ଲୋକଙ୍କ ପାଖରେ ଉତ୍ତରାଦାୟୀ । ଦଳ ବର୍ତ୍ତମାନ ହିଂସା ପଥ ଅବଲମ୍ବନ କରିଛି ଯେଉଁଥିରେ ଲୋକପ୍ରିୟତା କ୍ରମେ ଖସିବାରେ ଲାଗିଛି । ମୁଁ ତାଙ୍କୁ ବଡ ଭାଇ ଓ ଦଳର ନେତାମାନେ । କିନ୍ତୁ ସେ ଦଳକୁ କଟୋରି ହାତକୁ ଟେକିି ଦେଇଛନ୍ତି । ଆମେ ସଂଘର୍ଷ କରି ଦଳ ଗଠନ କରିବା ସମୟରେ ସେମାନେ ୧୫ ବର୍ଷ ଧରି ନଥିଲେ । ଓଡିଶାରେ ପ୍ରତ୍ୟେକ ସପ୍ତାହକୁ ଦୁଇ ତିନୋଟି ଗଣଦୁଷ୍କର୍ମ, ହତ୍ୟା ଭଳିି ଅପରାଧମାନ ଘଟିଚାଲିଛି । ଏହା ଘଟୁଛି କେବଳ ଦଳକୁ ହାଇଜ୍ୟାକ କରାଯାଇଛି । ସରକାର କିଛି ଦୃଢ କାର୍ଯ୍ୟାନୁଷ୍ଠାନ ନେଉ ନାହାନ୍ତି ।
ନବୀନ ଯେତେବେଳେ ରାଜନୀତିକୁ ଆସିଲେ ସେତେବେଳେ ସେ ଏକ ନୂଆ ଚିନ୍ତାଧାରା ଓ ଆଦର୍ଶ ରାଜନୀତିରେ ସୃଷ୍ଟି କରିଥିଲେ । ବହୁ କ୍ୟାବିନେଟମନ୍ତ୍ରୀଙ୍କୁ ୨୪ ଘଣ୍ଟା ଭିତରେ ଦୁର୍ନୀତି ଅଭିଯୋଗରେ ବିଦା କରିଛନ୍ତି । ଚାକିରିରେ ଥିବା ଆଇଏସ ଅଫିସରମାନଙ୍କୁ ଗିରଫ କରାଯାଇଛି । କିନ୍ତୁ ଗଲା ୫ ବର୍ଷ ମଧ୍ୟରେ ଦୁର୍ନୀତି ବହୁ ମାତ୍ରାରେ ବୃଦ୍ଧି ପାଇଛିି । ହେଲେ କେହି ଜଣେ ହେଲେ ଦୁର୍ନୀତି ବିରୋଧରେ ଗିରଫ ହୋଇ ନାହାନ୍ତି । ନବୀନ ଚତୁରତା ସହ ଦୁଇ ଜାତୀୟ ଦଳକୁ ଡିଲ କରୁଛନ୍ତି । ଗୋଟିଏ ଦଳ ଭାବୁଛି ସେମାନେ ଯଦି ନବୀନଙ୍କ ବିରୋଧରେ ଯାଆନ୍ତି ଅନ୍ୟ ଦଳର ଫାଇଦା ହେବ । ଯେତେବେଳେ ୧୦ ବର୍ଷ ୟୁପିଏ ଦଳ ଥିଲା କେବେହେଲେ ଚିଟଫଣ୍ଡ ଦୁର୍ନୀତି ହେଉ କି ଅନ୍ୟ କିଛି ଦୁର୍ନୀତି ହେଉ କିଛି କଠୋର କାର୍ଯ୍ୟନୁଷ୍ଟାନ ଓଡିଶାରେ ନିଆଯାଇନଥିଲା । ବିଜେପି ବର୍ତ୍ତମାନ ସେହି ସମାନ ଭୁଲ କରୁଛି । ବେଜେପି ଭାବୁଛି ପ୍ରକୃତରେ ବିଜେଡି ବିରୋଧରେ ଲଢେଇ କରାଯିବ ତେବେ ହୁଏତ କଂଗ୍ରେସ ଫାଇଦା ନେଇଯିବ । ବିଜେପି ଯେଉଁଭଳି ଭାବରେ କାର୍ଯ୍ୟକ୍ରମ ଗ୍ରହଣ କରୁଥିଲା ସେହିଭଳି ଭାବରେ ଯଦି ତଳ ସ୍ତରରେ ଦୁର୍ନୀତି ଓ ଅପରାଧ ବିରୋଧରେ କାର୍ଯ୍ୟକ୍ରମ ଜାରି ରଖିଥାନ୍ତା ତେବେ ବହୁ ଉରରକୁ ଉଠିବାର ସମ୍ଭାବନା ଥାଆନ୍ତା । ବିଜେପିର ସେ ବିଶ୍ୱାସ ନାହିଁ ବୋଲି ବୈଜୟନ୍ତ ମତ ରଖିଛନ୍ତି ।

Leave A Reply

Your email address will not be published.