OnaKhabar

ମକର ସଂକ୍ରାନ୍ତିର ମହତ୍ୱ : କଣ ଖାଇବେ ଏବଂ କେଉଁ କାର୍ଯ୍ୟ କଲେ ହେବ ସୌଭାଗ୍ୟ ପ୍ରାପ୍ତ ପଢ଼ନ୍ତୁ ଏହି ଖବର…

0 2

ମକର ସଂକ୍ରାନ୍ତି ହିନ୍ଦୁଧର୍ମର ଅନେକ ଗୁରୁତ୍ୱପୁର୍ଣ୍ଣ ପର୍ବରୁ ଏକ ମୁଖ୍ୟ ପର୍ବ ଅଟେ । ଶାସ୍ତ୍ର ଅନୁଯାୟୀ, ସୂର୍ଯ୍ୟ ଗୋଟିଏ ରାଶିରୁ ଅନ୍ୟ ରାଶିକୁ ପ୍ରବେଶ କରିବାକୁ ସଂକ୍ରାନ୍ତି କୁହାଯାଏ । ମକର ସଂକ୍ରାନ୍ତି ଦିନ ସୂର୍ଯ୍ୟ ଧନୁ ରାଶିରୁ ନିଜ ପୁତ୍ର ଶନିଙ୍କ ରାଶି ମକରରେ ପ୍ରବେଶ କରିଥାନ୍ତି । ସମସ୍ତ ସଂକ୍ରାନ୍ତି ମଧ୍ୟରେ ମେଷ, କର୍କଟ, ତୁଳା, ମକର ସଂକ୍ରାନ୍ତି ପ୍ରଧାନ ବୋଲି କୁହାଯାଇଥାଏ । ଏହି ମକର ସଂକ୍ରାନ୍ତିରେ ଖେଚେଡି ଖାଇବାର ଏକ ସ୍ୱତନ୍ତ୍ର ମହତ୍ୱ ରହିଛି । ତେଣୁ ବହୁତ ସ୍ଥାନରେ ଏହାକୁ ଖେଚେଡି ପର୍ବ ବୋଲି ମଧ୍ୟ କୁହାଯାଇଥାଏ । କାରଣ ସବୁଜ ପନିପରିବା ବୁଧ ଗ୍ରହ ସହ ଜଡିତ । ମାନ୍ୟତା ରହିଛି ଯେ ଖେଚେଡିର ଉତାପ ମଙ୍ଗଳ ସୂର୍ଯ୍ୟଙ୍କ ସହ ଜଡିତ । ଏହି ଦିନରେ ଖେଚେଡି ଖାଇବା ଦ୍ୱାରା ବର୍ଷସାରା ଶରୀର ଆରୋଗ୍ୟ ରହିବା ସହ ଜାତକରେ ଗ୍ରହ ସ୍ଥିତି ଭଲ ଏବଂ ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ହୋଇଥାଏ ।
ଏଥିସହିତ ସେହି ଦିନ କରନ୍ତୁ ଏହି ତିନୋଟି କାର୍ଯ୍ୟ ଯେମିତିକି ଜ୍ୟୋତିଷଶାସ୍ତ୍ର କହିବା ଅନୁଯାୟୀ । ମକର ସଂକ୍ରାନ୍ତି ଦିନ ଗୁଡ଼ ଖେଚୁଡ଼ି ଦାନ କରିବାର ବିଶେଷ ମହତ୍ୱ ରହିଛି ଏବଂ ଚାଉଳ ଓ ବିରି ଡାଲି ଦାନ କରିବା ମଧ୍ୟ ଆବଶ୍ୟକ ଅଟେ ।
ଦାନ କରିବା ସହ ଗଙ୍ଗା ସ୍ନାନ କରି ଭଗବାନ ସୂର୍ଯ୍ୟଙ୍କୁ ପୁଜା କରିବା ବିଶେଷ ମହତ୍ୱ ମନାଯାଏ । ସୂର୍ଯ୍ୟଙ୍କୁ ପୁଜା କରିବା ସମୟରେ ତମ୍ବାର ପାତ୍ରରେ ଜଳ ଅର୍ପଣ କରନ୍ତୁ ।


ଯେହେତୁ ମକର ସଂକ୍ରାନ୍ତି ଦିନ ସୂର୍ଯ୍ୟ ଶନିଙ୍କ ରାଶିରେ ପ୍ରବେଶ କରିଥାଆନ୍ତି । ତେଣୁ ଏହି ଦିନ ଶନିଦେବଙ୍କୁ ପୂଜା କରିବାଟା ବହୁତ ପରିମାଣରେ ଲାଭ ଦାୟକ ହୋଇଥାଏ । ଶନିଙ୍କୁ ପୂଜା କରିବା ସମୟରେ ସୋରିଷ ତେଲରେ କଳା ରାଶି ପକାଇ ଦୀପ ପ୍ରଜ୍ଜ୍ୱଳିତ କରିବା ଦ୍ୱାରା ଦୁଇଗୁଣ ଲାଭ ମିଳିଥାଏ ଏବଂ ଏହି ଦିନ ରାଶି ଗୁଡ଼ ମଧ୍ୟ ଦାନ କରିପାରିବେ ତା ସହିତ ଘରେ ରାଶି ଲଡୁ ପ୍ରସ୍ତୁତ କରି ଗରିବ ମାନଙ୍କୁ ବାଂଟିବାର ଅତ୍ୟନ୍ତ ଶୁଭ ମନାଯାଏ । ଆଉ ଯେମିତି ସମସ୍ତେ ଯାଣନ୍ତି ଅନେକ ସ୍ଥାନରେ ଗୁଡ଼ି ଉଡ଼ାଇବାର ଦେଖାଯାଇଛି କାରଣ ସେଦିନ ଉତ୍ତରା ବପନ ବହିଥାଏ ସେଥିପାଇଁ ଏହାକୁ ଉପଭୋଗ କରିବା ସହ ଗୁଡ଼ି ଉଡ଼ାଇବାର ପ୍ରଥା ମଧ୍ୟ ରହିଛି ।

Leave A Reply

Your email address will not be published.