OnaKhabar

ଚାଲାଣ ବେଳେ ୨୨ ଜଣ ଶିଶୁ ଶ୍ରମିକ ଉଦ୍ଧାର

0 1

ମାଲକାନଗିରି: ଦିନକୁ ଦିନ ଶିଶୁ ଶ୍ରମିକ ବାହାର ରାଜ୍ୟକୁ ଦଲାଲମାନଙ୍କ ଦ୍ୱାରା ଚାଲାଣ ହେଵା ବଢ଼ିବାରେ ଲାଗିଛି | ଏହାକୁ ରୋକିବାରେ ପ୍ରଶାସନ ଚେଷ୍ଟା କରି ମଧ୍ୟ ବେଳେ ବେଳେ ଫେଲ ମାରୁଛି | ଏମିତି ଏକ ଘଟଣା ଘଟିଛି ମାଲକାନଗିରି ଜିଲ୍ଲାରେ | ଏଠାରେ ଚାଲାଣ ପୂର୍ବରୁ ଉଦ୍ଧାର କରାଯାଇଛି ଶିଶୁ ଶ୍ରମିକଙ୍କୁ | ଘଟଣା ରୁ ପ୍ରକାଶ ଯେ ରାଜ୍ୟ ବାହାରକୁ ଚାଲାଣ ସମୟରେ ୨୨ ଜଣ ଶିଶୁ ଶ୍ରମିକଙ୍କୁ ଉଦ୍ଧାର କରାଯାଇଛି। ତାଙ୍କ ମଧ୍ୟରୁ ୧୫ ଜଣ ନାବାଳିକା ଥିବା ବେଳେ ୭ ଜଣ ନାବାଳକ। ଉଦ୍ଧାର ହୋଇଥିବା ସମସ୍ତ ଶିଶୁ ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ୍ କୁରୁମାପାଲ୍ଲୀ ଗାଁର। ଏହି ଶିଶୁ ଶ୍ରମିକମାନଙ୍କୁ ତିନୋଟି ଗାଡ଼ିରେ ଆନ୍ଧ୍ର ପ୍ରଦେଶ ଚାଲାଣ କରାଯାଉଥିବା ବେଳେ ଚାଇଲ୍ଡ ଲାଇନ୍‌ କୌଣସି ସୂତ୍ରରୁ ଖବର ସେଠାର ପହଞ୍ଚିଥିଲା ଏବଂ ସେମାନଙ୍କୁ ଉଦ୍ଧାର କରିଥିଲା। ଏହି ଶିଶୁ ଶ୍ରମିକମାନଙ୍କୁ ଜିଲ୍ଲା ଶିଶୁ ମଙ୍ଗଳ କମିଟିକୁ ହସ୍ତାନ୍ତର କରାଯାଇଥିବା ଜଣାପଡିଛି | ଖାଇବାକୁ ନ ପାଇବା ଓ ନିଜ ଜିଲ୍ଲାରେ କାମ ନ ପାଇବାରୁ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଚାଲି ଯାଉଥିବା କହିଛନ୍ତି କିଛି ଶିଶୁ ଶ୍ରମିକ |

https://www.onakhabar.com/rourkela-engineering-student-gang-raped-in-jharkhand

Leave A Reply

Your email address will not be published.