OnaKhabar

ରାହୁଲ ଗାନ୍ଧୀଙ୍କୁ ଜାତୀୟ ମହିଳା କମିଶନ ପକ୍ଷରୁ ନୋଟିସ

0 2

ନୂଆଦିଲ୍ଲୀ : ଆଜି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ରାହୁଲ ଗାନ୍ଧୀଙ୍କୁ ଜାତୀୟ ମହିଳା କମିଶନ ପକ୍ଷରୁ ନୋଟିସ
ଜାରି କରିଛନ୍ତି । ନିକଟରେ ରାଜସ୍ଥାନରେ ଏକ ରାଲିରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ କହିଥିଲେ ଯେ, ପ୍ରଧାନମନ୍ତ୍ରୀ ଡରି ଯାଇଛନ୍ତି । ନିଜର ସୁରକ୍ଷା ପାଇଁ ସେ ମହିଳା ମନ୍ତ୍ରୀଙ୍କୁ ଆଗକୁ ପଠାଇ ଦେଇଛନ୍ତି । ରାହୁଲଙ୍କର ଏହି ବୟାନ ପରେ କେନ୍ଦ୍ର ମହିଳା ଆୟୋଗର ଅଧ୍ୟକ୍ଷ ରେଖା ଶର୍ମା କଡା ପ୍ରତିକ୍ରିୟା ଦେଇଛନ୍ତି । ସେହି ସମୟରେ ବିଜେପି ଅଧ୍ୟକ୍ଷ ଅମିତ ଶାହା ଏବଂ ନରେନ୍ଦ୍ର ମୋଦୀ ଏହାକୁ ଅପମାନଜନକ ବୋଲି କହିଛନ୍ତି ।
ଏହି ଘଟଣାକୁ ନେଇ ମହିଳା କମିଶନ ଏହାକୁ ପୁରୁଷବାଦୀ ମାନସିକତାର ନାମ ଦେଇ ତାଙ୍କୁ ନୋଟିସ ପଠାଇଛନ୍ତି । ମହିଳା କମିଶନର ଅଧ୍ୟକ୍ଷ ଏହାକୁ ନିନ୍ଦା କରି କହିଛନ୍ତି କି, ରାହୁଲ ଗାନ୍ଧୀ ମହିଳାଙ୍କୁ ଦୁର୍ବଳ ଭାବୁଛନ୍ତି । ଏହା ମହିଳାଙ୍କ ପାଇଁ ଅପମାନଜନକ । ଆମେ ନୋଟିସ ପଠାଇ ତାଙ୍କ ଠାରୁ ଜବାବ ମାଗିଛୁ । ଏହା ବିୟାନ ପଛରେ ତାଙ୍କର ଉଦ୍ଦେଶ୍ୟ କଣ ଥିଲା ବୋଲି ସେ ପ୍ରଶ୍ନ କରିଛନ୍ତି ମହିଳା କମିଶନ ।
ରାହୁଲ ଗାନ୍ଧୀ ରାଫେଲ ମାମଲାକୁ ନେଇ ବ୍ୟସ୍ତ ଅଛନ୍ତି । ତାଙ୍କ ବୟାନ ପରେ ମୋଦୀ ପାଲଟା ଆକ୍ରମଣ କରିବା ପରେ ରାହୁଲ ଟ୍ୱିଟ କରି ଆକ୍ରମଣ କରିବା ଆରମ୍ଭ କରି ଦେଇଥିଲେ । ସେ କହିଛନ୍ତି କି, ଆମ ସଂସ୍କୃତିରେ ମହିଳାଙ୍କ ପାଇଁ ସମ୍ମନ ଘରୁ ଆରମ୍ଭ ହୋଇଥାଏ । ସେ ଲେଖିଛନ୍ତି କି, ମୋଦୀଜି କଥାକୁ ଅନ୍ୟ ଆଡକୁ ନିଅନ୍ତୁ ନାହିଁ। ଆମ ପ୍ରଶ୍ନର ଉତର ଦିଅନ୍ତୁ । ଆପଣ ରକ୍ଷା ଚୁକ୍ତିରେ ପରିବର୍ତନ ଆଣିବା ସମୟରେ କଣ ବାୟୁ ସେନା ଏବଂ ରକ୍ଷା ମନ୍ତ୍ରାଳୟ ଆପତି କରିଥିଲା । ମୋର ଏହି ପ୍ରଶ୍ନର ଉତର ଦିଅନ୍ତୁ ବୋଲି ରାହୁଲ ଟ୍ୱିଟକରି କହିଥିଲେ ।

https://www.onakhabar.com/rahul-gandhi-breaks-silence-over-me-too-movement/

Leave A Reply

Your email address will not be published.